ଆମ ଜିଲା ଖବର

ଜଳିଗଲା ଟାଟା ମ୍ୟାଜିକ, କାରଣ ଅସ୍ପଷ୍ଟ

ଚୌଦ୍ୱାର,୨୦।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ତାରେଣୀ ବଜାରରେ ଏକ ଟାଟା ମ୍ୟାଜିକ ଗାଡ଼ି (ଓଆର୍‌ ୦୫ଏମ୍‌୭୫୨୩) ମଙ୍ଗଳବାର ବିଳମ୍ବିତ ରାତିରେ ଜଳିଯାଇଛି। ଗାଡ଼ିଟି ଘର ଆଗରେ ଥୁଆ ହୋଇଥିଲା ବେଳେ ତାହା ଜଳୁଥିଲା। ପାଟ୍ରୋଲିଂ କରୁଥିବା ପୋଲିସ ଏହା…

କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ

ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ ହଠାତ୍‌ ଟଳି ପଡିଥିଲେ। ସେ ହେଲେ ନୂଆଗାଁ ବ୍ଲକ ହରିପୁର ଅଞ୍ଚଳର ଭଜକୃଷ୍ଣ ବେହେରା…

ବାତ୍ୟା ‘ଅମ୍ପନ’ ପାଇଁ ଆଜି ହାଇକୋର୍ଟ ବନ୍ଦ

କଟକ ଅଫିସ,୨୦।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ ପାଇଁ ବୁଧବାର ହାଇକୋର୍ଟ ବନ୍ଦ ରହିବ। ଏଣୁ ବୁଧବାର ଯେଉଁ ମାମଲାଗଡ଼ିକର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, ସେଗୁଡିକ ଗୁରୁବାର ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

କାର୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଶଙ୍କରାଖୋଲ,୨୦ା୫(ଡି.ଏନ୍‌.ଏ.)- ଚକାପାଦ ଥାନା ଘୁଡକାପଦର ପୋଲଠାରେ ମଙ୍ଗଳବାର ଚକାପାଦ ପୋଲିସ ଏକ ଓଲା କାର୍‌ (ନଂ.ଓଡି-୦୨ଏ ଆର-୦୨୮୮)ରୁ ୧୫ କେଜି ଗଞ୍ଜେଇ ଜବତ କରି ଚାଳକଙ୍କୁ ଗିରଫ କରିଛି। ସେ ହେଲେ ଟିକାବାଲି ଥାନା ଡିମୁଣ୍ଡା ଗ୍ରାମର ଟଙ୍କଧର ଦିଗାଳ। ମଙ୍ଗଳବାର…

ଅମ୍ଫନ: ୪୩୧ ଲୋକଙ୍କୁ ସ୍ଥାନାନ୍ତର

ଆର.ଉଦୟଗିରି,୨୦ା୫(ଡି.ଏନ.ଏ.)-ନୁଆଗଡ ବ୍ଲକର ୧୦ ପାହାଡ ତଳି ଅଞ୍ଚଳ ଗ୍ରାମକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ବ୍ଲକ ପ୍ରଶାସନ ପୁଟୁପଡା ପଞ୍ଚାୟତର ପାରାଜୀ ଗ୍ରାମର ୪୬ ପରିବାରର ୨୭୦ ଲୋକଙ୍କୁ ପାରାଜୀ ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆର.ଉଦୟଗିରି ବ୍ଲକ ମଙ୍ଗରାଜପୁର…

ସୁଧାର ଗୃହରୁ ୭ ଅନ୍ତେବାସୀ ଫେରାର

ବ୍ରହ୍ମପୁର ଅଫିସ,୨୦ା୫-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ବତନ୍ତ୍ର ସୁଧାର ଗୃହରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ସେଠାରେ ଥିବା ୭ ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି। ଏପରିକି ଅନ୍ତେବାସୀମାନେ ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଆକ୍ରମଣ କରିଥିବା ନେଇ ଡି.ରାମଣା…

ସୀତାଢ଼ିମ୍ବିରା ସାହିରେ ବୋମାମାଡ଼

ବ୍ରହ୍ମପୁର ଅଫିସ,୨୦ା୫-ବଡ଼ବଜାର ଥାନା ଅନ୍ତର୍ଗତ ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ବୋମା ଶବ୍ଦରେ ଅଞ୍ଚଳରେ ଆତଙ୍କ…

ସାଇକେଲରେ ତାମିଲନାଡୁରୁ ପୋଲସରା ଫେରିଲେ ଯୁବକ

ପୋଲସରା,୨୦ା୫(ଡି.ଏନ.ଏ.)- ପୋଲସରା ଇଚ୍ଛାପୁର ଗ୍ରାମର ଅରୁଣ ନାୟକ ତାମିଲନାଡୁର ଅମ୍ବାଟୁରରୁ ସାଇକେଲରେ ଆସି ସୋମବାର ନିଜ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅମ୍ବାଟୁରର ଏକ କମ୍ପାନୀରେ ଅରୁଣ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ପରେ ଚଳିବାକୁ ଅସୁବିଧା ହୋଇଥିଲା। ଅର୍ଥ ସରିଯିବାରୁ…

ନିୟମ ଭିତରେ ରଥ ନିର୍ମାଣ

ଢେଙ୍କାନାଳ ଅଫିସ, ୨୦।୫ ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ ଆଗେଇ ଚାଲିଛି। ଲକ୍‌ଡାଉନ୍‌ ନିୟମକୁ ମାନି ରଥ ତିଆରି କରାଯାଉଛି। ମହାରଣା ସେବକ ଏବଂ କାରିଗରମାନେ ସାମାଜିକ ଦୂରତ୍ୱ ନିୟମ ଭିତରେ ମାସ୍କ ପିନ୍ଧି କାମ କରୁଛନ୍ତି। ଜୁନ୍‌…

ବାହାରେ ବୁଲୁଛନ୍ତି ଅନ୍ତେବାସୀ

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ୩ଶହ ଟପିଛି କରୋନା ପଜିଟିଭ ସଂଖ୍ୟା। ତଥାପି ଚେତୁ ନାହାନ୍ତି ଅନ୍ତେବାସୀ। ସୁରକ୍ଷା ବ୍ୟବସ୍ଥା କୋହଳ ହେତୁ ବଜାରରେ ବୁଲୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ପଡିଛନ୍ତି। କଲ୍ୟାଣ ମଣ୍ଡପ ସଙ୍ଗରୋଧ ଗୃହରେ…

ସାବିତ୍ରୀ ପାଇଁ ଭୂଲିଗଲେ ସାମାଜିକ ଦୂରତା

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- କରୋନାର ଭୟାବହତା କମିନାହିଁ। ତେଣୁ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ମାତ୍ର ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଆହୁରି କଡାକଡି…

ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି। ପୂର୍ବରୁ ଶ୍ରୀରାମ ନବମୀବେଳେ ଉଭୟ ଗୋଷ୍ଠୀ ଦର୍ଶନ ପାଇଁ ମାର୍‌ପିଟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?