ଆମ ଜିଲା ଖବର

ତାଲିକା ପ୍ରକାଶ ପରେ କୁହୁଳୁଛି ଅସନ୍ତୋଷ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିଥିଲେ। ଏମାନଙ୍କ ପାଇଁ ନୂତନ ଗୃହ ପ୍ରଦାନ ନିମନ୍ତେ ନାମ ତାଲିକା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶାଙ୍କ ପତ୍ର ସଂଖ୍ୟା ୩୨୬୮ରେ ଜାନୁୟାରୀ...

କିଷାନ କ୍ରେଡିଟ କାର୍ଡର ଲାଭ ନିଅନ୍ତୁ କୃଷକ

ଫୁଲବାଣୀ ଅଫିସ, ୧୩ା୨-ସରକାର କୃଷକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ବ୍ୟବସ୍ଥା କରିଛନ୍ତି। ଚାଷ ପାଇଁ ଏହାର ସମସ୍ତ ସୁବିଧା ଯେପରି ସମସ୍ତ କୃଷକ ନେବେ ଏବଂ ଏଥିରୁ କେହି ବଞ୍ଚିତ ନ ହେବେ ସେ ନେଇ ଏକ ଖବରଦାତା...

କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି। ଯେଉଁ ଯୁବକ ଉକ୍ତ କାର୍ଯ୍ୟ ଯନ୍ତ୍ରୀଙ୍କ ଜରିଆରେ କରିଥିଲେ ତାଙ୍କୁ ମାତ୍ର ୧ଲକ୍ଷ...

ପିକ୍‌ଅପ୍‌ ଭ୍ୟାନ ଓଲଟି ୭ ଆହତ

ସୋରଡା,୧୩ା୨(ଡି.ଏନ.ଏ.): ସୋରଡା-ଆସିକା ରାସ୍ତା ତତାବାଲି ଗ୍ରାମ ନିକଟରେ ବୁଧବାର ରାତି ପ୍ରାୟ ୮ଟାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ୭ଜଣ ଆହତ ହୋଇଛନ୍ତି। ସୋରଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ...

ଗାଡ଼ି ସ୍ପିଡରେ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବାରୁ ବିଭିନ୍ନ ଗାଡ଼ିର ସ୍ପିଡ୍‌ ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ମୋଟର ଭେହିକିଲ୍‌ ଆକ୍ଟ...

ବିଦ୍ୟୁତ୍‌ ସଂସ୍ପର୍ଶରେ ମୃତ୍ୟୁ ଘଟଣା : ସାଉଥ୍‌କୋ ଅଫିସ ଆଗରେ ଧାରଣା ଦେଲା ଭାଜପା

ବ୍ରହ୍ମପୁର ଅଫିସ,୧୩ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ପରିବଣ୍ଟନ ସଂସ୍ଥା ସାଉଥ୍‌-କୋର ବ୍ରହ୍ମପୁରସ୍ଥ କର୍ପୋରେଟ ଅଫିସ ଆଗରେ ବୁଧବାର ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା। ଗତ ରବିବାର ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢରାଜପୁର ଛକ ରାସ୍ତାରେ ଚଳନ୍ତା...

ରିକ୍ସା ଟାଣି ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର

କେନ୍ଦୁଝର, ୧୩ା୨(ଡି.ଏନ.ଏ.): ବର୍ତ୍ତମାନ ସହରମାନଙ୍କରେ ଟ୍ୟାକ୍ସି ଅନ୍‌ କଲ୍‌ ଗ୍ରାହକଙ୍କ ନିକଟରେ ସହଜସାଧ୍ୟ ଭାବରେ ପହଞ୍ଚି ପାରୁଥିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋର ସୁବିଧା ମଧ୍ୟ ପର୍ଯ୍ୟାପ୍ତ ହୋଇଛି। ଅନୁରୂପ ଭାବେ ମାଲ ପରିବହନ...

ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ବିକ୍ଷୋଭ

ବାରିପଦା ଅଫିସ, ୧୩ା୨- ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଥିଲା। ଶିମିଳିପାଳର ସୁରକ୍ଷା ସମେତ ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ବନ୍ୟଜାତ ଦ୍ରବ୍ୟର...

ତହସିଲ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ

ବାରିପଦା ଅଫିସ,୧୩ା୨ – ରାଜ୍ୟସରକାରଙ୍କ ଯୋଜନା ଅନୁଯାୟୀ ମୟୂରଭଞ୍ଜ ଜିଲା ଶାମାଖୂଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ପଞ୍ଚାୟତର ଭୂମିହୀନ କାଳିନ୍ଦୀ ସମ୍ପ୍ରଦାୟର ଲୋକମାନଙ୍କୁ ବସୁନ୍ଧରା ଯୋଜନାରେ ପ୍ରଶାସନ ପକ୍ଷରୁ ୨୦୦୬ରେ ୪ ଡେସିମିଲ ଜମି ଯୋଗାଇ ଦିଆଯାଇଥିଲା ା ମାତ୍ର...

ଭଙ୍ଗାହେଲା ୧୦ ମନ୍ଦିର

କଟକ ଅଫିସ,୧୩ା୨: କଟକସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ସଂପ୍ରସାରଣ ଓ ଉନ୍ନତୀକରଣ ଯୋଜନା କାର୍ଯ୍ୟକାରୀ କ୍ରମରେ ଏହାର ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି। ଏ ନେଇ ବୁଧବାରଠାରୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଅଭିଯାନ ଆରମ୍ଭ...

କୋର୍ଟ ଚାଲାଣ ବେଳେ ଖସିଗଲେ ଅଭିଯୁକ୍ତ

ବଡମ୍ବା,୧୩ା୨(ଡି.ଏନ୍‌.ଏ): ନରସିଂହପୁର ଅବକାରୀ ସ୍କ୍ବାର୍ଡ ପକ୍ଷରୁ ବୁଧବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଖସି ପଳାଇଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି। ସେ ହେଲେ ନରେଶ ବେହେରା(୩୦)। ତାଙ୍କ ଘର ବଡ଼ମ୍ବା ଥାନା ଅନ୍ତର୍ଗତ ମହୁଲିଆ...

୩ୟ ସ୍ତ୍ରୀଙ୍କୁ ମାରି ଥାନାରେ ଅଭିଯୁକ୍ତ

ବିଶୋଇ,୧୩ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଖଡ଼ମବେଡା ପଞ୍ଚାୟତର ବାଢୁଣିଆ ଗ୍ରାମ କଲୋନୀ ସାହିରେ ତୃତୀୟ ସ୍ତ୍ରୀଙ୍କୁ ହତ୍ୟା କରି ଜଣେ ବ୍ୟକ୍ତି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଅଭିଯୁକ୍ତ ଗୋରା ମାହାଲି(୫୫)ଙ୍କୁ ଗିରଫ କରିବା ସହ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri