ତାଲିକାରେ ଅଣସେବକଙ୍କ ନାଁ

ପୁରୀ ଅଫିସ,୧୩ା୬: କରୋନା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ସେବାୟତମାନେ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏ (ସ୍ବାସ୍ଥ୍ୟବୀମା ତାଲିକା ଅନୁଯାୟୀ) ପ୍ରଦାନ କରିଛି। ଏବେ ପୁଣି ଦ୍ୱିତୀୟ କିସ୍ତିରେ ସମସ୍ତ ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ ଲାଗି ଯୋଜନା କରାଯାଇଛି। ବିଭିନ୍ନ ନିଯୋଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସମ୍ବନ୍ଧୀୟ ତଥ୍ୟ ମାଗିବାବେଳେ ଏକ ବଡ଼ଧରଣର ଚଞ୍ଚକତା ପଦାକୁ ଆସିଛି। ତାଲିକାରେ ଅଣସେବକଙ୍କ ନଁା ଥିବାବେଳେ ସେମାନେ ଚଞ୍ଚକତା ପୂର୍ବକ ପ୍ରଥମ ପର୍ଯ୍ୟାୟ ଟଙ୍କା ହାତେଇଥିବା କୁହାଯାଉଛି। ଶୁକ୍ରବାର ପାଣିଆପଟ ନିଯୋଗ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେବା ପରେ ଏହି ଅନିୟମିତତା ପଦାକୁ ଆସିଛି।
ଗତ ଏପ୍ରିଲ ୧୭ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଣିଆପଟ ନିଯୋଗକୁ ୩୫ଟି ପରିବାରର ମୁଖ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଆଇଏଫ୍‌ଏସ୍‌ କୋଡ୍‌ ଓ ପାସ୍‌ବୁକର ପ୍ରଥମ ପୃଷ୍ଠାର ଜେରକ୍ସ ନକଲ ପ୍ରଦାନ କରିବାକୁ କୁହାଯାଇଥିଲା। ମାତ୍ର ନିଯୋଗ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ୨୪ ପରିବାର ହିଁ ସେବା କରନ୍ତି। ତେଣୁ ୨୪ ଜଣଙ୍କ ତଥ୍ୟ ପ୍ରଦାନ କରିଥିବା ବେଳେ ୧୧ ଜଣ କିଏ ସେମାନେ ଜାଣି ନାହାନ୍ତି। ଏମାନଙ୍କ ନାମ କିପରି ତାଲିକାଭୁକ୍ତ ହେଲା ତାହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏଥିସହ ସେମାନଙ୍କର ୨୪ ପାଳିଆ ସେବକଙ୍କ ମଧ୍ୟରୁ ୧୭ ଜଣ ୫ ହଜାର ଟଙ୍କା ଲେଖାଏ ପାଇଥିଲା ବେଳେ ଆଉ ୭ଜଣ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। କେତେକ ଅଣସେବକଙ୍କୁ ପାଣିଆ ଆପଟ ସେବକ ରୂପେ ସହାୟତା ରାଶି ଦିଆଯାଇଥିବାରୁ ୭ ଜଣ ପାଇ ନାହାନ୍ତି। ସେମାନଙ୍କୁ ସହାୟତା ରାଶି ପ୍ରଦାନ ସହ ଅଣସେବକଙ୍କ ନାମ କିପରି ତାଲିକାଭୁକ୍ତ ହେଲା ତାହାର ତଦନ୍ତ କରି ସେମାନଙ୍କ ନାମ ପାଣିଆ ଆପଟ ନିଯୋଗ ସଦସ୍ୟ ତାଲିକାରୁ ବାଦ୍‌ ଦେବା ପାଇଁ ସମ୍ପାଦକ ଭୀମସେନ ଆପଟ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଭିତରେ ହୋଇଥିବା ଏହିଭଳି ଚଞ୍ଚକତା କେବଳ ପାଣିଆ ଆପଟ କ୍ଷେତ୍ରରେ ହୋଇଛି ନା ଅନ୍ୟ ନିଯୋଗରେ ମଧ୍ୟ ଅଣସେବକଙ୍କ ନାମ ତାଲିକାଭୁକ୍ତ କରି ଟଙ୍କା ହଡ଼ପ କରାଯାଇଛି ତାହାର ଉପଯୁକ୍ତ ତଦନ୍ତ ହେବା ଦରକାର ବୋଲି ଅନେକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri