ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ହେଉଛି ବୀରାଶାଳ ଏୟାରଷ୍ଟ୍ରିପ୍‌

ଢେଙ୍କାନାଳ ଅଫିସ, ୨୮।୬ :  ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ଏୟାରଷ୍ଟ୍ରିପ୍‌ ବିମାନ ଦୁର୍ଘଟଣାର ୩ ସପ୍ତାହ ପରେ ବନ୍ଦ ରହିଥିବା ତାଲିମ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଗତି) ପକ୍ଷରୁ ଜିଲା ପ୍ରଶାସନକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।
ଜୁନ୍‌ ୮ରେ ଦୁର୍ଘଟଣା ଘଟିବା ପରେ ଡାଇରେକ୍ଟର ଜେନେରାଲ ସିଭିଲ ଆଭିଏଶନ (ଡିଜିସିଏ) ପକ୍ଷରୁ ୮ ଏବଂ ୯ ତାରିଖରେ ଘଟଣସ୍ଥଳରେ ତଦନ୍ତ କରାଯାଇଥିଲା। ଏହାପରେ ୯ ରୁ ୧୦ ତାରିଖରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେଶନ ବ୍ୟୁରୋ (ଏଏଆଇବି) ପକ୍ଷରୁ ତଦନ୍ତ ହୋଇଥିଲା। ୧୧ ତାରିଖରେ ସେମାନେ ଭୁବନେଶ୍ୱର ଯାଇ ସେଠାରେ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ଏଥିସହ କର୍ମଚାରୀ ଓ ପ୍ରଶିକ୍ଷାର୍ଥୀ ଛାତ୍ରୀଛାତ୍ରଙ୍କ ବୟାନ ରେକର୍ଡ କରିଥିଲେ। ୧୧ ତାରିଖରେ ଇନ୍‌ସ୍ୟୁରାନ୍ସ କମ୍ପାନୀର ଅଧିକାରୀମାନେ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରିଥିଲେ। ଏ ସମସ୍ତ ତଦନ୍ତ ବିଷୟରେ ଜୁନ୍‌ ୧୪ରେ ‘ଗତି’ ପକ୍ଷରୁ ଜିଲା ପ୍ରଶାସନ, ପୂର୍ତ୍ତ ବିଭାଗ ଓ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା। ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ କରାଯାଇ ନ ଥିବାରୁ ଏହା ଅଦ୍ୟାବଧି ରହସ୍ୟାବୃତ ହୋଇରହିଛି। ଅନ୍ୟପଟେ ଏୟାରଷ୍ଟ୍ରିପ୍‌ରେ ଦୁର୍ଘଟଣାଗ୍ରସ୍ତ ବିମାନ (ଭିଟି ଇଏନ୍‌ଏଫ୍‌-୧୨୫)କୁ ରଖିବା ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ଏହାକୁ ଭୁବନେଶ୍ୱର ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଦୁର୍ଘଟଣା ପରେ ଏୟାରଷ୍ଟ୍ରିପ୍‌ରେ ତାଲିମ କାର୍ଯ୍ୟକ୍ରମ ବନ୍ଦ ଥିଲା। ପୁଣି ଥରେ ପ୍ରଶିକ୍ଷଣ ଆରମ୍ଭ କରିବାକୁ ‘ଗତି’ ପକ୍ଷରୁ ପ୍ରଶାସନକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ୩୮ ପ୍ରଶିକ୍ଷାର୍ଥୀଙ୍କୁ ପର୍ଯ୍ୟାୟକ୍ରମେ ବିମାନ ଉଡ଼ାଣ ପାଇଁ ତାଲିମ ଦିଆଯାଉଥିଲା। ଗତ ଜୁନ୍‌ ୮ ସକାଳେ ପ୍ରଶିକ୍ଷଣ ଚାଲିଥିବାବେଳେ ଏକ ବିମାନ ୧୦୦ ଫୁଟ ଉଚ୍ଚତାରୁ ଖସିପଡ଼ି ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମୁଖ୍ୟ ପ୍ରଶିକ୍ଷକ କ୍ୟାପ୍‌ଟେନ ସଞ୍ଜୀବ କୁମାର ଝା ଏବଂ ତାଲିମ ନେଉଥିବା ଛାତ୍ରୀ ଅନିଶ ଫାତିମାଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସାମୟିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?