ବିନା ସ୍ବାବ୍‌ ପରୀକ୍ଷାରେ ସଙ୍ଗରୋଧରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

କୋକସରା, ୧୧।୬ (ଡି.ଏନ.ଏ)-ଲକ୍‌ ଡାଉନ ଯୋଗୁ ଦେଶାନ୍ତର ଶ୍ରମିକମାନେ ଅନେକ ଯାତନା ସହି କୌଣସି ପ୍ରକାରେ ନିଜ ଭିଟାମାଟିକୁ ଫେରିଥିବା ବେଳେ ସେମାନଙ୍କୁ ଜିଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିଛନ୍ତି। ତେବେ ସଙ୍ଗରୋଧ ଅବଧି ମଧ୍ୟରେ ସ୍ବାବ ଟେଷ୍ଟ କରାଯାଉ ନ ଥିବା ଅଭିଯୋଗ ହୋଇଛି । କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରୁ କେସିଙ୍ଗା ଓ ନର୍ଲା ବ୍ଲକର କିଛି ମହିଳା ପୁରୁଷ ଶ୍ରମିକଙ୍କ ସହ ଛୋଟ ଶିଶୁ ବୁଧବାର ଚାଲି ଚାଲି ଫେରୁଥିବା ଦେଖିବାକୁ ମିଳିଥିଲା । ସେମାନେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମଧ୍ୟ ସେମାନଙ୍କ ସ୍ବାବ ଟେଷ୍ଟ ହୋଇ ନ ଥିବା ଶ୍ରମିକମାନେ କହିଛନ୍ତି । କ୍ବାରେଣ୍ଟାଇନ ଛାଡିବା ସମୟରେ ସେମାନେ ସୁସ୍ଥ ଥିବାରୁ ସ୍ଥାନୀୟ ଡାକ୍ତରଙ୍କ ପ୍ରମାଣପତ୍ର ସହ ଘରକୁ ଛାଡି ଦିଆଯାଇଛି । ତେବେ ଶ୍ରମିକମାନେ ମହାରାଷ୍ଟ୍ର ଓ ଗୁଜୁରାଟ ଫେରନ୍ତା ହୋଇଥିବାରୁ ମନରେ ଭୟ ରହିଛି। ଯଦି ପରେ କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଶ୍ରମିକମାନେ ମଙ୍ଗଳବାର ସଙ୍ଗରୋଧରୁ ବାହାରିଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ କି ବ୍ଲକ ପ୍ରଶାସନ ସେମାନଙ୍କ ଯିବା ବ୍ୟବସ୍ଥା କରି ନ ଥିଲେ। ଡେଙ୍ଗାଗୁଡାରୁ କୋକସରା ପ୍ରାୟ ୧୦ କିଲୋମିଟର ଚାଲି ଚାଲି ଆସିବା ପରେ ସେମାନଙ୍କ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ପଡିଥିଲା। ଏ ସମ୍ପର୍କରେ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବା ପରେ ଶ୍ରମିକମାନଙ୍କୁ ଏକ ବସରେ ସେମାନଙ୍କ ଘରକୁ ପଠାଯାଇଥିଲା। ତେବେ ବିନା ସ୍ବାବ୍‌ ଟେଷ୍ଟରେ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ମନରେ ଘରକୁ ଯିବା ପୂର୍ବରୁ ଆଶଙ୍କା ଓ ଅଜଣା ଭୟ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri