ଆମ ଜିଲା ଖବର

ବିଶ୍ବାସ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଆର୍‌.ଉଦୟଗିରି,୧୯ା୪(ଡି.ଏନ୍‌.ଏ.)- ମୋହନା ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତାରେ ଥିବା ବିଶ୍ବାସ କ୍ଲିନିକକୁ ଶନିବାର ସିଲ୍‌ କରିଛି ପ୍ରଶାସନ। କରୋନା ନିୟମ ଉଲ୍ଲଘଂନ ସହ ନଥିପତ୍ର ନଥାଇ ବେଆଇନ ଭାବେ ଉକ୍ତ କ୍ଲିନିକ ଚାଲିଥିବା ଅଭିଯୋଗ ହେଉଥିଲା। ପରେ ମୋହନା ତହସିଲଦାର, ଥାନା...

ବଜ୍ରପାତ ନେଲା ୨ ଜୀବନ

ବସ୍ତା,୧୮।୪(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଆଳୁମେଦା ଗ୍ରାମରେ ଶନିବାର  କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିମଳ ପ୍ରଧାନଙ୍କ ପୁଅ ଜଗନ୍ନାଥ...

ସମ୍ବର୍ଦ୍ଧିତ ହେଲେ ସଫେଇ କର୍ମଚାରୀ

ସୁନାବେଡ଼ା,୧୮ ।  ୪(ସ୍ବ.ପ୍ର.): ଲକ୍‌ଡାଉନ ବେଳେ ସମସ୍ତେ ଘରେ ଥିବାବେଳେ ବାହାରର ଆବର୍ଜନା ସଫେଇ ପାଇଁ ବାହାରି ଆସି କାମରେ ଲାଗିଛନ୍ତି ସଫେଇ କର୍ମଚାରୀ। ପୌରପରିଷଦ ଅନ୍ତର୍ଗତ ସମସ୍ତ ଅଞ୍ଚଳର ସାହି, ବସ୍ତିରେ ଥିବା ନାଳ ନର୍ଦ୍ଦମା, ରାସ୍ତାଘାଟ ସଫେଇ...

ବଜାରରୁ ଭିଟାମିନ ସି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉଭାନ

ଜୟପୁର,୧୮ା୪(ନି.ପ୍ର.): ସାରା ବିଶ୍ୱକୁ କିଛି ମାସ ହେଲା ଆତଙ୍କିତ କରି ରଖିଛି କରୋନା ଭାଇରସ। ଏହାର ମୁକାବିଲା ପାଇ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। କୋରାପୁଟ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହି...

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୪(ନି.ପ୍ର)- ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା ବାଇପେଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡା ଦେଶ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ

ଫୁଲବାଣୀ ଅଫିସ, ୧୮ା୪- ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ଫୁଲବାଣୀ ଗସ୍ତରେ ଆସି କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଉଭୟେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଜିଲା ମୁଖ୍ୟ ଡାକ୍ତରଖାନା...

ରିଲିଫ ପାଣ୍ଠିକୁ ୧ ଲକ୍ଷ ଦେଲା ଭିଏସ୍‌ ବିଦ୍ୟାଳୟ

ସୁନାବେଡ଼ା/ସେମିଳିଗୁଡ଼ା,୧୮ା୪(ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନେକ ଲୋକ ସହାୟତାର ହାତ ବଢ଼ାଉଛନ୍ତି। କୋରାପୁଟ ଜିଲା ସୁନାବେଡ଼ା ମିଗନଗରୀସ୍ଥିତ ଭିଏସ୍‌ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ତଥା ଶିକ୍ଷା କର୍ମଚାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ...

କୋରାପୁଟରେ ଲକ୍‌ଡାଉନ ସ୍ଥିତି ପରଖିଲେ ପୋଲିସ ଡିଜି

ଜୟପୁର,୧୮ା୪(ଡି.ଏନ୍‌.ଏ./ନି.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କୋରାପୁଟ ଜିଲା ଗସ୍ତରେ ପହଞ୍ଚତ୍ ଲକ୍‌ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ କୋରାପୁଟ ସଦରସ୍ଥିତ ସୀମା ସୁରକ୍ଷା ବାହିନୀର ସେକ୍ଟର ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚତ୍ଥିଲେ। ସେଠାରୁ କୋରାପୁଟ ସଦର ଓ ଟାଉନଥାନା...

ଶିକାରୀଙ୍କୁ ସୁହାଉଛି ଲକ୍‌ଡାଉନ

ସଜନାଗଡ, ୧୮ା୪(ଡି.ଏନ.ଏ.)- କରୋନା ସଂକ୍ରମଣକୁ ରୋକିବା ଲାଗି ଲକଡାଉନ ଜାରି ରହିଥିବା ବେଳେ ଏହାର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଏହି ଲକ୍‌ଡାଉନ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଅନୁକୂଳ ସମୟ ପାଲଟିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର...

ସଫେଇ କର୍ମଚାରୀ ସମ୍ମାନିତ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.)- ବାଲିଗୁଡ଼ା ଏନ୍‌ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ସ୍ବାଇଁ। ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବାବେଳେ...

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୭୮ ୟୁନିଟ ରକ୍ତ ସଂଗୃହୀତ

ବାରିପଦା ଅଫିସ, ୧୮ା୪: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବାରିପଦା ମେଡ଼ିକାଲ ପରିସରରେ ଥିବା ରେଡ଼କ୍ରସ ରକ୍ତଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୟୂରଭଞ୍ଜ ଜିଲା ସଂଯୋଜକ ତଥା...

ରାଶନକାର୍ଡରେ ହିତାଧିକାରୀଙ୍କୁ ୯ଶହ ଟଙ୍କା ଦେବା ଘଟଣା: ଗାଁ କୋଠ ଟଙ୍କାରୁ ୫୦ ହଜାର ଉଠାଇ ବାଦ୍‌ ପଡିଥିବା ୫୨ ପରିବାରକୁ ପ୍ରଦାନ

ପାତ୍ରପୁର,୧୮ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବରଙ୍ଗ ଗ୍ରାମରେ ରାଶନ କାର୍ଡ଼ଧାରୀଙ୍କୁ ଦାଇତ୍ୱରେ ଥିବା କିଛି କର୍ମଚାରୀ କାର୍ଡ଼ ପିଛା ୧୦୦୦ ଟଙ୍କା ବଦଳରେ ୯୦୦ ଟଙ୍କା ଦେଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏନେଇ ଖବର ପ୍ରକାଶ ପରେ ବ୍ରହ୍ମପୁର ଉପଜିଲାପାଳ ପାତ୍ରପୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri