ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି
ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍ ପାଇଁ ଅଟକି ରହିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ଗୁରୁବାର ଭୋର ୫ଟାରେ ଭାରତୀୟ ବିମାନରେ...
ସ୍କୁଲପିଲାଙ୍କୁ ପଢ଼ାଇଲେ ଗଞ୍ଜାମ ଜିଲାପାଳ
ଗଞ୍ଜାମ,୨୭।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୪୦ ଗାଈ ଗୁହାଳକୁ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗ ଅନୁଧ୍ୟାନ କରିଥିଲେ। ‘ମୋ ଗୋଧନ ସ୍କିମ ଯୋଜନା’ରେ ସେଠାରେ ଗୋବର ଗ୍ୟାସ...
୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ
ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ବନ କର୍ମଚାରୀ ପହଞ୍ଚି କାଠ ଓ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର...
ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ
କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍ସି/ଏସ୍ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...
ହିନ୍ଦୀ ଥିଓରି ଫୁଲ୍ ମାର୍କ ୪୦, ଛାତ୍ର ରଖିଲେ ୮୭
ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର। ହିନ୍ଦୀ ଥିଓରୀର ଫୁଲ ମାର୍କ ୪୦ ହୋଇଥିବା ସ୍ଥଳେ ୮୭ ମାର୍କ ଦିଆଯାଇଛି।...
ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଗଲା
ସମ୍ବଲପୁର/ହେମଗିର,୨୭ା୨(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍ସାରରେ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ ଜିଲା ହେମଗିର ଅଞ୍ଚଳର ବୋଲି ଜଣାପଡିଛି। ରୋଗୀଙ୍କୁ ଆଇସୋଲେସନ୍ ବ୍ୟବସ୍ଥାରେ ରଖାଯାଇ ସ୍ବତନ୍ତ୍ର ଚିକିତ୍ସା କରାଯାଉଛି। ଏଥିପାଇଁ ଡା. ସୁଦର୍ଶନ...
ସ୍ବର୍ଣ୍ଣ ତ୍ରିଭୁଜକୁ ହତାଦର
ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ, ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟା। ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବର୍ଣ୍ଣ ତ୍ରିଭୁଜ ଭାବେ ପରିଚିତ ଏହି ଦର୍ଶନୀୟସ୍ଥାନ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କ୍ଷମତା...
ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜାମିନ
କଟକ ଅଫିସ, ୨୭ା୨: କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଜାନୁୟାରୀ ୨୩ ତାରିଖରେ ଗିରଫ ହୋଇଥିଲେ। ବୁଧବାର ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଚାରପତି ବିଭୁପ୍ରସାଦ...
ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ
ଏରସମା, ୨୭ା୨ (ସ୍ବ.ପ୍ର.): ଏରସମା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ବିଜୟ ନାୟକ (୭୧)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତସ୍ଥିତ...
‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍ ନୁହେଁ’: ଶ୍ରୀକାନ୍ତ
ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ କାରଖାନାର ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ...
ବର୍ଷା ଛାଡ଼ିବା ପରେ ପୁଣି ଲେଉଟିଲା ଶୀତ
କୋଳିମାଟି,୨୭।୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ଅଞ୍ଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି। ଅଧିକ ମାତ୍ରାରେ ଶୀତ ହେଉଥିବାରୁ ସାଧାରଣ ଲୋକମାନେ ସକାଳ ୮ଟା ଯାଏ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ା ୨ ଦିନ ଧରି...
ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା
ପୁରୀ ଅଫିସ,୨୭ା୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ୪ଟା ୧୦ରେ ମମତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଜିଲାପାଳ ବଲୱନ୍ତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ପରେ ସିଂହଦ୍ୱାର...
Archives


