ଆମ ଜିଲା ଖବର

ଦିନକରେ ବାହାରିଲେ ୯ ପଜିଟିଭ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ଗୋଟିଏ ଦିନରେ ୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ସେହିପରି ଅଦ୍ୟାବଧି ୮୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୯…

୩୧ ଯାଏ ୪ ଜିଲା, ରାଉରକେଲାରେ କୋର୍ଟ ବନ୍ଦ

କଟକ ଅଫିସ,୧୮ା୭-ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ପରି ୪ଟି ଜିଲା ଓ ରାଉରକେଲା ପୌରାଞ୍ଚଳକୁ ସରକାର ହଟ୍‌ସ୍ପଟ୍‌ ଭାବେ ଘୋଷଣା କରିଛନ୍ତି। ଏଠାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରାଯାଇଛି। ତେଣୁ ସେ ପର୍ଯ୍ୟନ୍ତ ଏହି ଅଞ୍ଚଳର ଜିଲା…

ବାଲୁଗାଁ ମାଛ ମାର୍କେଟ ୭ଦିନ ଶଟ୍‌ଡାଉନ: ୨ ମାଛ ଗୋଦାମ, ୩ ବରଫ କଳ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ ବାଲୁଗାଁ ମାଛ ମାର୍କେଟକୁ ୭ଦିନ ଲାଗି ଶଟ୍‌ଡାଉନ ଘୋଷଣା କରିଛନ୍ତି। ଶନିବାର ଠାରୁ ଆସନ୍ତା…

ଗଞ୍ଜାମ ପାଇଁ ନୂଆ ରଣକୌଶଳ ଆପଣାଇଲେ ସରକାର

ଭୁବନେଶ୍ୱର,୧୮।୭(ବ୍ୟୁରୋ)-ଗଞ୍ଜାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନୂତନ ରଣ କୌଶଳ ଗ୍ରହଣ କରିଛନ୍ତି। ବିଶେଷ କରି ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଲୋକସେବା ଭବନରେ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋରାପୁଟରୁ ପୁଣି ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

କୋରାପୁଟ,୧୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ା ଜିଲା ପ୍ରଶାସନର ସୂଚନା…

ନିରୀହ ପଶୁର ମାତୃତ୍ୱ ଆଗରେ ହାରମାନିଛି ଭେଦଭାବ

ଭବାନୀପାଟଣା,୧୮ା୭(ସ୍ବ.ପ୍ର.) : ଆଜିର ଏହି ସ୍ବାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଥିବାବେଳେ କେତେକ ମା’ ମଧ୍ୟ ଜନ୍ମିତ ଶିଶୁକୁ ନିଜ ବକ୍ଷରୁ ସ୍ତନ୍ୟପାନ କରାଇ ଦେଉନାହାନ୍ତି । ଏପରି ସ୍ବାର୍ଥପର ସମାଜରେ ପଶୁଙ୍କ ମଧ୍ୟରେ…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଥାନାରେ ୨ ଅଟକ

ଡେରାବିଶ,୧୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କେସ୍‌ ନଂ- ୧୬୧/୨୦ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯିବା ସହ…

ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ ଦୁର୍ଘଟଣା: ପୁଅ ମୃତ, ବାପା ଗୁରୁତର

ବାଙ୍କୀ, ୧୮।୭(ଡି.ଏନ୍‌.ଏ)- କଟକ ଜିଲା ବାଙ୍କୀ ଚର୍ଚ୍ଚିକାସାହିରେ ଥିବା ଏକ ଆଇସ୍‌କ୍ରିମ୍‌ ଫ୍ୟାକ୍ଟିରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ପୁଅ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁଶାନ୍ତ(୫୧) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ…

ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୭୨ ଘଣ୍ଟା ଶଟ୍‌ଡାଉନ୍‌

ଠାକୁରମୁଣ୍ଡା,୧୮ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ମଧ୍ୟାହ୍ନରୁ ୨୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ୍‌ ନେଇ…

ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ

ଭୋଗରାଇ,୧୮ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ଡମ୍ପର ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କମର୍ଦ୍ଦା ପୋଲିସ ଶନିବାର ସକାଳେ ଘଟଣାସ୍ଥଳରେ…

ମାର୍କେଟ୍‌ ଗଲେ ମାଡ଼, ଘରେ ପରିବା ବିକୁଛନ୍ତି ଚାଷୀ

ରାଇକିଆ,୧୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଏବଂ ଏହାର ଆଖପାଖ ୧୩ଟି ଗ୍ରାମ ଗତ ୮ ଦିନ ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ପରେ କଡ଼ା କଟକଣା ମଧ୍ୟରେ ରହିଛି। ଲୋକଙ୍କୁ ବାହାରକୁ ବାହାରିବା ମନା। ଦୋକାନ ବଜାର, ଯାନବାହନ ଚଳାଚଳ…

ମାଲକାନଗିରିରେ କରୋନା: ଆଜି ଚିହ୍ନଟ ହେଲେ ୮ ଆକ୍ରାନ୍ତ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳର ଚାରିଜଣ ହୋଇଥିବା ବେଳେ ସେଥିମଧ୍ୟରୁ ତିନିଜଣ ଅନ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ଏବଂ ଜଣେ ଗୃହ ସଂଗରୋଧରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?