ଆମ ଜିଲା ଖବର

ନୀଳଗିରି ଏନ୍‌ଏସି ଶଟ୍‌ଡାଉନ୍‌

ସଜନାଗଡ଼,୭ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏନ୍‌ଏସିକୁ ଶଟଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ରଖିବାକୁ ଘୋଷଣା କରିଛନ୍ତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ନିୟମ ମୁତାବକ…

ବୁଗୁଡ଼ା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ନୂତନ

ବୁଗୁଡ଼ା,୭।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗଡ଼ାରେ ଥିବା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଶୁକ୍ରବାର ନୂତନ ମଲ୍ଲିକ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଉପକୋଷାଗାରର ସେ ପ୍ରଥମ ମହିଳା ଅଧିକାରୀ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା…

ଡରାଇଲାଣି ଭଦ୍ରକ: ବଢ଼ୁଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା

ଭଦ୍ରକ ଅଫିସ,୭।୮: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୮୫୫କୁ ବୃଦ୍ଧି ପାଇଛି। ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୦…

ତାରାତାରିଣୀ କଲେଜରେ ୩ କର୍ମଚାରୀଙ୍କୁ କରୋନା: ବନ୍ଦ ହେଲା କ୍ୟାମ୍ପସ

ପୁରୁଷୋତ୍ତମପୁର,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶ (ବ୍ରହ୍ମପୁର)ଙ୍କୁ ଜଣାଇ ଥିଲେ। ତାଙ୍କ ପରାମର୍ଶ କ୍ରମେ କଲେଜ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ…

ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଈପ୍‌ସିତଙ୍କୁ ନୋଟିସ୍‌ ଦିଆଯାଇଥିଲା।…

ବରଗଡ଼ରେ ପୁଣି ୮ କରୋନା ପଜିଟିଭ୍‌: ୫୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୭।୮: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦ ଅଧୀନ ୱାର୍ଡ ନଂ-୨ ବାଲିଟିକ୍ରା ରାସ୍ତା ପାର୍ଶ୍ବର ଜଣେ, ୱାର୍ଡ ନଂ-୮ ଭଟଲି ଛକସ୍ଥିତ ବ୍ୟାଙ୍କ ଅଫ…

ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ

ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍‌ ସୁନାମ ରହିଛି। ମା’ ମାଳତୀ ଓ ବାପା…

ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ ସୀମିତ ନୁହେଁ। ଏଥିରେ ଏମିତି କେତେଜଣ ମହିଳା ଅଛନ୍ତି ଯେଉଁମାନେ ଘରର ଚାରିକାନ୍ଥ ଭିତରେ…

ଡାକ୍ତରଙ୍କୁ ଭଣ୍ଡେଇଲେ ସୁନ୍ଦରୀ ଯୁବତୀ, ଆକାଉଣ୍ଟରୁ ନେଇଗଲେ ଏତିକି ଟଙ୍କା, ଆଉ ତା’ ପରେ…

ତାଳଚେର,୭ା୮(ନି.ପ୍ର.): ଜଣେ ଯୁବତୀ ନିଜକୁ ଏକ ବଡ଼ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଶେଷରେ ତାଳଚେର ଟାଉନ ଥାନା ପୋଲିସ ହାତରେ ଗିରଫ ହେବା…

ନିର୍ମାଣାଧୀନ ନାଳରେ ସ୍କୁଟି ସହ ଖସିପଡ଼ିଲେ ଯୁବକ, ଛାତିରେ ପଶିଗଲା ଲୁହାରଡ୍‌

ବ୍ରହ୍ମପୁର ଅଫିସ,୭ା୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ ନିକଟରେ ଏକ ଅଘଟଣ ଘଟିଛି। ଅର୍ଦ୍ଧନିର୍ମିତ ନାଳର ଲୁହାରଡ୍‌ ଯୁବକଙ୍କ ବାମ ଛାତି ଭିତରେ ପଶିଯାଇ ମୃତ୍ୟୁ ଘଟିଛି। ଖବର ପାଇ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ…

ଆଜିଠୁ ଏସ୍‌ସିବିରେ ମିଳିବ ‘ଆହାର’

କଟକ ଅଫିସ, ୭ା୮: ଆହାର କେନ୍ଦ୍ର ଓ ହସ୍ପିଟାଲ କର୍ମଚାରୀମାନେ ବାରମ୍ବାର କରୋନା ଆକ୍ରାନ୍ତ ହେବାରୁ ପ୍ରାୟ ୪୦ଦିନ ଧରି କଟକ ସହରର ସମସ୍ତ ହସ୍ପିଟାଲରେ ଥିବା ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲା। ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ…

କୋଭିଡ୍‌ ମେଡିକାଲ, ସିସିସିର ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ

କଟକ ଅଫିସ,୭ା୮: ଗୁଜରାଟ୍‌ର ଅହମ୍ମଦାବାଦ୍‌ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୫୦ଜଣ ଆହତ ହୋଇଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକର ଅଗ୍ନି ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଓଡ଼ିଶାରେ ୧୫୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?