ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର

ରାଇସୁଆଁ, ୧୩।୯(ଡି.ଏନ.ଏ.)-କେନ୍ଦୁଝର ଜିଲାରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଅନେକ ଗଁା ଅଛି ଯେଉଁଠି ଗମନାଗମନ ସୁବିଧା ନାହିଁ। ଫଳରେ ଲୋକେ ବର୍ଷାଦିନେ ହୁଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତର କେନ୍ଦୁଘାଟି ଗ୍ରାମରେ।
ଏହି ଗ୍ରାମରେ ୨ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରନ୍ତି। ଏହି ଅଞ୍ଚଳକୁ ବୈତରଣୀ ନଦୀ ଘେରି ରହିଥବା ବେଳେ ପଛପଟେ ରହିଛି ମଲଦା ନଦୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଏହି ନଦୀର ସ୍ରୋତ ଖୁବ ପ୍ରଖର। ଏହି ଗ୍ରାମ ବର୍ଷାଦିନେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥାଏ। ଗ୍ରାମଠାରୁ ୬କି.ମି. ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ନଦୀ ଆରପଟେ ବିଦ୍ୟାଳୟ ରହିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକ ଏବଂ ଛାତ୍ରୀଛାତ୍ର ବାଧ୍ୟ ହୋଇ ଏହି ନଦୀରେ ହୁଲିଡଙ୍ଗାରେ ପାରି ହୋଇ ବିପଦସଙ୍କୁଳ ଭାବେ ଯାଇଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ରାଶନ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ କାମରେ ଏହି ନଦୀ ପାର ହୋଇ ଯାଇଥାନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ଲୋକ କହିଛନ୍ତି ନିର୍ବାଚନ ଆସିଲେ ବିଧାୟକ ଠାରୁ ଏମ୍‌ପି ସମସ୍ତେ ଆସି ପୋଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଯାଆନ୍ତି ମାତ୍ର ନିର୍ବାଚନ ସରିଗଲେ ସବୁ ଭୂଲିଯାଆନ୍ତି। ସୂଚନା ଅନୁସାରେ ଏହି ଡଙ୍ଗାରେ ଯେଉଁ ନାଉରିଆ ନଦୀ ପାରି କରନ୍ତି ସେ କେବେ କାହାରିଠୁ ଟଙ୍କା ନିଅନ୍ତି ନାହିଁ। କେବଳ ବର୍ଷକୁ ୨୦ ମାଣ ଧାନ ନେଇଥାନ୍ତି ଏବଂ ସେଥିରେ ପରିବାର ଚଳାଇଥାନ୍ତି। ଏହି ନଦୀରେ ପୋଲ ନିର୍ମାଣ ପାଇଁ ଡିଏମ୍‌ଏଫ ପାଣ୍ଠିରୁ ୮କୋଟି ୨୨ଲକ୍ଷ ୯୩ହଜାର ଟଙ୍କା ମଞ୍ଜୁର ହୋଇଛି। ୨୦୧୭ରୁ ମାତ୍ର ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁ ଆଜିଯାଏ ଏହି ପୋଲ ନିର୍ମାଣ ହୋଇପାରିନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ପୋଲ ନିର୍ମାଣ କରିବାକୁ ବହୁ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri