ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା : ୪ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜମିବାଡ଼ିକୁ କେନ୍ଦ୍ରକରି ପ୍ରଥମେ ଗଣ୍ଡଗୋଳ ପରେ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ କେସ୍‌ ନଂ. ୭୬/୧୯ରେ ଏକ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରୁଥିଲା। ଘଟଣାର ୮ ମାସ ବିତିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିରେ ସଂପୃକ୍ତି ଥିବା ୪ ଜଣଙ୍କୁ ବୁଧବାର ସନ୍ଧ୍ୟାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଦାରିଙ୍ଗବାଡ଼ିର ୪ ଜଣ ବ୍ୟବସାୟୀ ଅଜିତ କୁମାର ସାହୁ, ଅମୂଲ୍ୟ ସାହୁ, ସୁରେଶ ସାହୁ ଏବଂ ଶରତ ସାହୁ ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ ଜୁଲାଇ ୨୭ରେ ଡଲାବାଡ଼ି ନିକଟରେ ଏକ ଜମିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଡଲାବାଡ଼ି ଗ୍ରାମର ଯୁବତୀ ବେହେରା ଏବଂ ତାଙ୍କ ସ୍ବାମୀ ମାର୍କଣ୍ଡଙ୍କୁ ଆକ୍ରମଣ ହୋଇଥିଲା। ସେହିପରି ଯୁବତୀଙ୍କ ପରିବାର ଅନୁସୂଚିତ ଜାତି ହୋଇଥିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସେହିପରି ଯୁବତୀ ଏବଂ ତାଙ୍କ ପରିବାର ବିରୋଧରେ ପାଲଟା ଅଭିଯୋଗ କରାଯାଇଥିଲା। ଏନେଇ କେସ୍‌ ନଂ. ୭୭/୧୯ରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି। ଉକ୍ତ ମାମଲାରେ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି। ଜାତିଆଣ ଆକ୍ଷେପ ରହିଥିବାରୁ ଘଟଣାର ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ତଦନ୍ତ କରୁଛନ୍ତି। ଉଭୟ ମାମଲାର ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri