ଆମ ଜିଲା ଖବର

ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟର ୩୦ ତମ ଜିଲା ଭାବେ ରାୟଗଡ଼ା ଛୁଇଁଲା କରୋନା। ବୁଧବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ଜଣେ ପଜିଟିଭ୍‌ ଅଛନ୍ତି। ଆକ୍ରାନ୍ତଜଣଙ୍କ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିବା ସୂଚନା ମିଳିଛି। ପ୍ରକାଶ ଯେ, ବୁଧବାର ୧୪୩ ଆକ୍ରାନ୍ତ…

ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ ଅଫିସ,୩।୬: ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଦାରୁବିଗ୍ରହଙ୍କୁ ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ସେବା ପାଇଁ ବୁଧବାର ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।…

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ମଙ୍ଗଳବାର ଅପରାହ୍ନରେ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିଛି। ଥାନାଧିକାରୀ ସନାତନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଗୌରମଣି ସିଂ ଓ ଅନ୍ୟ ଥାନା…

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା: ୩ ବର୍ଷ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଘଟଣାର ୩ ବର୍ଷ ପରେ ଦିଗପହଣ୍ଡି ପୋଲିସ ବୁଧବାର ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛନ୍ତି। କେସ୍‌…

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡ଼ବିଲ…

କତା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଲକ୍ଷ ଟଙ୍କାର ସମ୍ପତ୍ତି

ସାକ୍ଷୀଗୋପାଳ/ପିପିଲି, ୩।୬(ଡି.ଏନ.ଏ): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶର୍‌ବ ସାତଶଂଖ ନିକଟ ଶିରିଆପୁର ନାସନାଲ କୟର ଏକ କତା କାରଖାନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ତିନି ମହଲା କୋଠା ବିଶିଷ୍ଟ ମାଲିକଙ୍କ ବାସଗୃହ ସହିତ କାରଖାନା, ଗୋଦାମ ଏବଂ ଏକ…

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ଜୀବନଗଲା

ଝାରସୁଗୁଡା ଅଫିସ,୩।୬: ଝାରସୁଗୁଡା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ସହି ନ ପାରି ଅନ୍ୟ ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ବୁଧବାର ସକାଳୁ ଜଣଙ୍କ ମୃତ୍ୟୁ…

ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୩ା୬: ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାପ୍ରଭୁ ତାଙ୍କୁ ହରଣ କରି ନେଉଥିଲେ। ଏହି ସମୟରେ ବାଟ ଓଗାଳିଥିଲେ ଶିଶୁପାଳ। ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା। ଶେଷରେ ଶିଶୁପାଳଙ୍କୁ ପରାସ୍ତ…

ପୁରୀରେ ପହଞ୍ଚିଲା ବଉଳକାଠ

ପୁରୀ ଅଫିସ/ସାକ୍ଷୀଗୋପାଳ, ୩ା୬(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରାରେ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ବାହୁଟ ସେବାଲାଗି ଆବଶ୍ୟକ ବଉଳ କାଠ ଶଗଡ଼ି ମଙ୍ଗଳବାର ଏକାଦଶୀ ତିଥିରେ ସାକ୍ଷୀଗୋପାଳରୁ ବାହାରି ଶ୍ରୀକ୍ଷେତ୍ରରେ ପହଞ୍ଚତ୍ଛି। ଶ୍ରୀମନ୍ଦିର ଭୋଇ ସେବକ ଶ୍ରୀରାମଚନ୍ଦ୍ରପୁର…

୧୦୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଲୋକନାଥ

ପୁରୀ ଅଫିସ,୩ା୬: ଶ୍ରୀଲୋକନାଥ ମନ୍ଦିରରେ ମଙ୍ଗଳବାର ପ୍ରଭୁ ଶ୍ରୀଲୋକନାଥଙ୍କ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଲୋକନାଥ ୧୦୦୮ ଗରା ସୁବାସିିତ ଜଳରେ ସ୍ନାନ କରିଥିଲେ। ପରେ ଠାକୁରଙ୍କ ସପ୍ତ ମଙ୍ଗଳା ନୀତି ସମ୍ପନ୍ନ ହୋଇଥିଲା। ମନ୍ଦିରର…

୫ ଜିଲାରେ ଉଜାଡ଼ିବ ଜଙ୍ଗଲ, ଚାଷ

କଟକ ଅଫିସ,୩ା୬: ପାକିସ୍ତାନୀ ପଙ୍ଗପାଳ ଏବେ ଛତିଶଗଡ଼ରେ ଉପଦ୍ରବ ଚଳାଇଛି। କିନ୍ତୁ ଓଡ଼ିଶାରେ ସେମାନଙ୍କ ଆଗମନ ସୂଚନା ପାଇବା ପରେ ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀଙ୍କ ଭିତରେ ଭାଳେଣି ପଡ଼ିଲାଣି। କିଛି ଦିନ ଭିତରେ ପଙ୍ଗପାଳ ଦଳ ଛତିଶଗଡ଼ ସୀମାବର୍ତ୍ତୀ ଜିଲାଗୁଡ଼ିକରେ…

ଓଡ଼ିଶା ଫେରିବାକୁ ମଙ୍ଗଳସୂତ୍ର ବିକିଲେ: ବିକା ଟଙ୍କାରେ ସାଇକେଲ କିଣି ବେଙ୍ଗାଲୁରୁରୁ ଭଦ୍ରକ ଫେରିଲେ ଦମ୍ପତି

କଟକ ଅଫିସ,୩ା୬: ଜଣେ ସଧବା ନାରୀର ଅସ୍ମିତା ହେଉଛି ତା’ର ମଙ୍ଗଳସୂତ୍ର। କିନ୍ତୁ ଲକ୍‌ଡାଉନ୍‌ ଜନିତ ବେରୋଜଗାରି ଶ୍ରମିକମାନଙ୍କ ଦାରିଦ୍ର୍ୟ ଓ ଅଭାବକୁ ତେଜି ସେମାନଙ୍କୁ ଏଭଳି ସ୍ଥିତିରେ ଆଣି ଛିଡ଼ା କରେଇଛି ଯେ, ଓଡ଼ିଶା ଫେରିବା ପାଇଁ ଜଣେ ପ୍ରବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?