ଦିଗପହଣ୍ଡି ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା
ଦିଗପହଣ୍ଡି,୨୫।୩(ଡି.ଏନ୍.ଏ.): କରୋନା (କୋଭିଡ-୧୯)ର ମୂକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ଗୋଲଣ୍ଡା ଗ୍ରାମରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା ପାଇଁ ପଦକ୍ଷେପ ନିଆଯାଇଛି।...
ଚିତ୍ରକୋଣ୍ଡାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି
ଚିତ୍ରକୋଣ୍ଡା, ୨୫।୩(ଡି.ଏନ୍.ଏ.): ସାରା ପୃଥିବୀରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଥମେ ମାର୍ଚ୍ଚ ୩୧ ଓ ପରେ ୨୧ ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାର ପ୍ରଭାବରେ ମାଲକାନଗିରି...
କରୋନା ପ୍ରଭାବ: ଗଞ୍ଜାମରେ ଖାଉଟି ସାମଗ୍ରୀ କଳାବଜାର ଅଭିଯୋଗ
ଗଞ୍ଜାମ,୨୫।୩(ଡି.ଏନ୍.ଏ.): କରୋନା ପାଇଁ ସବୁଠି ହାହାକାର। ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି। କେବଳ ଖାଉଟି ତଥା...
୫ ବଖରା ଜଳିଗଲା
ଭୁବନ/ମାଧପୁର, ୨୫ା୩(ଡି.ଏନ.ଏ.)- ଅଗ୍ନିକାଣ୍ଡ ଘଟି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବର୍ଣ୍ଣାଳି ଗ୍ରାମର ଈଶ୍ୱର ମାହୁନ୍ତଙ୍କ ୨ ବଖରା ଘର ମଙ୍ଗଳବାର ରାତିରେ ଜଳିଯାଇଛି । ସମସ୍ତେ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଈଶ୍ୱରଙ୍କ ପରିବାର ଲୋକେ...
ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ: କଟକଣା ସତ୍ତ୍ୱେ ବଜାରରେ ଲୋକଙ୍କ ଭିଡ଼
ବସ୍ତା,୨୫।୩(ଡି.ଏନ୍.ଏନ୍.): ମହାମାରୀ କରୋନା ସଂକ୍ରମଣ ଭୟକୁ ରୋକିବାକୁ ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ। ଏହି ଭୂତାଣୁ ନ ବ୍ୟାପିବା ନେଇ ରାଜ୍ୟ ସରକାରଙ୍କ କଟକଣାକୁ କିଛି ଲୋକ ହେୟ...
ମିଲିଟାରୀ ଗୁଇନ୍ଦା ସ୍କାନରରେ ଦଲାଲ
ଗୋପାଳପୁର,୨୫ା୩-ଆଗାମୀ ଦିନରେ ସୈନ୍ୟ ବାହିନୀରେ ଲୋୟର ଡିଭିଜନ କ୍ଲର୍କ (ଏଲଡିସି)ରେ ଚାକିରି କରାଇଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଗତ ୨୦ ତାରିଖରେ ଜନୈକ ଯୁବକଙ୍କୁ ମିଲିଟାରୀ ଗୋଇନ୍ଦା ଓ ଗୋପାଳପୁର ଥାନା ପୋଲିସ ସହାୟତାରେ ଗିରଫ କରାଯାଇ କୋର୍ଟଚାଲାଣ...
ଲକ୍ଡାଉନ୍କୁ ଗୁରୁତ୍ୱ ଦେଉନାହାନ୍ତି ଯାଜପୁର ରୋଡ୍ ବାସିନ୍ଦା: କିଣାକିଣି ବେଳେ ରଖାଯାଉନାହିଁ ସାମାଜିକ ଦୂରତା, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ପ୍ରବଳ ଭିଡ଼
ଯାଜପୁର ଅଫିସ,୨୫।୩-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ଘୋଷଣାକୁ ଯାଜପୁର ଜିଲାର ପ୍ରାୟ ଦୋକାନୀ ମାନୁଥିବାବେଳେ ଲୋକେ କିନ୍ତୁ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏଥିପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି। ବୁଧବାର ଯାଜପୁର ରୋଡ ଗଣେଶ ମାର୍କେଟସ୍ଥିତ ଏକ...
କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି
ବସ୍ତା,୨୫।୩(ଡି.ଏନ୍.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା ଜାରି କରାଯାଇଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ଏହି ଭାଇରସ୍କୁ କିପରି...
ନୟାଗଡ଼ରେ ବାଟବଣା ଲକ୍ଡାଉନ୍: ଗଳାବାଟ ବାଛୁଛନ୍ତି ଲୋକେ, ସୁରକ୍ଷା ପ୍ରତି ଖାତିର ନାହିଁ
ନୟାଗଡ ଅଫିସ,୨୫।୩: କରୋନାର ପ୍ରତିଷେଧକ ପାଇଁ ନୟାଗଡ ଜିଲା ସଦର ମହକୁମାକୁ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏଥିପାଇଁ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି। ହେଲେ ସରକାରଙ୍କ କଟକଣାକୁ ଲୋକ ମାନୁ ନାହାନ୍ତି । ବରଂ ରାସ୍ତା ବନ୍ଦକୁ...
ଭଦ୍ରକରେ ସକାଳ ୭ରୁ ୯ ଟ୍ରାଫିକ୍ ଜାମ
ଭଦ୍ରକ ଅଫିସ, ୨୫।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଦେଶକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଲକ୍ଡାଉନ୍ର ପ୍ରଭାବ ଭଦ୍ରକ ଜିଲାରେ ପଡ଼ିଛି। ଦିନ ତମାମ ରାସ୍ତାଘାଟ ଶୂନଶାନ ରହୁଥିବା ବେଳେ...
ଆଖୁବୋଝେଇ ଟ୍ରକ୍ ଡ୍ରାଇଭରଙ୍କୁ ପୋଲିସର ମାଡ଼ ଅଭିଯୋଗ: ପ୍ରତିବାଦରେ କାରଖାନାକୁ ପରିବହନ ବନ୍ଦ
ଆସିକା,୨୫।୩(ଡି.ଏନ୍.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ଆସିକା ବିଜୁ ପଟ୍ଟନାୟକ ଛକଠାରେ ମୁତୟନ ଥିବା ପୋଲିସ ସେହି ରାସ୍ତା...
ବସ୍ଷ୍ଟାଣ୍ଡକୁ ସ୍ଥାନାନ୍ତର ହେବେ ଉଠା ଦୋକାନୀ
ଜଟଣୀ,୨୫ା୩(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା କାର୍ଯ୍ୟକାରିତା ନେଇ ଜିଲାପାଳ ସିତାଂଶୁ କୁମାର ରାଉତ ମଙ୍ଗଳବାର ଜଟଣୀର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଥିଲେ। ପୋଲିସ ଓ ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନରେ ହେଉଥିବା ବ୍ଲକିଂ...
Archives


