ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।
ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ ଭୁଲ ସିଗ୍‌ନାଲ ଯୋଗୁ ପାଟନାରୁ ବିଳାସପୁର ଯାଉଥିବା ଟ୍ରେନଟି ଷ୍ଟେଶନରେ ରହି ନ ଥିଲା। ଏ ନେଇ ଷ୍ଟେଶନରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସୂଚନାନୁଯାୟୀ, ବିହାରର ପାଟନାରୁ ଉକ୍ତ ସାପ୍ତାହିକୀ ଟ୍ରେନଟି ଛତିଶଗଡ଼ର ବିଳାସପୁରକୁ ଯାଉଥିଲା। ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଦ୍ରୁତଗାମୀ ଟ୍ରେନର ରାଜଗାଙ୍ଗପୁର ଷ୍ଟେଶନରେ ରହଣି ଥିଲା। ଟ୍ରେନଟି ଷ୍ଟେଶନର ୧ ନଂ. ପ୍ଲାଟଫର୍ମରେ ଆସିବାକୁ ଥିବାବେଳେ ଷ୍ଟେଶନମାଷ୍ଟର ଭୁଲବଶତଃ ୨ନଂ. ପ୍ଲାଟଫର୍ମରେ ଆସିବା ଲାଗି ସିଗ୍‌ନାଲ ଦେଇଥିଲେ । ଟ୍ରେନ୍‌ଟି ଷ୍ଟେଶନରେ ନ ଅଟକି ଚାଲିଯିବାରୁ ଏଥିରେ ଯାତ୍ରା କରିବାକୁ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ହୋହଲ୍ଲା କରିଥିଲେ। ଏପରିକି ଉକ୍ତ ଟ୍ରେନରେ ରାଜଗାଙ୍ଗପୁର ଷ୍ଟେଶନରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଓହ୍ଲାଇ ପାରି ନ ଥିଲେ । ପରେ ଏହି ଟ୍ରେନଟିକୁ ଗଡପୋଷ ଷ୍ଟେଶନଠାରେ ଅଟକାଯାଇଥିଲା ଓ ସେହି ଟ୍ରେନରେ ଯାତ୍ରା ପାଇଁ ରାଜଗାଙ୍ଗପୁର ଷ୍ଟେଶନରେ ଅଟକି ଥିବା ଯାତ୍ରୀମାନଙ୍କୁ ରାଉରକେଲା ଇସ୍ପାତ ଟ୍ରେନରେ ପଠାଯାଇଥିଲା। ସେମାନେ ଉକ୍ତ ଟ୍ରେନ୍‌ରେ ଚଢିଥିଲେ। ପରେ ରାଜଗାଙ୍ଗପୁରରେ ଓହ୍ଲାଇବାକୁ ଥିବା ଯାତ୍ରୀମାନଙ୍କୁ ସମ୍ବଲପୁରଠାରୁ ବନାରସ ଟ୍ରେନରେ ରାଜଗାଙ୍ଗପୁରକୁ ପଠା ଯାଇଥିଲା। ଅପରପକ୍ଷେ ଟ୍ରେନରେ ଏସ ୪୦ ବଗିରେ ଥିବା ଜଣେ ବରିଷ୍ଠ ଯାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri