ରଜ ପାଇଁ ଲାଗିଲା ୧୪୪ ଧାରା

ଢେଙ୍କାନାଳ ଅଫିସ, ୧୩।୬ – ରଜ ଉତ୍ସବ ଉପଲକ୍ଷେ ମନ୍ଦିର ଏବଂ ରଜପଡ଼ିଆରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲାର ୧୫ ମନ୍ଦିର ଏବଂ ରଞ୍ଜାଗୋଳ ରଜ ପଡ଼ିଆରେ ଶୁକ୍ରବାରଠାରୁ ୧୪୪ ଧାରା ଜାରି କରାଯାଇଛି। ଏହି କଟକଣା ୧୬ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
କଟକଣା ଲାଗିଥିବା ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି ଗଁଦିଆ ବ୍ଲକ କପିଳାସସ୍ଥିତ ଶ୍ରୀଚନ୍ଦ୍ରଶେଖର ଜୀଉ, ଲତାଦେଇପୁର ଶ୍ରୀଉନ୍ନକୋଟିଶ୍ୱର, ଢେଙ୍କାନାଳ ସହରସ୍ଥିତ ଶ୍ରୀସିଦ୍ଧ ବଳରାମଜୀଉ, ସପ୍ତଶଯ୍ୟାସ୍ଥିତ ଶ୍ରୀରାମଚନ୍ଦ୍ରଜୀଉ, ବଡନାଗେନାସ୍ଥିତ ଶ୍ରୀନାଗନାଥେଶ୍ୱର, ଗଙ୍ଗାଧରପ୍ରସାଦସ୍ଥିତ ଶ୍ରୀପଶ୍ଚିମେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି। ସେହିପରି କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହାସ୍ଥିତ ଶ୍ରୀରାମେଶ୍ୱର, ହାଟୁଆରିସ୍ଥିତ ଶ୍ରୀକପିଳେଶ୍ୱର, ସିବୁଳାପଶିସ୍ଥିତ ଶ୍ରୀସ୍ବପ୍ନେଶ୍ୱର, ଭୁବନସ୍ଥିତ ଶ୍ରୀବୁଦ୍ଧେଶ୍ୱର, ପରଜଙ୍ଗ କୁଆଳୋସ୍ଥିତ ଶ୍ରୀସ୍ବପ୍ନେଶ୍ୱର, ବାଲିମି ରକଲାସ୍ଥିତ ଶ୍ରୀକୁଢେଶ୍ୱର, ମହାତଳାସ୍ଥିତ ମାତାଳେଶ୍ୱର, ଚିତ୍ତଳପୁର ଶ୍ରୀଉଗ୍ରେଶ୍ୱର, ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ନାଧରାସ୍ଥିତ ଶ୍ରୀରାମଚଣ୍ଡୀ, କନକେଶ୍ୱର ମହାଦେବଙ୍କ ପୀଠ, ହିନ୍ଦୋଳ ବ୍ଲକ ବାଲିମୀସ୍ଥିତ ରଞ୍ଜାଗୋଳ ଯାତ୍ରା ପଡ଼ିଆରେ ମଧ୍ୟ ଏହି କଟକଣା ଜାରି କରାଯାଇଛି। ଏ ସମ୍ପର୍କରେ ଏସ୍‌ପି, ସମସ୍ତ ଉପଜିଲାପାଳ, ନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କୁ ଅବଗତ କରାଯାଇଥିବା ଦେବୋତ୍ତର ଅଧିକାରୀ ତଥା ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସୂଚନା ଦେଇଛନ୍ତି।
ଓଡ଼ିଆ ଘରର ପ୍ରସିଦ୍ଧ ରଜପର୍ବରେ ଦେବଦେବୀ ପୀଠରେ ଜନ ସମାଗମ ହେବା ସାଧାରଣ କଥା। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟ ଥିବାରୁ ପର୍ବପର୍ବାଣି ଫିକା ପଡ଼ିଛି। ଜିଲାବାସୀଙ୍କ ସୁରକ୍ଷା ଲାଗି ଏପରି ପଦକ୍ଷେପ ନିଆଯାଇଛି। ରଜ ପଡ଼ିଆରେ ଏକାଠି ହୋଇ ଦୋଳି ଖେଳିବା ବାରଣ କରାଯାଇଛି। ସେହିପରି ୩୦ ତାରିଖ ଯାଏ କୌଣସି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri