ଆମ ଜିଲା ଖବର

ପଥର ଶିଳ୍ପକଳାର ନିଖୁଣ କାରିଗର ଭରତ

ବାହାନଗା,୧୨।୩(ଡି.ଏନ.ଏ.)-କୌଳିକ ବୃତ୍ତିକୁ ଆଦରି କାଠକାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବାଲେଶ୍ୱର ଜିଲା ପୋଲିସ୍‌...

ଦେବଗିରି ବୁଦ୍ଧ ବିହାର ବିକାଶ ପରିଷଦ ଗଠିତ

ଔପଦା,୧୧।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ଗୋପଖରୀ ପଞ୍ଚାୟତର ଦେବଗିରି ପର୍ବତମାଳା ପାଦଦେଶରେ ଅବସ୍ଥିତ ଚମ୍ପାଗଡ଼ ଠାରେ ଗତ ୧୦ ତାରିଖ ମଧ୍ୟାହ୍ନରେ ଦେବଗିରି ବିକାଶ ପରିଷଦ ଗଠନ ଲାଗି ଏକ ସାଧାରଣ ବୈଠକ ବସିଥିଲା। ବିଶିଷ୍ଟ ସାମାଜିକ କର୍ମୀ...

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍‌ ସଂଗ୍ରହ କରିଥିବାବେଳେ...

ଅଟୋ-ବାଇକ୍‌ ମୁହାଁମୁହିଁ, ଯୁବକ ମୃତ

ଫିରିଙ୍ଗିଆ, ୧୧ା୩- ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଉରକିଆ ଛକ ନିକଟରେ ବୁଧବାର ବାଇକ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଫିରିଙ୍ଗିଆ ଥାନା ଜଜେଶପଙ୍ଗା ଗ୍ରାମ ଓଡ଼ିଆ...

ଇଟାଭାଟି ସୁପରଭାଇଜରଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତ ଗଲେ ଜେଲ, ୨ ସୁପାରି କିଲର ଫେରାର

ଦିଗପହଣ୍ଡି,୧୧ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ଶ୍ମଶାନ ନିକଟ ଇଟାଭାଟିରେ କାମ କରୁଥିବା ସୁପରଭାଇଜର ସାଗର ପାତ୍ରଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ପୋଲିସ ବୁଧବାର ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରହ୍ମପୁର ଟାଉନ ଥାନା...

ଟ୍ରକ୍‌ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍‌,ବାଇକ

ବୋରିଗୁମ୍ମା,୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍‌ -ବାଇକ ଧକ୍କା ହୋଇ ଟ୍ରକ୍‌,ବାଇକ ଜଳିଯାଇଛି। ଏଥିରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହରି...

୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ

ଜମନକିରା,୧୧।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍‌ ମୁଖ୍ୟଛକ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ...

ନଳକୂପ ବ୍ୟବହାରକୁ ନେଇ ମହିଳାଙ୍କୁ ଅସଦାଚରଣ: ୨ ଭାଇ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡ଼ା ଗ୍ରାମରେ ନଳକୂପ ବ୍ୟବହାରକୁ ନେଇ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ,ମହିଳାଙ୍କୁ ନଳକୂପ ବ୍ୟବହାର କରିବାକୁ ଉକ୍ତ ଗ୍ରାମର ୨...

ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୁବୁଲାଗୁଡ଼ା ଗ୍ରାମର ଦେବ୍ରାବେଡ଼ା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଶ୍ରମିକ ସଞ୍ଜୟ ସିଙ୍କୁ। ସଞ୍ଜୟଙ୍କ ଘର ଝାଡଖଣ୍ଡ ହୋଇଥିବା ବେଳେ ସେ ପରିବାର...

ଢାବାରେ ଚଢ଼ାଉ: ୯୬ ଲିଟର ବିଦେଶୀ ମଦ ଜବତ, ମାଲିକ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସର୍କଲ ପୋଲିସ ସୋମବାର ରାତିରେ ବାଶିଙ୍ଗ ଗ୍ରାମ ନିକଟ ୨୨୦ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବା ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବେଆଇନ ଭାବେ ଗଚ୍ଛିତ ଥିବା ବିଭିନ୍ନ...

ଗଞ୍ଜାମର ନୂଆ ଏଡିଏମ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିୟ କୁମାର ସାହୁ

ଛତ୍ରପୁର,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଅମିୟ କୁମାର ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ କଟକ ଜିଲା ଆଠଗଡ଼ ଉପଜିଲାପାଳ ଥିଲେ। ପଦୋନ୍ନତି ହେବା ପରେ ଗଞ୍ଜାମ ଜିଲା ଅତିରିକ୍ତ...

କେନ୍ଦୁପତ୍ର ତୋଳାଳି, କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକୋ

ବଡ଼ଗାଁ,୧୧।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର ଗରିଆମାଲ ଗାଁ ନିକଟ ରାଜ୍ୟ ରାଜପଥ ନଂ.୧୦କୁ ଅବରୋଧ କରିଛନ୍ତି। ରାଉରକେଲା ଏଚ୍‌ଏମ୍‌ଏସ୍‌ର ସମ୍ପାଦକଙ୍କ ସହ ରେଞ୍ଜ ସମ୍ପାଦକଙ୍କ ନେତୃତ୍ୱରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri