ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ରଖାଯିବାକୁ ବିରୋଧ:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗୋବର ପାଣି, ଗଙ୍ଗା ଜଳ ଛିଞ୍ଚନ
ପୁରୀ ଅଫିସ,୯।୩: ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖାଯିବା ଘଟଣାକୁ ବିରୋଧ ଜାରି ରହିଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏ ନେଇ ଦାୟୀ କରି ବିକ୍ଷୋଭ କରୁଛନ୍ତି।...
ପେଟ୍ରୋଲ ଢାଳି ପୋଡ଼ିବା ଘଟଣା, ଆହତ ଯୁବକଙ୍କ ମୃତ୍ୟୁ
ଭଞ୍ଜନଗର,୯।୩(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇର ସନ୍ତୋଷ ନାୟକ (୨୫)ଙ୍କୁ ତାଙ୍କର ୨ ସାଙ୍ଗ କୌଣସି କାରଣକୁ ନେଇ ଗତ ଜାନୁୟାରୀ ୨୫ ତାରିଖରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଫଳରେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।...
ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ
ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ...
ବୋହୂଙ୍କୁ ନିର୍ଯାତନା: ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ମହିଳାଙ୍କ ଥାନା ଘେରାଉ
ରଣପୁର, ୯ା୩(ସ୍ବ.ପ୍ର.): ଦେଶବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ନାରୀ ସୁରକ୍ଷା ଓ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ସୋମବାର ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି l ଜଣେ...
ରେଳଲାଇନରେ ଯୁବତୀଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଅଫିସ୍/ ଓଡ଼ାପଡ଼ା, ୯ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡା ବ୍ଲକ ଝାରଗାଡିଆ ଫାଣ୍ଡି ଦାଣ୍ଡିମାଳ ପାସେଞ୍ଜର ହଲ୍ଟ ରେଲଓ୍ବେ ଷ୍ଟେଶନଠାରେ ଜଣେ ଯୁବତୀଙ୍କ ମୃତଦେହ ସୋମବାର ରେଲଓ୍ବେ ପୋଲିସ ଉଦ୍ଧାର କରିଛି। ମୃତାଙ୍କ ନାମ ସୁନିତା ପରିଡା ଓ ଘର...
ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିର ପ୍ରତିବାଦ
ଢେଙ୍କାନାଳ ଅଫିସ୍, ୯ା୩- ଢେଙ୍କାନାଳ କଲେଜରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ଆଲୁମନି ଆସୋସିଏଶନ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଆସୋସିଏଶନ ସଦସ୍ୟମାନେ ସୋମବାର ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ...
ଭୁଲ୍ ସିଗ୍ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର
ସୁନ୍ଦରଗଡ଼,୯।୩ (ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ...
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନ, ୯ା୩ (ଡି.ଏନ୍.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ରବି ଗୁରୁ ରବିବାର ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିବାବେଳେ ଗ୍ରାମ ନିକଟ ପୋରୋଇଝରା ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବହୁ ଖୋଜାଖୋଜି...
ସବୁଦିନ ସ୍କୁଲ ପଠାଇବାକୁ ସଂକଳ୍ପ ନେଲେ ଅଭିଭାବକ
ଗୋବିନ୍ଦପାଲି,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଉଦୁଲିବେଡ଼ା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲାଣଗୁଡ଼ା-୨ ପକ୍ଷରୁ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଛାଟୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ...
ଗାଁରେ ପଶିଲା ବାର୍ହା,ଉଦ୍ଧାର ପାଇଁ ବନବିଭାଗ ଟିମର ଉଦ୍ୟମ ଜାରି
ଚନ୍ଦାହାଣ୍ଡି,୯ା୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍ ବେହେରାମୁଣ୍ଡା ଗ୍ରାମ ପାଣ୍ଡେ ସାହିରେ ସୋମବାର ଏକ ବାର୍ହା ପଶିଥିବା ଜଣାପଡ଼ିଛି। ହଠାତ୍ ଗାଁର ଭୁବନ ପାଣ୍ଡେଙ୍କ ଘରେ ବାର୍ହାଟି ପଶିଯାଇଥିବାବେଳେ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବାର୍ହା ଆକ୍ରମଣ କରିବା ଆଶଙ୍କା...
ନିଖୋଜ ନାବାଳିକା ଛତିଶଗଡ଼ରୁ ଉଦ୍ଧାର, ଅଭିଯୁକ୍ତ ଗିରଫ
ଏମ୍ଭି ୭୯,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ୍ ଶିମିଳିବାଞ୍ଛା ପଞ୍ଚାୟତ ଏମ୍ପିଭି ୬୮ ଗ୍ରାମରୁ ନିଖୋଜ ନାବାଳିକାଙ୍କୁ ପୋଲିସ ସୋମବାର ଛତିଶଗଡ଼ରୁ ଉଦ୍ଧାର କରିଛି। ଝିଅ ନିଖୋଜ ଥିବା ନେଇ ରବିବାର ବାପା ଏମ୍ଭି ୭୯ ଥାନାରେ ଲିଖିତ ଅଭିଯୋଗ...
ବିଦ୍ୟୁତ୍ ଆଘାତରେ ଜଣେ ମୃତ, ୪ ଆହତ
କୁକୁଡ଼ାଖଣ୍ଡି, ୯।୩(ଡି.ଏନ୍.ଏ.)- ସଦର ଥାନା ଗୁଠବନ୍ଧ ଗାଁ’କୁ ଲାଗିଥିବା ପରିବା ଖେତରେ ଘେରାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଦୁର୍ଯ୍ୟୋଧନ ମଳିକ(୪୨)। ଏଥିରେ ଆହତମାନେ ହେଲେ...
Archives


