ଆମ ଜିଲା ଖବର

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଜଳେଶ୍ୱର, ୨୪।୧(ଡି.ଏନ.ଏ./ସ୍ବ.ପ୍ର)-ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆ ଛକରେ ଶୁକ୍ରବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଧାନସିମୁଳିଆ ଗ୍ରାମର ଅଜୟ ଭୂୟାଁଙ୍କ ମୃତ୍ୟୁ ଘଟିଛି। ଅଜୟ ସାଇକେଲରେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ବାଲି ବୋଝେଇ ଡମ୍ପର ଧକ୍କା...

ଧାନ ରଖି ଚାଷୀଙ୍କ ରାସ୍ତାରୋକୋ

ଜଳେଶ୍ୱର,୨୪।୧(ଡି.ଏନ.ଏ.)-ମଣ୍ଡିରେ ଧାନକ୍ରୟରେ ଅନିୟମିତତା ବିରୋଧରେ ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଡେମୁରିଆଠାରେ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ ମିଲର୍‌ ଓ ଇକଡ଼ା ସେବା ସମବାୟ ସମିତିର ସମ୍ପାଦକଙ୍କୁ ମଧ୍ୟ ତାଲା ପକାଇ...

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରସାଳପୁର, ୨୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ହରିଡ଼ା ଗ୍ରାମର ପ୍ରଭାକର ମହାଳିକ ନାମକ ଯୁବକ ଶୁକ୍ରବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ରେଳବାଇ ପୋଲିସ ପହଞ୍ଚତ୍ ଶବ ଜବତ କରି ପଞ୍ଚନାମା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଶବ...

ପରିତ୍ୟକ୍ତ କୂଅରୁ ଜଙ୍ଗଲି ବାର୍‌ହା ଉଦ୍ଧାର

ଛେଣ୍ଡିପଦା,୨୪।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ବାହାଳସାହି ଗାଁ ନିକଟ ପରିତ୍ୟକ୍ତ କୂଅରୁ ଶୁକ୍ରବାର ଏକ ବାର୍‌ହା ଉଦ୍ଧାର ହୋଇଛି। କୂଅରେ ବାର୍‌ହା ପଡିଥିବା ନେଇ ଗ୍ରାମବାସୀ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ...

ବନ୍ଧୁକ ମୁନରେ ଲୁଟିନେଲେ ୨୩ ଲକ୍ଷ

ଖୋର୍ଦ୍ଧା ଅଫିସ,୨୪।୧: ଖୋର୍ଦ୍ଧା ଆଦର୍ଶ ଥାନା ସତ୍ୟସାଇ ମନ୍ଦିର ରାସ୍ତାରେ ଶୁକ୍ରବାର ଲୁଟ ହୋଇଛି। ୨୩ ଲକ୍ଷ ଏଲ୍‌ଆଇସି ବୀମା ଟଙ୍କା ବ୍ୟାଙ୍କରେ ଜମା କରିବା ଲାଗି ଜଣେ କର୍ମଚାରୀ ଯାଉଥିବା ବେଳେ ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି।...

କେସିଙ୍ଗା ରେଳ ଫାଟକ ଅଣ୍ଡର ବ୍ରିଜ ନିର୍ମାଣ ଦାବି: ୩ୟ ଦିନରେ ଧାରଣା

କେସିଙ୍ଗା,୨୪।୧: କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟରେ ଥିବା ରେଳ ଫାଟକରେ ଅଣ୍ଡର ବ୍ରିଜ ନିର୍ମାଣ ଦାବିକୁ ନେଇ ଚାଲୁଥିବା ଗଣଧାରଣା ଶୁକ୍ରବାର ୩ୟ ଦିନରେ ପହଞ୍ଚିଛି। ଶୁକ୍ରବାର କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକେ ଏହି ଗଣଧାରଣାରେ ସାମିଲ...

ବିଭିନ୍ନ ଦାବି ନେଇ ଖବରଦାତା ସମ୍ମିଳନୀ

ଅନୁଗୋଳ ଅଫିସ,୨୪।୧: ବିଭିନ୍ନ ଦାବି ନେଇ ଅନୁଗୋଳ ଜିଲା ଗୋପବନ୍ଧୁ ପାର୍କ ପରିସରରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାବାସୀଙ୍କୁ ସର୍ବନିମ୍ନ ଦୁଇ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା...

ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଯୋଗ ଦେଇ ରକ୍ତଦାନ ମହାପୁଣ୍ୟର ମହତ୍ୱକୁ ଜନସାଧାରଣଙ୍କୁ...

କୁଡ଼ାସାହି ଗ୍ରାମରେ ଡକାୟତି: ମାଡ଼ମାରି ଲୁଟିନେଲେ ଗହଣା, ଟଙ୍କା

ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ଜିଲା କୁଡ଼ାସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ରାତିରେ ଗ୍ରାମର ଉଜ୍ଜ୍ୱଳ ସାହୁଙ୍କ ଘର ଆଗରେ ଏକ ବୋଲେରୋ ରହିଥିଲା। ବୋଲେରୋରୁ ୧୦/୧୨ ଜଣ ଡକାୟତ ଆସି ଉଜ୍ଜ୍ୱଳଙ୍କ ଘରେ ପଶିଥିଲେ। ତାଙ୍କ...

୬୨ଲିଟର ଦେଶୀ ମଦ ଜବତ: ୫ ଗିରଫ

ମାଧପୁର,୨୪।୧(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଠାକୁରଗଡ଼ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୬୨ଲିଟର ଦେଶୀମଦ ଜବତ କରିବାସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ପୋଲିସ ଗିରଫ କରିଛି l ଗୋପପୁର...

ବିଧାୟକଙ୍କ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ: ବିଭିନ୍ନ କାର୍ଯ୍ୟ କଲେ ଅନୁଧ୍ୟାନ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଶୁକ୍ରବାର ଅଚାନକ ଜିଲା ସଦର ମହକୁମା ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ.ଅଜୟ କୁମାର ବୈଠାରୁ ଉପସ୍ଥିତ ଥିବାରୁ ସନ୍ତୋଷ ପ୍ରକାଶ...

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଶୁକ୍ରବାର ମାଜିଷ୍ଟ୍ରେଟ କ୍ଷମତାରେ ଥିବା ଆଠମଲ୍ଲିକ ଆସିଷ୍ଟାଣ୍ଟ କଲେକ୍ଟର ନାରାୟଣ ସାହୁଙ୍କ ଉପସ୍ଥିତିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri