ଆମ ଜିଲା ଖବର

ବରୀରୁ ୧୦୦ ସ୍ବାବ୍‌ ସଂଗ୍ରହ କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ରତ୍ନଗିରି,୧୯ା୫(ଡି.ଏନ.ଏ.)-ବରୀ ବ୍ଲକରୁ ମଙ୍ଗଳବାର ୧୦୦ ଜଣ ପ୍ରବାସୀ ଓଡିଆଙ୍କ ସ୍ବାବ୍‌ ଜିଲା ସ୍ବାସ୍ଥ୍ୟ ବିଭାଗ ସଂଗ୍ରହ କରିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ବରୀ ଗ୍ରସ୍ତରେ ଆସି ବାଳିଆପାଳ ସ୍ଥିତ ବିଧାନ ଚନ୍ଦ୍ର ଏକଡେମୀଠାରେ ପହଞ୍ଚି ସ୍ବାବ୍‌ ସଂଗ୍ରହ କରିଥିଲେ। ବରୀ…

କାମ କରିବାକୁ ଚେନ୍ନାଇ ଯାଇଥିଲେ ବାପପୁଅ: ମୃତଦେହ ଧରି ଫେରିଲେ ପୁଅ

ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍‌ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ ଆମ୍ବୁଲାନ୍ସ ଭଡା କରି ବାପାଙ୍କ ମୃତଦେହ ଧରି ଫେରିଲେ ଗାଁକୁ। ଏପରି ଦୁଃଖଦ ଘଟଣା…

ମୋବାଇଲ କିଣି ନ ଦେବାରୁ ପୁଅ କଲା ଆତ୍ମହତ୍ୟା

ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍‌ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି। ଖବରରୁ ଜଣାପଡିଛି ସେମିଳିଗୁଡ଼ା ବ୍ଲକ୍‌ର ମରୁଆ ଗ୍ରାମର ବିଶ୍ୱନାଥ ଗେମେଲଙ୍କ ପୁଅ ରାଜେନ୍ଦ୍ର। ରେଙ୍ଗା…

ଶିଳ୍ପ ବିଭାଗ ଶାସନ ସଚିବଙ୍କ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଅ

ଜଗତ୍‌ସିଂହପୁର ଅଫିସ,୧୯ା୫: କରୋନା ଭୂତାଣୁ ସଂକ୍ରମଣ ସାଙ୍ଗକୁ ବାତ୍ୟା ଅମ୍ଫନ୍‌ର ଭୟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ଏବେ ଏହାର ମୁକାବିଲା ପାଇଁ କାର୍ଯ୍ୟ ଶୈଳୀର ଗତିକୁ ଦ୍ୱିଗୁଣିତ କରିବାକୁ ପଡ଼ିବ। ବିଶେଷକରି ତଳିଆ ଅଞ୍ଚଳରୁ ଲୋକଙ୍କୁ…

ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର ସମେତ…

ସୁନ୍ଦରଗଡ଼ ଫେରିଲେ ୩୮ ଶ୍ରମିକ

ବାରଙ୍ଗ,୧୯।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବରିମୁଣ୍ଢ ପଞ୍ଚାୟତର ବିଭିନ୍ନ ଜାଗାରେ ରହି ଇଟାଭାଟି, କମ୍ପାନି ସହ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ୩୮ଜଣ ପ୍ରବାସୀ ଶ୍ରମିକ ମଙ୍ଗଳବାର ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକମାନେ ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକର ବୋଲି ଜଣାପଡ଼ିଛି।…

ବଉଲାଙ୍ଗ ପଞ୍ଚାୟତ ଶଟଡାଉନ୍‌ କଲେ ସରପଞ୍ଚ

ଗୋପ,୧୯।୫(ଡି.ଏନ୍‌.ଏ.): ପୁରୀ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ଜିଲାବାସୀ ଭୟରେ ଥିବାବେଳେ ଗୋପ ବ୍ଲକ ଅଞ୍ଚଳରେ ପୁଣି ୪ ସୁରଟ ଫେରନ୍ତାଙ୍କ ପଜିଟିଭ ବାହାରିଥିବା ବିଡିଓ ଦୀପ୍ତିରାଣୀ ଦାସ ସୂଚନା…

ଲୁଟେରାକୁ କାବୁ କଲେ ଲୋକେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳ ମାରଦା ଗଁାର ଟଙ୍କଧର ମହାନ୍ତଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ୪ଜଣ ଲୁଟେରା ବିଭିନ୍ନ ମାରଣାସ୍ତ୍ର ଧରି ଲୁଟ୍‌ପାଟ କରିଥିଲେ। ଲୁଟେରାମାନେ ଟଙ୍କଧରଙ୍କ ମୁଣ୍ଡରେ ବନ୍ଧୁକ ରଖି ପରିବାରର ଅନ୍ୟ…

ଉପକୂଳ ଅଞ୍ଚଳରେ ବଢୁଛି ପବନର ବେଗ

ମହାକାଳପଡ଼ା,୧୯।୫,(ଡି.ଏନ୍‌.ଏ.)- ଅମ୍ପନ୍‌ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ ଓ ନଞ୍ଜୁରା ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କୁ ଉଚ୍ଚ…

ଅଶ୍ଲୀଳ ମେସେଜ ପଠାଇ ଯୁବକ ଗିରଫ

ଚମ୍ପୁଆ,୧୯ା ୫(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଏକ ବିବାହିତା ମହିଳାଙ୍କୁ ଅଶ୍ଲୀଳ ଭିଡିଓ ଓ ମେସେଜ ପଠାଇ ବାରମ୍ବାର ହଇରାଣ ହରକତ କରୁଥିବାରୁ ଜଣେ ଯୁବକଙ୍କୁ ଚମ୍ପୁଆ ପୋଲିସ ଗିରଫ କରିଛି। ସେ ହେଲେ ସରୋଜ ବାରିକ(୨୧)। ଏନେଇ ପୋଲିସ…

ଘର ଛାଡ଼ିଲେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ : ୩ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ମୁତୟନ

ଭଦ୍ରକ ଅଫିସ, ୧୯।୫- ସମ୍ଭାବ୍ୟ ବାତ୍ୟା ଅମ୍ଫନ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ଜିଲାରେ ମୋଟ ୩ଟି ଏନ୍‌ଡିଆର୍‌ଏଫ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଏହା ବ୍ୟତୀତ ଅଗ୍ନିଶମ ବିଭାଗ…

ପ୍ରବାସୀ ଓଡ଼ିଆଙ୍କୁ ସରକାର ଫେରାଇ ଆଣନ୍ତୁ

ନୂଆପଡା ଅଫିସ,୧୯ା୫-ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଓଡିଆମାନେ ଫସି ରହିଛନ୍ତି। ସେମାନେ ଭୋକ ଓପାସର ସହ ଅସୁବିଧାରେ ରହିଛନ୍ତି। ଏଣୁ ସେମାନଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇ ଆଣିବାରେ ସରକାର ପଦକ୍ଷେପ ନିଅନ୍ତୁ। ମଙ୍ଗଳବାର କଳାହାଣ୍ଡି ଏମ୍‌ପି ବସନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?