ଡମ୍ପର ଧକ୍କାରେ ବ୍ୟକ୍ତିଙ୍କ ଜୀବନଗଲା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା
ରାଜନଗର,୧୨।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମର ବନମାଳୀ ଓଝାଙ୍କ ବଡ଼ପୁଅ ଶରତ (୪୫)ଙ୍କ ଉପରେ ରବିବାର ପୂର୍ବାହ୍ନରେ ଏକ ଡମ୍ପର ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଡମ୍ପରଟି ଦ୍ରୁତଗତିରେ ଯିବା ସମୟରେ ଉତ୍ତ୍ୟେକ୍ତ ଗ୍ରାମବାସୀ...
ଜାତୀୟ ଯୁବ ଦିବସ: ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ପୁରୀ ଅଫିସ,୧୨।୧: ଜାତୀୟ ଯୁବ ଦିବସ ଅବସରରେ ଦିଗବାରେଣୀ ଖୁଣ୍ଟିଠାରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ରବିବାର ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଛି। ଭାରତ ବିକାଶ ପରିଷଦ, ପୁରୀ ସେବାସମିତି, ରାମକୃଷ୍ଣ ମିଶନ, ନେହେରୁ ଯୁବକେନ୍ଦ୍ର, ମିଶନ ଓଡ଼ିଶା, ପୂଜ୍ୟପୂଜା ସଂସଦ, ଭାରତୀୟ...
ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ: ଜଳିଗଲା ଫାଷ୍ଟଫୁଡ୍ ଦୋକାନ
ବ୍ରହ୍ମପୁର ଅଫିସ,୧୨।୧: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଏକ ଫାଷ୍ଟଫୁଡ୍ ଦୋକାନରେ ରବିବାର ପୂର୍ବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ଦୋକାନ ସହ ସେଠାରେ ଥିବା ସମସ୍ତ ଆସବାବପତ୍ର ଜଳିଯାଇଛି। ସୌଭାଗ୍ୟବଶତଃ ଦୋକାନ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର...
ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ
ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ ରବିବାର ସକାଳେ ୭ ଡିଗ୍ରୀ ହୋଇଛି। ଦାରିଙ୍ଗବାଡ଼ି ସମେତ ଦାସିଂବାଡ଼ି,କାଣ୍ଡାପା,ସିମନବାଡ଼ି, କିଲାବାଡି,ଲଦପଙ୍କା,ଗ୍ରୀନବାଡ଼ି,ଦାସିକେତା,ପ୍ଳିହେରୀ ଆଦି...
ଜେଡ୍ଏସ୍ଆଇ ସହ ରେଭେନ୍ଶା ବିଶ୍ୱବିଦ୍ୟାଳୟର ଏମ୍ଓୟୁ: ଉଚ୍ଚଶିକ୍ଷା ପାଇଁ ବାଟ ଫିଟିଲା
କଟକ ଅଫିସ,୧୨ା୧: ଭାରତର ଏକ ପୁରାତନ ତଥା ୧୦୩ ବର୍ଷର ସଂସ୍ଥା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜେଡ୍ଏସ୍ଆଇ)ର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନିକଟରୁ ଶିକ୍ଷା ହାସଲ କରିବାର ସୁଯୋଗ ଏବେ ରେଭେନ୍ଶା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ପାଇବେ। ଏ ନେଇ ଜେଡ୍ଏସ୍ଆଇ ଓ...
ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା
ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ହେଲେ ସେଭଳି କିଛି ଆଶାନୁରୂପ ସୁଫଳ...
ଟଙ୍କା ନେଇ ନିର୍ମାଣ କଲେନି ଗୃହ: ୨୨୭ ହିତାଧିକାରୀ ଫେରାଇଲେ ୩୩ ଲକ୍ଷ
କଟକସଦର,୧୨ା୧(ଡି.ଏନ୍.ଏ.): ଇନ୍ଦିରା ଆବାସ ନିର୍ମାଣ ପାଇଁ ୨୦୦୦ରୁ ୨୦୧୪ ମସିହା ମଧ୍ୟରେ କାର୍ଯ୍ୟାଦେଶ ଏବଂ ଅନୁଦାନ ପାଇବା ସତ୍ତ୍ୱେ ଯେଉଁମାନେ ଗୃହ ନିର୍ମାଣ କରିନାହାନ୍ତି, ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରାଯାଇଥିଲା ା ନେଇଥିବା...
କୟଳପଡ଼ାରେ ହାତୀ, ଲୋକେ ଭୟଭୀତ
ଚୌଦ୍ୱାର,୧୨ା୧(ଡି.ଏନ୍.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଚଷାପଡା ଗ୍ରାମର ସୁବ୍ରତ...
ପରମହଂସ ସେତୁରେ ଲୁଟେରାଙ୍କ ଦୌରାତ୍ମ୍ୟ
କଟକସଦର,୧୨ା୧(ଡି.ଏନ୍.ଏ.): କାଠଯୋଡ଼ି ନଦୀର ପରମହଂସ ସେତୁରେ ରାତିରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ କେତେଜଣ ଯୁବକ ସେତୁ ଉପରେ ଆଡ୍ଡା ଜମାଉଛନ୍ତି। ଫଳରେ ପରମହଂସ, ଗୋବିନ୍ଦପୁର, ରାଉତ୍ରାପୁର, କଳପଡ଼ା ଅଞ୍ଚଳର ଲୋକମାନେ ଯିବା ଆସିବାରେ...
ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ: ରୋଗୀଙ୍କ ଉପରେ ପଡ଼ିଲା କଂକ୍ରିଟ୍ ଖଣ୍ଡ, ୩ ଆହତ
ନିମାପଡ଼ା,୧୨ା୧(ଡି.ଏନ୍.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଓ୍ବାର୍ଡର ଛାତରୁ କଂକ୍ରିଟ୍ ଖଣ୍ଡ ଖସିପଡ଼ିବା ଯୋଗୁ ୨ ଜଣ ମହିଳା ରୋଗୀଙ୍କ ସହ ୩ ଜଣ ଆହତ ହୋଇଛନ୍ତି। ଆହତମାନେ...
ନିଜ ମାତୃଭାଷା ସ୍ବର୍ଗଠାରୁ ମହାନ
ପୁରୀ ଅଫିସ, ୧୨ା୧: ଆଦିକବି ସାରଳା ଦାସ ସମ୍ମିଳନୀ ଅବସରରେ ଶ୍ରୀକ୍ଷେତ୍ରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟଠାରୁ ମାଉସୀମା ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା। ଉପଜିଲାପାଳ ଭବତାରଣ ସାହୁ ଓ ଟ୍ରାଫିକ ଡିଏସ୍ପି...
ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା
ପୁରୀ ଅଫିସ, ୧୨ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ଏକ ଘରୋଇ ବ୍ୟାଙ୍କରେ ରଖାଯିବା ଘଟଣାକୁ ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶନିବାର ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ...
Archives


