ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ ବାସଭବନରେ ଶୁକ୍ରବାର ରାତି୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଗତ ଦେଢବର୍ଷ ଧରି ଅସୁସ୍ଥତା ହେତୁ ସେ ଘରେ ଶଯ୍ୟାଶାୟୀ ଥିଲେ। ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ। ତାଙ୍କ ପରଲୋକ ଖବର ପାଇ ପ୍ରଫେସର ଡାକ୍ତର ହର ପଟ୍ଟନାୟକ, ଡା ପିଏଲ ସାଇ, ଡା ସିନ୍ଧୂ ତ୍ରିପାଠୀ,ଡା ରାଜକୁମାର ସନ୍ତୁକାର, ଡା ଶରତ ମହାପାତ୍ର ପ୍ରମୁଖ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।
ଅନ୍ତିମ ଶଯ୍ୟା ନିକଟରେ ପୁଅ ବଲିଉଡ୍ ଫିଲ୍ମ ଡାଇରେକ୍ଟୋର ଦେବଲଏ ଦେ, ଝିଅ ଶିକ୍ଷୟିତ୍ରୀ ବର୍ଣ୍ଣାଳି ସାହୁ, ଜ୍ବାଇଁ କ୍ରୀଡାବିତ୍ ସୋମନାଥ ସାହୁ, ନାତି ଋତୁରାଜ ସାହୁ, ନାତୁଣୀ ବୋହୂ ସୀମା ମଲ୍ଲିକ, ନାତି ଶର୍ମନ ଦେ ପ୍ରମୁଖ ଉପସ୍ଥିତ ଥିଲେ।


ସୂଚନାଯୋଗ୍ୟ,୧୯୩୨ ଡିସେମ୍ବର ୧୨ରେ ଡାକ୍ତର ଦେଙ୍କ କଲିକତାରେ ଜନ୍ମ। କଲିକତା ଆର ଜି କର ମେଡିକାଲ କଲେଜରୁ ମେଡିକାଲ ଶିକ୍ଷା ପରେ ସେ ଅଷ୍ଟ୍ରିଆ ର ରାଜଧାନୀ ଭିଏନାରେ ପଢ଼ିବା ପରେ ଭାରତ ଫେରିଥିଲେ। ବୁର୍ଲା, ବ୍ରହ୍ମପୁର ମେଡ଼ିକାଲ କଲେଜରେ ଦାୟିତ୍ଵ ତୁଲାଇଥିଲେ। କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ୧୯୯୦ରେ ବିଭାଗୀୟ ମୁଖ୍ୟ ଭାବେ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ଶ୍ରମ ଆଇନ ବିରୋଧରେ ନାଲ୍‌କୋରେ ବିକ୍ଷୋଭ

ବଅଁରପାଳ,୨୨ା୫(ଡି.ଏନ୍‌.ଏ.): ଶ୍ରମ ଆଇନ୍‌ ବିରୋଧରେ ଶୁକ୍ରବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକମାନଙ୍କ...

ଥାନା ଭିତରେ ପୋଲିସର ନାଗିନ ଡ୍ୟାନ୍ସ

ଯାଜପୁର ଅଫିସ,୭ା୪: ଯାଜପୁର ଜିଲା ପାଣିକୋଇଲି ଥାନା ଭିତରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୪୭୬କୁ ବୃଦ୍ଧି

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଶୁକ୍ରବାର ରାଜ୍ୟରୁ ଆଉ ୪ ଜଣଙ୍କ ଜୀବନ...

ଧାନଖଳାରେ ଅଗ୍ନିକାଣ୍ଡ

ପଡିଆ, ୧୩ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡିଆ ସଦର ମହକୁମାସ୍ଥିତ ଖ୍ରୀଷ୍ଟିଆନସାହିର ଚାଷୀ ଜାନରାଜୁ ନାରା ଅମଳ କରି ଖଳାରେ ନିଆଁ ଲାଗି ଧାନ ସବୁ ନଷ୍ଟ...

କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି: ମୁତୟନ ହେବେ ୧୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ପୋଲିସ କମିଶନର ଏବଂ ଡିସିପି...

ଅଗଷ୍ଟ ୨୭ରେ ହେବ ଓଏଏସ୍‌ ପ୍ରିଲିମ୍‌

କଟକ ଅଫିସ,୧୯।୭: ଅଗଷ୍ଟ ୨୭ରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା...

ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ପଡିବ ତାଲା

ଭୁବନେଶ୍ୱର,୩୧।୮(ବ୍ୟୁରୋ)-ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ସେପ୍ଟେମ୍ବର ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକ ଡାଉନ...

Advertisement
Archives

Model This Week