ଆମ ଜିଲା ଖବର

ଅଧା ପ୍ରସବ ବେଳେ ଲେବର୍‌ ରୁମ୍‌ରୁ ପଳାଇଲେ ଡାକ୍ତର: ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଅଭିଯୋଗ

ରଣପୁର,୧୯।୩(ବ୍ୟୁରୋ): ଅଧା ପ୍ରସବ ବେଳେ ଲେବର ରୁମ୍‌ ଛାଡ଼ି ପଳାଇଲେ ଡାକ୍ତର। ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ନେଇ ଗୁରୁବାର ମହିଳାଙ୍କ ପରିବାରଲୋକେ ଅଭିଯୋଗ...

ମାର୍ଚ୍ଚ ୫ରେ ଥାଇଲାଣ୍ଡରୁ ଫେରିଥିଲେ ଯୁବକ, ୧୩ ଦିନ ପରେ ଅସୁସ୍ଥ ହେବା ନେଇ ଆତଙ୍କିତ ଗ୍ରାମବାସୀ

ଖଇରା,୧୯।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଧୀନ ଜାନିକାପାଳ ଗ୍ରାମର ଜଣେ ଯୁବକ ଥାଇଲାଣ୍ଡରୁ ଫେରିବାର ୧୩ ଦିନ ପରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଥଣ୍ଡା,କାଶ ହେଉଛି। ଗୁରୁବାର ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସଞ୍ଜିବ ବିଶ୍ବାଳ ତାଙ୍କୁ...

ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ ଚାନ୍ଦପୋଷ ଗ୍ରାମ ନିକଟ ଏକ ଖୋଲାପଡ଼ିଆରେ ବୁଲୁଥିବା ୮ ଗୋରୁଙ୍କର ମୃତ୍ୟୁ ଘଟିଛି।...

ବାହାଘର ଭୋଜିରେ ତହସିଲଦାରଙ୍କ ଚଢ଼ାଉ: ଅଧିକ ଲୋକଙ୍କୁ ନ ଡାକିବାକୁ ଦେଲେ ନିର୍ଦ୍ଦେଶ

ରାୟଗଡ଼ା ଅଫିସ,୧୯।୩: କରୋନା ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ଚାଲିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହାକୁ ଏଡ଼ାଇବା ପାଇଁ ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ରାୟଗଡ଼ା ଜିଲା...

କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା

ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ...

କରୋନା ମୁକାବିଲାକୁ ନେଇ ବଡ଼ ନିଷ୍ପତ୍ତି: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ/ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ। ଏଥିପାଇଁ କେବଳ ସେବାୟତମାନେ ହିଁ ମନ୍ଦିର ଭିତରକୁ...

ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଚଳ, ରୋଗୀ ହନ୍ତସନ୍ତ

ଆଳି,୧୯।୩(ଡି.ଏନ୍‌.ଏ.): ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗରେ ଗୁରୁବାର ସକାଳୁ ମେଡିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମେଡିକାଲରେ ଡାକ୍ତର ନ ଥିବାରୁ ଶହ ଶହ ରୋଗୀ ମେଡିକାଲକୁ ଆସି ଫେରୁଥିବା ଦେଖିବାକୁ ମିଳିଛି l...

ବୃଦ୍ଧାଙ୍କ ଉପରେ ମାଡ଼ିଗଲା ବାଉଁଶ ବୋଝେଇ ପିକ୍‌ଅପ୍‌

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମ ହୁଡ଼ିସାହିର ଜଣେ ବୃଦ୍ଧାଙ୍କ ଉପରେ ଗୁରୁବାର ସକାଳେ ଏକ ବାଉଁଶ ବୋଝେଇ ପିକ୍‌ଅପ୍‌ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣକ ହେଲେ ଟୁରି ମୁଣ୍ଡା। ସୂଚନା ଅନୁଯାୟୀ,...

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯ ରେଗୁଲସନ ୨୦୨୦ ଏବେ ବି ଜ଼ିଲାରେ ବଳବତ୍ତର ରହିଛି। ଏହାଫଳରେ ସାମାଜିକ କାର୍ଯ୍ୟକ୍ରମ,...

ରାଜନଗର ୨୯ ପଞ୍ଚାୟତରେ କରୋନା ସଚେତନତା ବୈଠକ

ରାଜନଗର,୧୯।୩(ଡି.ଏନ୍‌.ଏ.): ଏବେ ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣର ଭୟ। ଏଥିରୁ ନିଜକୁ ରକ୍ଷା କରିବା ଲାଗି ତଥା ସଂକ୍ରମିତଙ୍କଠାରୁ ଦୂରେଇ ରହିବା ପାଇଁ ଗୁରୁବାର କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ...

ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା : ୪ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜମିବାଡ଼ିକୁ କେନ୍ଦ୍ରକରି ପ୍ରଥମେ ଗଣ୍ଡଗୋଳ ପରେ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ କେସ୍‌ ନଂ. ୭୬/୧୯ରେ ଏକ ମାମଲା ରୁଜୁ କରି...

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ଗୁରୁବାର ହାଟସ୍ଥଳ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସାପ୍ତାହିକ ହାଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri