ପ୍ରବାସୀଙ୍କୁ ଅଧାବାଟରେ ଛାଡି ଚାଲିଗଲା ବସ୍
ଜୁନାଗଡ଼,୧୮।୫(ଡି.ଏନ୍.ଏ.): ଚେନ୍ନାଇରେ ଫସି ରହିଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୧ ଜଣ ଓ ଜୁନାଗଡ଼ ବ୍ଲକର ଜଣେ ପ୍ରବାସୀ ସୋମବାର ଏକ ବସ୍ ଭଡା କରି ଫେରୁଥିଲେ। ବସ୍ ଚାଳକ ରୁଟ୍ ପରମିଟ ସମୟ ସୀମା କମ୍ ଥିବା ଦର୍ଶାଇ…
ଏସ୍ଏଚ୍ଜି କିଣିବେ ଲଘୁ ବନଜାତ ଦ୍ରବ୍ୟ
ସମ୍ବଲପୁର,୧୮।୫(ବ୍ୟୁରୋ): ଆଦିବାସୀମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଉପଯୁକ୍ତ ବଜାର ନ ଥିବାରୁ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଲାଗି ରହୁଛି। ଏହାକୁ ଆଖି ଆଗରେ ରଖି ସରକାର ନୂଆ ନିଷ୍ପତ୍ତି…
ପ୍ରବାସୀ ଶ୍ରମିକଙ୍କୁ ବସ୍ରେ ପଠାଇଲା ପୋଲିସ
ବରଗଡ଼ ଅଫିସ୍,୧୮।୫: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିରୁ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ୨୦ ଜଣ ପ୍ରବାସୀ ଶ୍ରମିକଙ୍କୁ ରବିବାର ରାତିରେ ବରଗଡ଼ ଜିଲା ପୋଲିସ ଏକ ବସ୍ରେ ପଠାଇଛି । ସମ୍ପୃକ୍ତ ଶ୍ରମିକମାନେ ଗତ ୩ତାରିଖରୁ ଚାଲି ଚାଲି ରାଜମୁନ୍ଦ୍ରିରୁ ଝାଡ଼ଖଣ୍ଡ…
ଧାନବିକ୍ରି ପାଇଁ ଚାଷୀଙ୍କୁ ମିଳୁନି ଟୋକନ
ବରଗଡ଼ ଅଫିସ୍,୧୮।୫: ଧାନ କିଣାବିକାରେ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି । ଅନ୍ୟପଟେ ଚାଷୀଙ୍କୁ ଠିକ୍ ଭାବେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନବିକ୍ରିରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ସୋମବାର ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ…
ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ପୁଅ
ବିନିକା୧୮ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପାଲି ଗାଁର ଜଣେ ଯୁବକ ଗୁଜରାଟରେ ଫସି ରହିଛନ୍ତି। ସାପ କାମୁଡ଼ାରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ହେଲେ ସେ ମା’ଙ୍କୁ ମୁଖାଗ୍ନି ଦେଇ ପାରି ନାହାନ୍ତି। ଏବେ ସେ…
୮ ଦଫା ଦାବିପତ୍ର ଦେଲେ ଏଆଇଏସ୍ଏଫ୍ ଛାତ୍ରୀଛାତ୍ର
ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ୮ ଦଫା ଦାବିରେ ପ୍ଲା-କାର୍ଡ ପ୍ରଦର୍ଶନ ପୂର୍ବକ ମୌନ ବିକ୍ଷୋଭ…
ନିଜ ରାଜ୍ୟକୁ ଯିବେ ୟୁପିର ୧୫ଶହ ପ୍ରବାସୀ: ୨୦ରେ ସମ୍ବଲପୁରରୁ ବାହାରିବ ସ୍ବତନ୍ତ୍ର ଟ୍ରେନ୍
ସମ୍ବଲପୁର, ୧୮।୫ (ବ୍ୟୁରୋ): ସମ୍ବଲପୁର ଷ୍ଟେଶନରୁ ଆସନ୍ତା ୨୦ ତାରିଖ ଏକ ସ୍ବତନ୍ତ୍ର ଟ୍ରେନ୍ ଉତ୍ତରପ୍ରଦେଶ ଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଏ ନେଇ ସମସ୍ତ ବ୍ୟବସ୍ଥା କରିଛି। ସମ୍ବଲପୁର ଷ୍ଟେଶନରୁ ଏହି ଟ୍ରେନ୍ ୨୦…
କାକଟପୁର ଅଞ୍ଚଳ ହେଲା ବିଶୋଧନ
କାକଟପୁର,୧୮।୫(ଡି.ଏନ୍.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍ଏସ୍ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି। କାର୍ଯ୍ୟକର୍ତ୍ତାମାନେ କାକଟପୁର ମା’ ମଙ୍ଗଳା ମନ୍ଦିରଠାରୁ ଆରମ୍ଭକରି ବଜାର, ପରିବା ହାଟ, ବିଭିନ୍ନ ଦୋକାର,…
ଜଳିଗଲା ମେଟାଲ୍ ବୋଝେଇ ହାଇଓ୍ବା
ଖୁଣ୍ଟୁଣୀ,୧୮।୫(ଡି.ଏନ୍.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍ କରେଣ୍ଟ ଲାଗି ଜଳିଯାଇଛି। ଏହି ସମୟରେ ଡ୍ରାଇଭର ଜଣକ ଡେଇଁପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବରପାଇ ଆଠଗଡ଼ ଦମକଳ…
ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି
ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର ଓ ଭଦ୍ରକ ଜିଲା ଗସ୍ତ କରିଥିଲେ। ସେ ପ୍ରଥମେ ପୂର୍ବାହ୍ନ ୧୧ଟା ୨୦ମିନିଟ୍ରେ ବାଲେଶ୍ୱର…
ଗୋଟିଏ ଦିନରେ ପହଞ୍ଚିଲା ୩ ସ୍ପେଶାଲ ଟ୍ରେନ
ବଲାଙ୍ଗୀର ଅଫିସ, ୧୮ା୫: ବଲାଙ୍ଗୀର ରେଳଷ୍ଟେଶନରେ ସୋମବାର ଗୋଟିଏ ଦିନରେ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚତ୍ଥିଲା। ଏହି ତିନି ଟ୍ରେନ୍ରେ ବଲାଙ୍ଗୀର ସମେତ ଓଡିଶାର ୩୦ଜିଲାର ପ୍ରାୟ ୪ ହଜାର ପ୍ରବାସୀ ଆସିଥିଲେ। ଭୋର ୪ଟାରେ ବିଶାଖାପାଟଣାରୁ ଆସିଥିବା…
ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ
ପିପିଲି,୧୮।୫(ଡି.ଏନ୍.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ। ମେ ୧୩ତାରିଖରେ ସେ ଓ ତାଙ୍କର ଜଣେ ସାଥୀ ସେଠାରୁ ଏକ ବସ ଯୋଗେ…

