ବଢ଼ି ଚାଲିଛି କନ୍ଧମାଳ ପରିବାଚାଷୀଙ୍କ ଦୁଃଖ

ଫୁଲବାଣୀ ଅଫିସ, ୪ା୩ – ପନିପରିବା ଉତ୍ପାଦନ ଏବଂ ଏହାର ଗୁଣବତ୍ତା ପାଇଁ କନ୍ଧମାଳ ଜିଲା ରାଜ୍ୟରେ ପ୍ରସିଦ୍ଧ। ଏଠାରେ ଉତ୍ପାଦିତ ପନିପରିବାର ବେଶ୍‌ ଚାହିଦା ରହିଛି। ଏଠାରୁ ଉତ୍ପାଦିତ କୋବି ଏବଂ ବିନ୍ସର ଚାହିଦା ସବୁଠୁ ଅଧିକ। ଉତ୍ପାଦନ ଓ ଚାହିଦା ଥାଇ ମଧ୍ୟ ଚାଷୀଙ୍କ ଦୁଃଖ ଦୂର ହେଉନି। ଭୁବନେଶ୍ୱର, ବ୍ରହ୍ମପୁର, ଦଶପଲ୍ଲା, ନୟାଗଡର ବ୍ୟବସାୟୀ କନ୍ଧମାଳ ଚାଷୀଙ୍କଠାରୁ କମ୍‌ ଦରରେ ପରିବା କିଣି ନେଇ ଚଢା ଦାମରେ ବିକି ମୁନାଫା ଉଠାଉଛନ୍ତି। ଚାଷୀମାନେ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି। କାରଣ ଚାଷୀଙ୍କ ଉତ୍ପାଦିତ ପନିପରିବା ସଂରକ୍ଷଣ ପାଇଁ ଏଠାରେ ଶୀତଳ ଭଣ୍ଡାର ନାହିଁ।
କନ୍ଧମାଳ ଜିଲାର ପାହାଡିଆ ମୃତ୍ତିକା ତଥା ଜଳବାୟୁ ପରିବା ଚାଷ ପାଇଁ ଅନୁକୂଳ। ବିଶେଷ କରି ଜିଲାର ଟିକାବାଲି, କ.ନୂଆଗଁା, ରାଇକିଆ, ଜି.ଉଦୟଗିରି, ଫିରିଙ୍ଗିଆ, ଫୁଲବାଣୀ ଅଞ୍ଚଳରେ ଚାଷୀମାନେ ପନିପରିବା ଚାଷ କରୁଛନ୍ତି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୩୦ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ସେଥିରୁ ୧୫ ହଜାର ହେକ୍ଟର ଜମିରେ ଫଳ ଚାଷ ସହ ଅନ୍ତଃଚାଷ ଭାବେ ପନିପରିବା ହେଉଛି। ବାର୍ଷିକ ଏକ ହେକ୍ଟର ଜମିରୁ ପ୍ରାୟ ୫୦ ହଜାର ଟଙ୍କାର ପନିପରିବା ଉପତ୍ାଦନ ହେଉଛି। ପନିପରାବି ଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରୋତ୍ସାହନ ଦିଆଯାଉଛି। ଫୁଲ କୋବି, ବନ୍ଧା କୋବି, ବିନ୍ସ, ଭେଣ୍ଡି, କାଙ୍କଡ, ବାଇଗଣ ଆଦି ଅନେକ କିଶମର ପରିବା ଚାଷ ହେଉଛି। ରାଜ୍ୟର ବିଭିନ୍ନ ବଜାରରେ ରାଇକିଆ ବିନ୍ସର ବେଶ୍‌ ଚାହିଦା ରହିଛି। ଏହାକୁ ଜିଆଇ ଟ୍ୟାଗ୍‌ ପାଇଁ ମଧ୍ୟ ଉଦ୍ୟାନ କୃଷି ବିଭାଗ ଉଦ୍ୟମ ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଳବାୟୁ ଅନୁକୂଳ ଥିବାରୁ ଏଠାରେ ଅଦିନରେ ମଧ୍ୟ ପ୍ରଚୁର ପରିମାଣର ଫୁଲକୋବି ଓ ବିନ୍ସ ଉତ୍ପାଦନ ହୋଇଥାଏ।
ମାତ୍ର ଏହାକୁ ସଂରକ୍ଷଣ କରାଯାଇ ପାରୁନାହିଁ। ଜିଲାରେ ଥିବା ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ। ପନିପରିବା ଦୁଇ ତିନି ଦିନରେ ପଚି ଯାଉଥିବାରୁ ଚାଷୀ ବାଧ୍ୟ ହୋଇ ବାହାରର ବ୍ୟବସାୟୀଙ୍କୁ କମ୍‌ ଦାମରେ ବିକୁଛନ୍ତି। ଜିଲାରେ ପରିବା ଚାଷର ସମ୍ଭାବନା ଦେଖି ୧୯୮୧ ମସିହାରେ ଜି.ଉଦୟଗିରି ଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇଥିଲା। ଏହା ଦ୍ୱାରା ଟିକାବାଲି, ଜି.ଉଦୟଗିରି, ରାଇକିଆ, ଚକାପାଦ ବ୍ଲକ ଅଞ୍ଚଳର ଚାଷୀ ଉପକୃତ ହେଉଥିଲେ। ପରିଚାଳନାଗତ ତ୍ରୁଟି ତଥା ଅତ୍ୟଧିକ ବିଦ୍ୟୁତ ବିଲ୍‌ ଯୋଗୁ ୧୦ ବର୍ଷ ପରେ ଏହା ବନ୍ଦ ହୋଇଗଲା। ସେହିପରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ବିଭିନ୍ନ ବ୍ଲକରେ ମିନି ଶୀତଳ ଭଣ୍ଡାର (୨୫ ମେଟ୍ରିକ୍‌ ଟନ୍‌) ପ୍ରତିଷ୍ଠା ହୋଇଛି। ମାତ୍ର ଏହାର ପରିଚାଳନା ପାଇଁ ଫାର୍ମର ସୋସାଇଟି ଗଠନ ହୋଇ ପାରୁନାହିଁ ଅବା କେହି ମିଳୁ ନ ଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ କହିଛନ୍ତି।
ସେହିପରି ସରକାର ଏପିସିଟିଆର୍‌ଓ (ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଇନ୍‌ ଟ୍ରାଇବାଲ ରିଜିଓନ ଅଫ ଓଡିଶା) ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ୧୨ଟି ଆଦିବାସୀ ପାହାଡିଆ ଜିଲାର ୪୦ଟି ବ୍ଲକକୁ ସାମିଲ କରାଯାଇଛି। କନ୍ଧମାଳ ଜିଲାର ଫୁଲବାଣୀ, ବାଲିଗୁଡା ଓ କ.ନୂଆଗାଁ ବ୍ଲକ ଏହି ଯୋଜନାରେ ସାମିଲ ହୋଇଛି। ୨୦୦ ମହିଳାଙ୍କୁ ନେଇ ଗୋଟିଏ ଲେଖାଏ ପ୍ରଡ୍ୟୁସର୍ସ ଗ୍ରୁପ୍‌ ଗଠନ କରାଯିବ। ଏହି ଗ୍ରୁପ୍‌କୁ ପରିବା ଚାଷ ପାଇଁ ସମସ୍ତ ପ୍ରକାର ସହୟତା ପ୍ରଦାନ ସହ ଶୀତଳ ଭଣ୍ଡାର ପରିଚାଳନା ଭାର ପ୍ରଦାନ କରାଯିବ। ସମସ୍ତ ପ୍ରଡ୍ୟୁସର ଗ୍ରୁପ୍‌କୁ ନେଇ ପ୍ରଡ୍ୟୁସର୍ସ କମ୍ପାନୀ ଗଠନ ହେବ। ଯିଏ ଉପତ୍ାଦନର ଗ୍ରେଡିଙ୍ଗ ଓ ମାର୍କେଟିଂ କରିବ। ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ।

(ରାକେଶ କୁମାର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri