ଆମ ଜିଲା ଖବର

ପିଏଚଡ଼ିର ନାକତଳେ ଫାଟିଛି ପାଇପ, ଦୂଷିତ ହେଉଛି ପିଇବା ପାଣି

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମ୍ୟୁନିସିପାଲଟି ଅଧିନ ଶକ୍ତି ନଗରସ୍ଥିତ ନେହେରୁ ଆସୋସିଏସନ ସମ୍ମଖରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ପାଇଁ ଉଦ୍ଦିଷ୍ଟ ପାଣି ପାଇପ ଫାଟି ଯାଇଛି। ଫଳରେ ପାନୀୟଜଳ ଦୂଷିତ ହେଉଥିବାବେଳେ ନିକଟସ୍ଥ ସମଲେଶରୀ ନର୍ସରୀ…

ରାସ୍ତା ନିର୍ମାଣ ଦାବି: ଆନ୍ଦୋଳନରେ ବସିଲେ ଅଞ୍ଚଳବାସୀ

ଭବାନୀପାଟଣା,୨୨।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଛକରେ ସୋମବାର ସକାଳୁ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଫଳରେ ଭବାନୀପାଟଣା -ରାୟଗଡା ୬ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲାଞ୍ଜିଗଡ଼ ବ୍ଳକ ପୋଖରୀବନ୍ଧ…

କମ୍ବିଂ ଅପରେଶନ ଜୋରଦାର: ବର୍ଷାରେ ଭିଜି ମାଓବାଦୀଙ୍କୁ ଖୋଜୁଛନ୍ତି ଯବାନ

ଭଞ୍ଜନଗର,୨୧/୯(ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାର ବାଇବାଲି, ଇନ୍ଦ୍ରଗଡ଼, ମହୁଲପଲ୍ଲୀ ପ୍ରମୁଖ ଗ୍ରାମ ଜଙ୍ଗଲରେ ଆଜକୁ ୩ ଦିନ ହେବ କମ୍ବିଂ ଅପରେଶନ ଜୋରଦାର ଚାଲିଛି। ଉକ୍ତ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ତଥାପି ଯବାନମାନେ ବର୍ଷାରେ ଭିଜି ଭିଜି ଜଙ୍ଗଲରେ…

ଗଡଜାତ ଅଞ୍ଚଳର ଖଣ୍ଡାବସା ପର୍ବ: ଚଳଚଞ୍ଚଳ ଗାଁଠାରୁ ସହର

ଥୁଆମୂଳ ରାମପୁର,୨୨।୯(ଦୁର୍ଗା କୀର୍ତ୍ତି ): ଉତ୍ସବ ମୁଖରିତ ହୋଇପଡିଛି ଥୁଆମୂଳ ରାମପୁର l ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଦଶଭୁଜା ମହାମାୟୀ ମା’ ମାଣିକେଶ୍ବରୀ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକର ବହୁ ପୁରାତନ ତନ୍ତ୍ର ମନ୍ତ୍ରର ଶକ୍ତି ପୀଠ ଭାବରେ…

ଗାଁ ଗାଁରେ ବିକ୍ରି ହେଉଛି ଦେଶୀ-ବିଦେଶୀ ମଦ: ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୨୨/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ବ୍ୟାପକ ଦେଶୀ ବିଦେଶୀ ମଦ ବିକ୍ରି ହେଉଛି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଛି। ଫଳରେ ମଦ୍ୟପଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବ୍ଲକର ଉପାନ୍ତ ଲୁତୁରପଙ୍କ ଓ ବହଳପଦର…

ଟ୍ରକ୍‌ ପାର୍କିଂ ନିର୍ମାଣକୁ ବିରୋଧ: ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବାନ୍ଦେନଟିକ୍ରା ନିକଟରେ ଟ୍ରକ ପାର୍କିଂ ନିର୍ମାଣକୁ ନେଇ ବିରୋଧ ତେଜି ଉଠିଛି। ଏହି କ୍ରମରେ ରବିବାର ବାନ୍ଦେନଟିକ୍ରା ଗ୍ରାମବାସୀ ବରଗଡ଼ ପାଣିଛତର ନିକଟ ରେଲୱେ ଓଭରବ୍ରିଜ ପାଖରେ ରାସ୍ତା ଅବରୋଧ କରିଥିଲେ। ଫଳରେ ସହର ମୁଖ୍ୟରାସ୍ତାରେ…

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଛକରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଥିଲେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଶେଷରେ ଅଞ୍ଚଳବାସୀ ନିଜସ୍ବ ଖର୍ଚ୍ଚରେ ମରାମତି କରିଛନ୍ତି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା…

ଲୋକଙ୍କ ଜୀବନ ସହ ଖେଳୁଛି ଆଇପିଏଲ୍‌: ଭୟରେ ଲୋକେ

ଭବାନୀପାଟଣା,୨୨ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଥିବା ଆଇପିଏଲ୍‌ (ଇଣ୍ଡିଆନ ପଟାସ୍‌ ଲିମିଟେଡ) କମ୍ପାନୀ ସ୍ଥାନୀୟ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀ ଏହାର ପ୍ରତିବାଦ କରି ଆନ୍ଦୋଳନ କରିବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ…

ନୂଆପଡ଼ାକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଆସିବି: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆପଡ଼ା, ୨୨ା୯ (ରବିନାରାୟଣ ଜେନା/ ମକାରୁ ବେମାଲ):ନୂଆପଡ଼ାକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଆସିବି। ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ମୋର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏଫ୍‌ସିଆଇ ଗୋଦାମ ପରିସର…

ଶୈଳପୁତ୍ରୀ ବେଶରେ ମା’ ସମଲେଶରୀ: ମନ୍ଦିରରେ ଭକ୍ତଙ୍କ ସମାଗମ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ସୋମବାର ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ…

ଡଙ୍ଗାରେ ବଜ୍ରପାତ: ବାପ ମୃତ, ପୁଅ ନିଖୋଜ

ମହାକାଳପଡ଼ା,୨୧ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ତନ୍ତିଆପାଳ ଗ୍ରାମର ବିଜୟ ପରିଡ଼ା (୪୭) ପୁଅଙ୍କ ସହ ସମୁଦ୍ରକୁ ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ର ମଝିରେ ପ୍ରବଳ…

ଭୋପାଳରେ ନୂଆଁଖାଇ ଭେଟଘାଟ: ନାଚଗୀତରେ ମସଗୁଲ ହେଲେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ରବିବାର ୧୨ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଦୁର ଭୋପାଳରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ବେଶ ଧୁମଧାମରେ ଗଣପର୍ବ ନୂଆଖାଇ ପାଳନ କରିଛନ୍ତି। କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରୁ ପ୍ରାୟ ୩୦ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri