ଆଜିଠୁ ଏସ୍‌ସିବିରେ ମିଳିବ ‘ଆହାର’

କଟକ ଅଫିସ, ୭ା୮: ଆହାର କେନ୍ଦ୍ର ଓ ହସ୍ପିଟାଲ କର୍ମଚାରୀମାନେ ବାରମ୍ବାର କରୋନା ଆକ୍ରାନ୍ତ ହେବାରୁ ପ୍ରାୟ ୪୦ଦିନ ଧରି କଟକ ସହରର ସମସ୍ତ ହସ୍ପିଟାଲରେ ଥିବା ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲା। ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଖାଦ୍ୟ ପାଇଁ ହଇରାଣ ହେଉଥିଲେ। ତେବେ ଶୁକ୍ରବାରଠାରୁ ଏସ୍‌ସିବିରେ ପୁଣି ଆହାର ସେବା ଆରମ୍ଭ ହେବ। ଏହାପରେ ୧୦ ତାରିଖଠାରୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଏବଂ ଶିଶୁଭବନରେ ଆହାର ସେବା ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କଟକ ମହାନଗର ନିଗମର ବସ୍ତି ଉନ୍ନୟନ ଅଧିକାରୀ ଅମୃତ ସରକାର କହିଛନ୍ତି। ପୂର୍ବଭଳି ଏସ୍‌ସିବିରେ ୧୨୦୦, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ୬୫୦ ଏବଂ ଶିଶୁଭବନ ପାଇଁ ୪୫୦ ପ୍ଲେଟ ଯୋଗାଇ ଦିଆଯିବ। ଏଥର ଅକ୍ଷୟ ପାତ୍ର ଚାରିଟେବୁଲ ଟ୍ରଷ୍ଟକୁ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସହଯୋଗର ହାତ ବଢାଇଛନ୍ତି। ଏହି ସଦସ୍ୟାମାନେ ସମସ୍ତ ଆହାର କେନ୍ଦ୍ରରେ ଖାଦ୍ୟ ପରଷିବେ। ଏଥର ଆହାର କେନ୍ଦ୍ରଗୁଡ଼ିିକରେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଉକ୍ତ ନୂତନ ପରିଚାଳନା ଦାୟିତ୍ୱ ଉପରେ ଅକ୍ଷୟ ପାତ୍ର ସଂସ୍ଥା ଆସ୍ଥା ପ୍ରକଟ କରିବା ସହ ଆଗାମୀ ଦିନରେ ଯୋଜନା ଅଧିକ ଆଦୃତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୩୦ ଯାଏ ଗଞ୍ଜାମ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌: ମଧ୍ୟାହ୍ନ ୧୨ଟାରୁ ପରେ ଘରୁ ନ ବାହାରିବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୧୪।୬(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଗୋଟିଏ ପଟେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅପରପକ୍ଷେ କେତେକ ଲୋକ ଏବେ ବି ମାସ୍କ ପିନ୍ଧୁ ନ...

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୋକସରା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପକ୍ଷରୁ ଥାନା ଅଧିକାରୀ ପୁଷ୍ପାଞ୍ଜଳି ନେଗୀଙ୍କ ନେତୃତରେ ସଡକ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଶନିବାର...

ଖଇରପୁଟ ବିଡିଓଙ୍କ ବଦଳି ନେଇ ତାତିଲେ ଲୋକ ପ୍ରତିନିଧି: ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ମାଲକାନଗିର/ଖଇରପୁଟ, ୧୮ା୧୨(ଡି.,ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାାଳୟକୁ ବୁଧବାର ବହୁ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ଘେରାଉ କରି ବିଡିଓ ବିଶ୍ୱଜିତ ବର୍ମନଙ୍କ ବଦଳି ଦାବି...

କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା

କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩...

ଭତାରୁ ବଁଚିତ୍‌ ଫୁଲ

  ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ସାନଗୁର୍ଜିଭଟାର ଫୁଲ ନାଗ(୫୬)। ଆପ୍‌ନେ ପୀତବାସ ନାଗ ଦୁଇ ବଛର...

ଛାତ୍ରୀଛାତ୍ରଙ୍କୁ ଚାରା ବାଣ୍ଟିଲେ ଜିଲାପାଳ

ଛତ୍ରପୁର,୨୨ା୬(ଡି.ଏନ.ଏ)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଆୟୋଜିତ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଯୋଗଦେଇ ସ୍କୁଲକୁ ଆସିଥିବା...

ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ...

ଜି. ଉଦୟଗିରିର ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ପାଳନ

ଜି. ଉଦୟଗିରି ୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅଞ୍ଚଳର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ତଥା ବଡ଼ଦିନ ପର୍ବ ପାଳନ...

Coronavirus Update


Archives

Model This Week

Why Dharitri