ଆୟ ବର୍ହିଭୁତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,(ଡି.ଏନ.ଏ.), ୪ା୩-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ପ୍ରଥମ ଦିନ ଯାଞ୍ଚରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଅନ୍ୟପଟେ ଯନ୍ତ୍ରୀ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାରୁ ଋଣ ଆଣିଥିବା ନେଇ ଭିଜିଲାନ୍ସକୁ କହିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପାଢୀଙ୍କ ଗଞ୍ଜାମସ୍ଥିତ ୨ଟି ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ଘର, ବ୍ରହ୍ମପୁର ଅଫିସ, ହିଲ୍‌ପାଟଣା ହରଭିନ୍‌ ସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆରେ ଥିବା ଫାର୍ମ ହାଉସ୍‌, ଆମ୍ବପୁଆରେ ଥିବା ଫାର୍ମ ହାଉସ୍‌, ପଙ୍କାଳପଲିରେ ଥିବା ଅର୍ଦ୍ଧନିର୍ମିତ ଗୃହ, ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ ପାଢ଼ୀ, ଗୋଷାଣୀନୂଆଗଁାରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡା, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ଥିବା ମେଟ୍ରୋ ରେସିଡେନ୍ସି ଫ୍ଲାଟ ନଂ.୧୦୨/ଏ ରେ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ମିଳିଥିବା ୪୦୦ ଗ୍ରାମ ସୁନାର ମୂଲ୍ୟ ୧୨ ଲକ୍ଷ ଆକଳନ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୫୨ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିପରି ତାଙ୍କ ନାମରେ ଥିବା ୨୩ଟି ପ୍ଲଟର ମୂଲ୍ୟ ୭୬ ଲକ୍ଷ, ଗଞ୍ଜାମରେ ଥିବା ଦୁଇଟି ଅର୍ଦ୍ଧନିର୍ମିତ କୋଠାର ମୂଲ୍ୟ ୬୫ ଲକ୍ଷ, ବ୍ରହ୍ମପୁରରେ ଥିବା ଦୁଇଟି ଅର୍ଦ୍ଧନିର୍ମିତ କୋଠାର ମୂଲ୍ୟ ୩୫ ଲକ୍ଷ, ଭୁବନେଶ୍ୱରରେ ଥିବା ଏକ ଫ୍ଲାଟର ମୂଲ୍ୟ ୮ ଲକ୍ଷ ଓ ଅନ୍ୟ ଏକ ଫ୍ଲାଟର ମୂଲ୍ୟ ୫୨ ଲକ୍ଷ ବୋଲି ଆକଳନ ହୋଇଛି। ସେହିପରି ତାଙ୍କ ଘରେ ଥିବା ଏକ ସ୍କର୍ପିଓର ମୂଲ୍ୟ ୧୪ ଲକ୍ଷ ହୋଇଥିବା ବେଳେ ଅନ୍ୟ ଏକ କାର, ଏଲଆଇସି ବୀମା, ବ୍ୟାଙ୍କ ଲକର ଆଦି ବୁଧବାର ଯାଞ୍ଚ କରାଯିବ ବୋଲି ଏସ୍‌ପି ସ୍ବାଇଁ ସୂଚନା ଦେଇଛନ୍ତି। ଚଢାଉ ଜାରି ରହିଥିବାରୁ ଯନ୍ତ୍ରୀ ପାଢ଼ୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟର ଠିକ୍‌ ତଥ୍ୟ ବୁଧବାର ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅନୁଗୋଳରେ ପାଢ଼ୀ ସହକାରୀ ଯନ୍ତ୍ରୀ ଥିବା ବେଳେ ଭିଜିଲାନ୍ସ ବିଭାଗ ୧୯୯୬ ସେପ୍ଟେମ୍ବର ୩୦ରେ ତାଙ୍କ ନଁାରେ ନଂ.୫୫/୯୬ରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଥିଲା। ସେହିପରି ୨୦୧୧ରେ ଏହି ମାମଲାର ବିଚାର ବେଳେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ବୋଲି ଭିଜିଲାନ୍ସ ଏସ୍‌ପି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri