ଆମ ଜିଲା ଖବର

ଡେଲାଙ୍ଗରେ ଚୋରି ଗାଡ଼ି ର଼୍ୟାକେଟ ପର୍ଦ୍ଦାଫାଶ

ଡେଲାଙ୍ଗ,୩।୧୦(ଡି.ଏନ୍‌.ଏ.): ଗତ ଏକ ମାସର ବ୍ୟବଧାନ ପରେ ପୁରୀ ଜିଲା ଡେଲାଙ୍ଗ ପୋଲିସ ପୁଣି ଏକ ଚୋରି ଗାଡ଼ି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହା ପଛରେ ଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରିଛି।…

ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ ବାସଭବନରେ ଶୁକ୍ରବାର ରାତି୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ…

ବର୍ଷା: ଦୁଇଦିନରେ କଟକ ଅବସ୍ଥା ସଙ୍ଗିନ

କଟକ ଅଫିସ,୩।୧୦: ଗତ ଦୁଇଦିନ ଧରି ଲଘୁଚାପ ବର୍ଷାରେ କଟକ ସହରର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଡ୍ରେନଗୁଡିକ ଜାମ୍‌ ହୋଇପଡିଥିବାରୁ ବର୍ଷାଜଳ ଠିକ ଭାବେ ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଉଦ୍‌ବୃତ୍ତ ହୋଇଆସିବା ସହ କେତେଜଣଙ୍କ ଘରେ ପଶିଥିଲା। ରାସ୍ତାରେ…

ଜରିମାନାରେ ଜାଲିଆତି

କଟକ ଅଫିସ,୩।୧୦: ଜରିମାନା ଆଦାୟରେ ଜାଲିଆତି ହେଉଛି। ପୋଲିସ ଯେତିକି ଟଙ୍କାର ଚାଲାଣ କାଟୁଛି, ସରକାରଙ୍କ ନିକଟରେ ଏହାଠୁ କମ୍‌ ରାଶି ଦର୍ଶାଯାଉଛି। ଏଭଳି ଏକ ଘଟଣା ଚାଉଳିଆଗଞ୍ଜ ଥାନା ଅଧୀନରେ ହୋଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୦ ତାରିଖରେ…

ଦୁଇ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ଖୋର୍ଦ୍ଧା ଅଫିସ,୩।୧୦: ଦୁଇ ବର୍ଷ ପରେ ଜଣେ ନାବାଳକ ତାଙ୍କ ମା’ଙ୍କ କୋଳକୁ ଫେରିଛନ୍ତି। ହଜିଯାଇଥିବା ପୁଅକୁ ଫେରିପାଇ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୂଚନା ଅନୁଯାୟୀ, ୨୦୧୮ ମେ’ ମାସରେ ବାଣପୁର ବଜାରରୁ ସ୍ଥାନୀୟ ପୋଲିସ ଜଣେ ୮ବର୍ଷର…

ବିପର୍ଯ୍ୟସ୍ତ ରାସ୍ତା: ଅଧକିମି ଚାଲି ଚାଲି ଆସିଲେ ଗର୍ଭବତୀ

କେଗାଁ, ୩ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ଅନ୍ତର୍ଗତ ସାନଚେର କର୍ଲାପଡା ଗଁା ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଥିଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ୧ କିଲୋମିଟର ଚାଲି ଚାଲି ଜଣେ ଗର୍ଭବତୀ ଆମ୍ବୁଲାନ୍ସ ପାଖକୁ…

କଟକ ସହରରୁ ୧୮୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୦- କଟକ ସହରରୁ ଶୁକ୍ରବାର ମୋଟ ୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୧୦୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି…

ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଏକ ହତ୍ୟା…

ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା

ଭଦ୍ରକ ଅଫିସ, ୨ା୧୦- ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଅପରାହ୍ନରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ମେଡିକାଲ ପରିସରରେ ହୋହଲ୍ଲା କରିବା ସହ କର୍ମଚାରୀଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଟାଉନ ଥାନା…

ହାଥରସ ମାମଲା: କଳାହାଣ୍ଡି ଛାତ୍ର କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ବିରୋଧ କରି କଳାହାଣ୍ଡି ଛାତ୍ର କଂଗ୍ରେସ ତରଫରୁ ଭବାନୀପାଟଣା କଲଜେ ଛକରେ ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ କରାଯାଇଥିଲା।…

କରୋନା ସଂକ୍ରମଣରୁ ମୁକ୍ତି ପାଇ କଳାହାଣ୍ଡିର ୧୬ ପୋଲିସ କର୍ମଚାରୀ କଲେ ପ୍ଲାଜମା ଦାନ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ସ୍‌ସିବିରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦାନ କରିଥିବା ଜଣାପଡିଛି। ଜିଲାରେ ପ୍ରାୟ ଶତାଧିକ ଆଗାଧାଡିର କରୋନା ଯୋଦ୍ଧା…

ଜିଲାପାଳଙ୍କୁ ଦାବିପତ୍ର: ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଭଦ୍ରକ ଅଫିସ,୨।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶୁକ୍ରବାର ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସକାଳୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?