ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ

ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍‌ ସୁନାମ ରହିଛି। ମା’ ମାଳତୀ ଓ ବାପା ରବି ମେହେରଙ୍କ ସେ ଦ୍ୱିତୀୟ ସନ୍ତାନ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌। ପିଲାଟି ବେଳୁ ବାନ୍ଧକଳା ପ୍ରତି ସେ ଆକୃଷ୍ଟ ହୋଇଥିଲେ। କୌଳିକବୃତ୍ତିକୁ ଆପଣାଇବା ପରେ ବାପାଙ୍କୁ ବାନ୍ଧକଳାରେ ସହାୟତା କରୁଥିଲେ। ଏବେ ସେ ଲୁଗାବୁଣା, ବାନ୍ଧକାମ, କଲରିଂ, ଗ୍ରାଫ୍‌ ଡିଜାଇନିଂରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ବରଗଡ଼ ସହରରେ ରହି ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗୀର ଓ ବୌଦ୍ଧ ଜିଲାର ବୁଣାକାରଙ୍କୁ ଶାଢି ଡିଜାଇନିଂ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରଥମେ ୨୫ଇଞ୍ଚ ଲମ୍ବ ୨୦ଇଞ୍ଚ ଚଉଡାର ଜଗନ୍ନାଥଙ୍କ ସୁନାବେଶ ଏବଂ ୩୦ଇଞ୍ଚ ଲମ୍ବ ୩୦ଇଞ୍ଚ ଚଉଡା ବାନ୍ଧକଳାରେ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ(ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌) ତିଆରି କରି ଘନଶ୍ୟାମ ଚର୍ଚ୍ଚାକୁ ଆସିଥିଲେ। ଏହି ବାନ୍ଧକଳାକୁ ନେଇ ତାଙ୍କୁ ୨୦୦୬ରେ ରାଜ୍ୟସରକାର ପୁରସ୍କୃତ କରିଥିଲେ। ବାପାଙ୍କ ପରଲୋକ ଗତେ ଘନଶ୍ୟାମ ସେହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଏବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ଗ୍ରାଫ୍‌ କାଗଜରେ ୧ଲକ୍ଷ ୨୦ହଜାର ଶଙ୍ଖଚିତ୍ର ଅଙ୍କନ କରିବାକୁ ପଡିଛି। ଗତ ଏପ୍ରିଲ ମାସରେ ସେ ଏହି ଚିତ୍ର ଅଙ୍କନ ଶେଷ କରିଛନ୍ତି। କରୋନା କଟକଣା ପରେ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ସେ ବିଧିବଦ୍ଧ ଭାବେ ଆବେଦନ କରିବେ ବୋଲି ଘନଶ୍ୟାମ କହିଛନ୍ତି। ଗୋଟିଏ ଏ-ଫୋର ଗ୍ରାଫ୍‌ କାଗଜରେ ୩୬ଟି ଶଙ୍ଖ ଚିତ୍ର ରହିଛି। ପ୍ରତ୍ୟେକ ଶଙ୍ଖର ଉଚ୍ଚତା ପ୍ରାୟ ୧ ଇଞ୍ଚ ଲମ୍ବ ଦେଢ ଇଞ୍ଚ। ଏଥିପାଇଁ ସେ ୩୪୦୦ଖଣ୍ଡ ଗ୍ରାଫ୍‌ କାଗଜ ବ୍ୟବହାର କରିଛନ୍ତି। ଏପରି ଚିତ୍ର ଅଙ୍କନ ପାଇଁ ତାଙ୍କର ୧ହଜାରରୁ ଊର୍ଦ୍ଧ୍ୱ ପେନ୍‌ସିଲ ସରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଆଙ୍କିଥିବା ୧ଲକ୍ଷ ୨୦ ହଜାର ଶଙ୍ଖ ସହ ଅନ୍ୟ ଶଙ୍ଖଚିତ୍ରର ସାମଞ୍ଜସ୍ୟ ନାହିଁ। ୨୦୦୬ରୁ ସେ ଏହି ଶଙ୍ଖଚିତ୍ର ଅଙ୍କନ ଆରମ୍ଭ କରିଥିଲେ। ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବହୁ ରାତି ତାଙ୍କର ଅନିଦ୍ରାରେ କଟିଛି। କଠିନ ପରିଶ୍ରମର ଫଳ ତାଙ୍କୁ ନିଶ୍ଚିତ ସଫଳତା ଦେବ ବୋଲି ସେ ଆଶା ରଖିଛନ୍ତି।
ପୂର୍ବରୁ ଗ୍ରାଫ୍‌ କାଗଜରେ ୮୧ ହଜାର ଶଙ୍ଖଚିତ୍ର ଅଙ୍କନ କରି ୨୦୧୬ରେ ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରୁ ପ୍ରମାଣପତ୍ର ପାଇବା ପରେ ତାଙ୍କୁ ସ୍ବୀକୃତି ଓ ଆତ୍ମସନ୍ତୋଷ ମିଳିଥିଲା।

ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ: ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷେ ଟଙ୍କା

ପରଜଙ୍ଗ, ୩।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରା ଆତଙ୍କ ଦେଖାଦେଇଛି। ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନରେ...

ହାତୀ ଖାଇଗଲେ ପରିବା ଫସଲ

ପାଟଣା,୨୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍‌ ଅନ୍ତର୍ଗତ ସାନ ଗମ୍ଭାରିଆ ଗ୍ରାମରେ ବୁଧବାର ରାତିରେ ୧୩ଟିକିଆ ବଣୁଆ ହାତୀ ଚାଷୀଙ୍କ ବାଡ଼ିରେ ପଶି ବ୍ୟାପକ...

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ...

ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପସ୍‌ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଖୁଣ୍ଟା,୨୦ା୮(ଡି.ଏନ୍‌.ଏ)-ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ସୋମବାର ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ କାର୍ଯ୍ୟାଳୟରେ ଚାଷୀମାନେ ତାଲା ପକାଇ ଦେଇଥିଲେ। ଚାଷୀମାନେ ନିଜ...

ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି କଚେରି ପୋଖରୀ

ପଟ୍ଟାମୁଣ୍ଡାଇ, ୨୫।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ମ୍ୟୁନିସିପାଲିଟି ପକ୍ଷରୁ ଡମ୍ପିଂୟାର୍ଡ ନିର୍ମାଣ ହେବା...

ରାସ୍ତା ଜଗିବସିଛନ୍ତି ଯୁବକ

ମାଧପୁର, ୫ା୪- ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ କନ୍ଧପଡା ଗ୍ରାମ ରାସ୍ତାରେ ଜଗି ରହିଛନ୍ତି କେତେଜଣ ଯୁବକ । ଗ୍ରାମବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା...

ସଫେଇ କର୍ମଚାରୀ ସମ୍ମାନିତ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.)- ବାଲିଗୁଡ଼ା ଏନ୍‌ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସାମାଜିକ କର୍ମୀ...

ନୀଳଗିରି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସିଲ୍‌

ସଜନାଗଡ଼,୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ନୀଳଗିରିରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ...

Play 250+ Trending Games
Archives

Model This Week

Why Dharitri