ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର

ରାଇସୁଆଁ, ୧୩।୯(ଡି.ଏନ.ଏ.)-କେନ୍ଦୁଝର ଜିଲାରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଅନେକ ଗଁା ଅଛି ଯେଉଁଠି ଗମନାଗମନ ସୁବିଧା ନାହିଁ। ଫଳରେ ଲୋକେ ବର୍ଷାଦିନେ ହୁଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତର କେନ୍ଦୁଘାଟି ଗ୍ରାମରେ।
ଏହି ଗ୍ରାମରେ ୨ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରନ୍ତି। ଏହି ଅଞ୍ଚଳକୁ ବୈତରଣୀ ନଦୀ ଘେରି ରହିଥବା ବେଳେ ପଛପଟେ ରହିଛି ମଲଦା ନଦୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଏହି ନଦୀର ସ୍ରୋତ ଖୁବ ପ୍ରଖର। ଏହି ଗ୍ରାମ ବର୍ଷାଦିନେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥାଏ। ଗ୍ରାମଠାରୁ ୬କି.ମି. ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ନଦୀ ଆରପଟେ ବିଦ୍ୟାଳୟ ରହିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକ ଏବଂ ଛାତ୍ରୀଛାତ୍ର ବାଧ୍ୟ ହୋଇ ଏହି ନଦୀରେ ହୁଲିଡଙ୍ଗାରେ ପାରି ହୋଇ ବିପଦସଙ୍କୁଳ ଭାବେ ଯାଇଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ରାଶନ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ କାମରେ ଏହି ନଦୀ ପାର ହୋଇ ଯାଇଥାନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ଲୋକ କହିଛନ୍ତି ନିର୍ବାଚନ ଆସିଲେ ବିଧାୟକ ଠାରୁ ଏମ୍‌ପି ସମସ୍ତେ ଆସି ପୋଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଯାଆନ୍ତି ମାତ୍ର ନିର୍ବାଚନ ସରିଗଲେ ସବୁ ଭୂଲିଯାଆନ୍ତି। ସୂଚନା ଅନୁସାରେ ଏହି ଡଙ୍ଗାରେ ଯେଉଁ ନାଉରିଆ ନଦୀ ପାରି କରନ୍ତି ସେ କେବେ କାହାରିଠୁ ଟଙ୍କା ନିଅନ୍ତି ନାହିଁ। କେବଳ ବର୍ଷକୁ ୨୦ ମାଣ ଧାନ ନେଇଥାନ୍ତି ଏବଂ ସେଥିରେ ପରିବାର ଚଳାଇଥାନ୍ତି। ଏହି ନଦୀରେ ପୋଲ ନିର୍ମାଣ ପାଇଁ ଡିଏମ୍‌ଏଫ ପାଣ୍ଠିରୁ ୮କୋଟି ୨୨ଲକ୍ଷ ୯୩ହଜାର ଟଙ୍କା ମଞ୍ଜୁର ହୋଇଛି। ୨୦୧୭ରୁ ମାତ୍ର ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁ ଆଜିଯାଏ ଏହି ପୋଲ ନିର୍ମାଣ ହୋଇପାରିନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ପୋଲ ନିର୍ମାଣ କରିବାକୁ ବହୁ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?