ତାଲିକାରେ ଅଣସେବକଙ୍କ ନାଁ

ପୁରୀ ଅଫିସ,୧୩ା୬: କରୋନା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ସେବାୟତମାନେ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏ (ସ୍ବାସ୍ଥ୍ୟବୀମା ତାଲିକା ଅନୁଯାୟୀ) ପ୍ରଦାନ କରିଛି। ଏବେ ପୁଣି ଦ୍ୱିତୀୟ କିସ୍ତିରେ ସମସ୍ତ ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ ଲାଗି ଯୋଜନା କରାଯାଇଛି। ବିଭିନ୍ନ ନିଯୋଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସମ୍ବନ୍ଧୀୟ ତଥ୍ୟ ମାଗିବାବେଳେ ଏକ ବଡ଼ଧରଣର ଚଞ୍ଚକତା ପଦାକୁ ଆସିଛି। ତାଲିକାରେ ଅଣସେବକଙ୍କ ନଁା ଥିବାବେଳେ ସେମାନେ ଚଞ୍ଚକତା ପୂର୍ବକ ପ୍ରଥମ ପର୍ଯ୍ୟାୟ ଟଙ୍କା ହାତେଇଥିବା କୁହାଯାଉଛି। ଶୁକ୍ରବାର ପାଣିଆପଟ ନିଯୋଗ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେବା ପରେ ଏହି ଅନିୟମିତତା ପଦାକୁ ଆସିଛି।
ଗତ ଏପ୍ରିଲ ୧୭ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଣିଆପଟ ନିଯୋଗକୁ ୩୫ଟି ପରିବାରର ମୁଖ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଆଇଏଫ୍‌ଏସ୍‌ କୋଡ୍‌ ଓ ପାସ୍‌ବୁକର ପ୍ରଥମ ପୃଷ୍ଠାର ଜେରକ୍ସ ନକଲ ପ୍ରଦାନ କରିବାକୁ କୁହାଯାଇଥିଲା। ମାତ୍ର ନିଯୋଗ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ୨୪ ପରିବାର ହିଁ ସେବା କରନ୍ତି। ତେଣୁ ୨୪ ଜଣଙ୍କ ତଥ୍ୟ ପ୍ରଦାନ କରିଥିବା ବେଳେ ୧୧ ଜଣ କିଏ ସେମାନେ ଜାଣି ନାହାନ୍ତି। ଏମାନଙ୍କ ନାମ କିପରି ତାଲିକାଭୁକ୍ତ ହେଲା ତାହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏଥିସହ ସେମାନଙ୍କର ୨୪ ପାଳିଆ ସେବକଙ୍କ ମଧ୍ୟରୁ ୧୭ ଜଣ ୫ ହଜାର ଟଙ୍କା ଲେଖାଏ ପାଇଥିଲା ବେଳେ ଆଉ ୭ଜଣ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। କେତେକ ଅଣସେବକଙ୍କୁ ପାଣିଆ ଆପଟ ସେବକ ରୂପେ ସହାୟତା ରାଶି ଦିଆଯାଇଥିବାରୁ ୭ ଜଣ ପାଇ ନାହାନ୍ତି। ସେମାନଙ୍କୁ ସହାୟତା ରାଶି ପ୍ରଦାନ ସହ ଅଣସେବକଙ୍କ ନାମ କିପରି ତାଲିକାଭୁକ୍ତ ହେଲା ତାହାର ତଦନ୍ତ କରି ସେମାନଙ୍କ ନାମ ପାଣିଆ ଆପଟ ନିଯୋଗ ସଦସ୍ୟ ତାଲିକାରୁ ବାଦ୍‌ ଦେବା ପାଇଁ ସମ୍ପାଦକ ଭୀମସେନ ଆପଟ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଭିତରେ ହୋଇଥିବା ଏହିଭଳି ଚଞ୍ଚକତା କେବଳ ପାଣିଆ ଆପଟ କ୍ଷେତ୍ରରେ ହୋଇଛି ନା ଅନ୍ୟ ନିଯୋଗରେ ମଧ୍ୟ ଅଣସେବକଙ୍କ ନାମ ତାଲିକାଭୁକ୍ତ କରି ଟଙ୍କା ହଡ଼ପ କରାଯାଇଛି ତାହାର ଉପଯୁକ୍ତ ତଦନ୍ତ ହେବା ଦରକାର ବୋଲି ଅନେକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri