ଆମ ଜିଲା ଖବର

ହ୍ରାସ ପାଉଛି କେନ୍ଦୁପତ୍ର ଉତ୍ପାଦନ

କଣିହାଁ,୪।୩(ଡି.ଏନ.ଏ.) – ଫେବୃୟାରୀ ଯାଇ ମାର୍ଚ୍ଚ ହେଲାଣି। ହେଲେ ଏଯାଏ ତାଳଚେର ଉପଖଣ୍ଡରେ ଆରମ୍ଭ ହୋଇନି କେନ୍ଦୁପତ୍ର ଉତ୍ପାଦନ। ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନ ଥିବା ବେଳେ ଚଳିତବର୍ଷ ଗୋଛା କଟେଇରେ ଏପରି ବିଳମ୍ବ ଉତ୍ପାଦନ ହ୍ରାସ ଆଶଙ୍କାକୁ...

ବଢ଼ି ଚାଲିଛି କନ୍ଧମାଳ ପରିବାଚାଷୀଙ୍କ ଦୁଃଖ

ଫୁଲବାଣୀ ଅଫିସ, ୪ା୩ – ପନିପରିବା ଉତ୍ପାଦନ ଏବଂ ଏହାର ଗୁଣବତ୍ତା ପାଇଁ କନ୍ଧମାଳ ଜିଲା ରାଜ୍ୟରେ ପ୍ରସିଦ୍ଧ। ଏଠାରେ ଉତ୍ପାଦିତ ପନିପରିବାର ବେଶ୍‌ ଚାହିଦା ରହିଛି। ଏଠାରୁ ଉତ୍ପାଦିତ କୋବି ଏବଂ ବିନ୍ସର ଚାହିଦା ସବୁଠୁ ଅଧିକ। ଉତ୍ପାଦନ...

ଖେଳୁଥିବା ବେଳେ ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡରୁ ପଥର ଫଟାଇବା ପାଇଁ ବ୍ୟବହୃତ ଡିଟୋନେଟରରେ ବ୍ୟାଟେରି ସଂଯୋଗବେଳେ ଏହି ବିସ୍ଫୋରଣ ଘଟିଛି। ଆହତମାନେ...

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,(ଡି.ଏନ.ଏ.), ୪ା୩-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ୧୨ଟି ସ୍ଥାନରେ ଏକକାଳୀନ...

ସ୍କୁଲରେ ଶୋଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କୁକୁଡ଼ାଖଣ୍ଡି,୪ା୩(ଡି.ଏନ.ଏ.)- ବିଦ୍ୟାଳୟରେ ଶୋଇବା ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଶୋଇଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠି ପଞ୍ଚାୟତ ରଙ୍ଗରାଜପୁର...

ଫାଇଲ୍‌ରେ ଅଟକିଛି ଭଦ୍ରକର ମାଷ୍ଟରପ୍ଲାନ

ଭଦ୍ରକ ଅଫିସ, ୪ା୩- ସରକାରଙ୍କ ଗେଜେଟ୍‌ ନୋଟିଫିକେସନ୍‌କୁ ଇତି ମଧ୍ୟରେ ୩ ବର୍ଷ ପୂରିଲା, ହେଲେ ଭଦ୍ରକ ମାଷ୍ଟର ପ୍ଲାନ ଭିତ୍ତିରେ ଆଶାତୀତ କାର୍ଯ୍ୟକାରୀ ହୋଇ ପାରିଲାନି। ଯୋଜନା କାର୍ଯ୍ୟକାରୀ ହେବା ଦୂରେ ଥାଉ ଯୋଜନାର ଅଗ୍ରଗତିକୁ ନେଇ ଏବେ...

ଅନାଥ ଗୁଡ଼ିଆଙ୍କୁ ମିଳିଲେ ଜୀବନସାଥୀ

ବାରିପଦା ଅଫିସ, ୪ା୩- ୪ ବର୍ଷ ହୋଇଥିବା ବେଳେ ମା’ ବାପା ଛାଡ଼ି ଚାଲି ଗଲେ। ପରିବାର କ’ଣ ଜଣା ନ ଥିଲା। ବିଭିନ୍ନ ଆଡ଼େ ବୁଲାବୁଲି କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ...

ଉତ୍କର୍ଷ ଲାଗି ଜାରି ରହିଛି ପ୍ରଚେଷ୍ଟା: ଏଫଏମ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଆଜି

ବାଲେଶ୍ୱର ଅଫିସ, ୪।୩-ବାଲେଶ୍ୱର ଜିଲା ରେମୁଣାସ୍ଥିତ ବ୍ୟାସବିହାରଠାରେ ୧୯୯୯ ଜୁଲାଇ ୧୧ରେ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ନାମାନୁସାରେ ପ୍ରତିଷ୍ଠା ହୋଇଥିଲା ଫକୀରମୋହନ ବିଶ୍ୱବିଦ୍ୟାଳୟ । ୨୧ ବର୍ଷରେ ପଦାର୍ପଣ କରିଥିବା ତଥା ନାକ୍‌ ମାନ୍ୟତା ପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ଏନ୍‌ଆଇଆର୍‌ଏଫ୍‌...

ଟୋକନକୁ ଚାହିଁ ବସିଛି ଚାଷୀ

ଖଇରା, ୪।୩ – ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ଏବେ ଧାନ କିଣା ବନ୍ଦ ରହିଛି। ଫଳରେ ଧାନ ବିକି ନ ପାରି ଚାଷୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଟୋକନ ଅପେକ୍ଷାରେ...

ରବିବାର ସକାଳେ ୨ ଘଣ୍ଟା

ବାହାନଗା, ୪ା୩ – ପ୍ଲାଷ୍ଟିକ ମୁକ୍ତ, ପଲିଥିନ ମୁକ୍ତ ପରିବେଶ ଗଢିବା ଆମ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡିଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ଥବା ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ ଏହି ଚ୍ୟାଲେଞ୍ଜକୁ ମୁକାବିଲା...

୭ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର, ଧାରଣାରେ ବସିଲା ସୂଚନା ଅଧିକାର ଅଭିଯାନ ସଂଘ

ବାଲିଆପାଳ, ୩।୩(ଡି.ଏନ.ଏ./ସ୍ବ.ପ୍ର.)-ବାଲିଆପାଳ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ୬ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୪ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ଫଳରେ ବ୍ଲକରେ ସ୍ବାସ୍ଥ୍ୟସେବା ଠପ୍‌ ହୋଇଯାଇଛି କହିଲେ ଚଳେ। ସରକାରଙ୍କ...

ବାଟବଣା ଭାଲୁକୁ ଜଗିଛି ବନ ବିଭାଗ

ସଜନାଗଡ଼, ୩।୩(ଡି.ଏନ.ଏ.)-ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ଜନବସତି ଆଡକୁ ପଶିଆସୁଛନ୍ତି। ସୋମବାର ରାତିରେ ଏକ ମା’ ଭାଲୁ ସହିତ ଶାବକ ଭାଲୁ ନୀଳଗିରି ଉପଖଣ୍ଡ ଅଧୀନ ମହିଷାପଟା ପଞ୍ଚାୟତ ନିକଟ ପାଟଣା ଗ୍ରାମକୁ ପଶି ଆସିଥିଲା। ମଙ୍ଗଳବାର ପୂର୍ବାହ୍ନରେ ମା’...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri