ଆମ ଜିଲା ଖବର

ଜେଏନ୍‌ୟୁରେ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଭିନ୍ନ ସଂଗଠନର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୮ା୧-ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରୀଛାତ୍ର ଓ ଅଧ୍ୟାପିକାଅଧ୍ୟାପକଙ୍କ ଉପରେ ରବିବାର ହୋଇଥିବା ଆକ୍ରମଣକୁ ନେଇ ଏବେ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇବା ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସୋମବାର ଏ ନେଇ ଅଲ୍‌ ଇଣ୍ଡିଆ ଡିଏସ୍‌ଓ(ଡେମୋକ୍ରାଟିକ...

ସିଜେଡ୍‌ଏମ୍‌ପି ଜନଶୁଣାଣି: ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନିର୍ଦ୍ଦେଶ

ଛତ୍ରପୁର,୮ା୧(ଡି.ଏନ.ଏ)-ଗଞ୍ଜାମ ଜିଲା ପାଇଁ ପ୍ରସ୍ତୁତ ସିଜେଡ୍‌ଏମ୍‌ପି (ଉପକୂଳ ଜୋନ୍‌ ପରିଚାଳନା ପ୍ଲାନ୍‌) ଡ୍ରାଫ୍ଟ ନେଇ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜନଶୁଣାଣି ହୋଇଥିଲା ା ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ପାଲୁର ସାଏବ...

ଜରାଜୀର୍ଣ୍ଣ ଅବସ୍ଥାରେ ସଙ୍ଗମ କୃଷି ଫାର୍ମ

ହାଟଡିହୀ, ୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଢେଙ୍କା ପଞ୍ଚାୟତର ସଙ୍ଗମ କୃଷି ଫାର୍ମଟି ଏବେ ଅବ୍ୟବସ୍ଥାରେ ପଡ଼ିଥିବା ଯୋଗୁ ସରକାରଙ୍କର ଉଦ୍ଦେଶ୍ୟ ସଫଳ ହୋଇପାରିନି। ଜରାଜୀର୍ଣ୍ଣ ଅବସ୍ଥାରେ ଗୃହ ଗୁଡ଼ିକ ପଡ଼ିଥିବାବେଳେ ଫାର୍ମର ପରିବେଶଟି ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଅଳିଆ ଆବର୍ଜନା,...

ନିଆଁରେ ପୋଡି ହୋଇ ମହିଳା ମୃତ: ୫ମାସର ଗର୍ଭବତୀ ଥିଲେ; ହତ୍ୟା ଅଭିଯୋଗ ଆଣିଲେ ମା’

ଝୁମ୍ପୁରା, ୮।୧ ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମ ମହାନ୍ତ ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ଏକ ଦୁଃଖଦ ଘଟଣା ଘଟିଛି ା ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି...

ନିଦ ହଜାଇଛି ଦନ୍ତା: ବନ ବିଭାଗ ନାକେଦମ

ତେଲକୋଇ, ୮।୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ ଭୀମକାଣ୍ଡ, ଆକୁଳ, ସିରିଗିଡା, ବିମଳା ଓ ରାଇସୁଆଁ ଆଦି ପଞ୍ଚାୟତ ଗୁଡିକରେ ବଣୁଆ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ବନ ବିଭାଗର ସ୍ବତନ୍ତ୍ର ଭାବେ...

ଧାନ ବିକ୍ରି ବକେୟା ପ୍ରାପ୍ୟ ମିଳୁନି: ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହୋହଲ୍ଲା

ବାସୁଦେବପୁର, ୮ା୧(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଇରମ ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୧ ଜଣ ଚାଷୀ ସେମାନଙ୍କର ପୂର୍ବବର୍ଷ ଧାନବିକ୍ରି ଟଙ୍କା ପାଇପାରିନାହାନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ସମିତି କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଛନ୍ତି। ଫଳରେ ପୂର୍ବାହ୍ନଠାରୁ...

ଜାତିଗତ ପ୍ରମାଣପତ୍ରରେ ଅନିୟମିତତା: ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବନ୍ତ,୮।୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ରାଉତରାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନିତାରାଣୀ ସେଠୀଙ୍କର ଜାତିଗତ ପ୍ରମାଣପତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର...

ଆବାସ ଯୋଜନାରେ ଦୁର୍ନୀତି ମାମଲା: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ପଦ୍ମପୁର,୮ା୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।...

ହାତୀ ଶାବକ ଜନ୍ମ , ଗ୍ରାମବାସୀ ଭୟଭୀତ

ବାଙ୍ଗିରିପୋଷି,୮ା୧(ଡ଼ି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ଓ ଗୋଲାମୁଣ୍ଢାକଟା ଆଦି ୪ଟି ପଞ୍ଚାୟତରେ ହାତୀପଲ ଉପଦ୍ରବ ଚଳାଇ ବିପୁଳ ଫସଲ ନଷ୍ଟ କରିଛନ୍ତି। ତେବେ ଏହି ହାତୀ ପଲ ମଧ୍ୟରୁ ଏକ ମାଈ ହାତୀ ଗୋଟିଏ ଶାବକ ଜନ୍ମ ଦେଇଥିବାରୁ...

ଧର୍ମଘଟ ପାଇଁ ମୟୂରଭଞ୍ଜ ଜିଲାରେ ସ୍କୁଲ, କଲେଜ ଛୁଟି

ବାରିପଦା ଅଫିସ,୮ା୧- ବିଭିନ୍ନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଜିଲାର ସମସ୍ତ ସ୍କୁଲ, କଲେଜକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି।...

ବୀମା ପରିସରଭୁକ୍ତ ହେଲେ ସେବାୟତ

ବାରିପଦା ଅଫିସ,୮ା୧- ସବୁବେଳେ ଅବହେଳିତ ହୋଇ ପଡ଼ି ରହିଥିବା ଦେବୋତ୍ତର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର ଦିନକ ପୂର୍ବରୁ ସଜବାଜ କରିଛି ଜିଲା ପ୍ରଶାସନ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଜିଲାର ୧୦ଟି ମନ୍ଦିର ଓ ୧୦ଟି ମଠରେ...

ରାହା ଯୋଗାଇଛି କୌଳିକ ବୃତ୍ତି

ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବାଲେଶ୍ୱର ଜିଲା କନ୍ଦଡା ଅଞ୍ଚଳର ୬ଟି ପରିବାର ବର୍ଷତମାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri