ରିକ୍ସା ଟାଣି ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର

କେନ୍ଦୁଝର, ୧୩ା୨(ଡି.ଏନ.ଏ.): ବର୍ତ୍ତମାନ ସହରମାନଙ୍କରେ ଟ୍ୟାକ୍ସି ଅନ୍‌ କଲ୍‌ ଗ୍ରାହକଙ୍କ ନିକଟରେ ସହଜସାଧ୍ୟ ଭାବରେ ପହଞ୍ଚି ପାରୁଥିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋର ସୁବିଧା ମଧ୍ୟ ପର୍ଯ୍ୟାପ୍ତ ହୋଇଛି। ଅନୁରୂପ ଭାବେ ମାଲ ପରିବହନ ପାଇଁ ମଧ୍ୟ ନୂତନ ପ୍ରକାରର ଯାନ ବଜାରକୁ ଆସିଛି। ଏପରିସ୍ଥଳେ ‘ମାଗୁଣିର ଶଗଡ଼’ ଯେପରି ସମସ୍ତଙ୍କ ପାଇଁ ବିଚିତ୍ର ସେପରି ଏହି ହାଇଟେକ୍‌ ଯୁଗରେ ରିକ୍ସା ଟାଣି କେନ୍ଦୁଝରରେ ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର ପଲେଇ। ଆଉ ଏଥିରେ ମଧ୍ୟ ତାଙ୍କର ପରିବାର ପ୍ରତିପୋଷଣ ହେଉଥିବା କଥା ସେ ସ୍ବୀକାର କରିଛନ୍ତି। ଦୀର୍ଘ ୨୦ରୁ ୨୫ବର୍ଷ ହେଲା ସାଇକେଲ ରିକ୍ସା ଟାଣି ପରିବାର ଚଳାଉଛନ୍ତି ଲକ୍ଷ୍ମୀଧର।
କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ାର ବାସିନ୍ଦା ଲକ୍ଷ୍ମୀଧର। ସଂସାର କହିଲେ ୪ ପ୍ରାଣୀ। ସ୍ତ୍ରୀ ରାହାସ ପଲେଇ। ଜଣେ ପୁଅ ଏବଂ ଜଣେ ଝିଅ। କେନ୍ଦୁଝର ସହରରେ ଦୀର୍ଘଦିନ ହେଲା ସାଇକେଲ ରିକ୍ସା ଟାଣି ପ୍ରତିଦିନ ୩୦୦ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ଲକ୍ଷ୍ମୀଧର। ବର୍ତ୍ତମାନ ମହଙ୍ଗା ଯୁଗରେ କୌଣସିମତେ ପରିବାର ଚଳିଯାଉଛି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯୁଗରେ ଗାଡ଼ିମୋଟର,ଅଟୋ ଓ ଅନ୍ୟାନ୍ୟ ତିନିଚକିଆ ଓ ଚାରିଚକିଆ ଗାଡିରେ ଯାତ୍ରୀ ପରିବହନ ନିର୍ଭରଶୀଳ ହୋଇଥିବା ସତ୍ତ୍ୱେ ତାଙ୍କର ରିକ୍ସାର ଚାହିଦା ମଧ୍ୟ କମ୍‌ ନୁହେଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଅବଶ୍ୟ ଆଗ ଅପେକ୍ଷା ରୋଜଗାର କମିଯାଇଛି, ତେବେ ଆଗ ଭଳି ସହର କିମ୍ବା ଗ୍ରାମାଞ୍ଚଳରେ ସାଇକେଲ ରିକ୍ସା ଦେଖିବାକୁ ମିଳୁନାହିଁ। କାଁ ଭଁା କେନ୍ଦୁଝର ସହରରେ ଗୋଟିଏ କିମ୍ବା ଦୁଇଟି ରିକ୍ସା ଚାଲୁଛି। ରିକ୍ସାର ଚାହିଦାକୁ ମୁଖ୍ୟତଃ ତିନିଚକିଆ ଅଟୋ କବଳିତ କରିସାରିଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କର ଯାହା ରୋଜଗାର ହେଉଛି ସେ ସେଥିରେ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅତୀତରେ ତାଙ୍କ ରିକ୍ସାରେ ସରକାରୀ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଅନେକ ବଡ଼ ବଡ଼ ବ୍ୟବସାୟୀ,ବୁଦ୍ଧିଜୀବୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚାଇ ପ୍ରଶଂସା ସାଉଁଟିଥିବା ସହ ବକସିସ୍‌ ମଧ୍ୟ ମିଳିଛି ବୋଲି ସେ କହିଛନ୍ତି। ହାତ ଗୋଡ଼ ଚାଲୁଥିବା ଯାଏ ରିକ୍ସା ଟାଣିବା ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri