କାଳବୈଶାଖୀ, ବର୍ଷାପବନରେ ଘର ଭାଙ୍ଗିଲା
ଦାରିଙ୍ଗବାଡ଼ି,୨୨।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି କାଳବୈଶାଖୀର ପ୍ରଭାବରେ ବୁଧବାର ବ୍ୟାପକ କ୍ଷୟକ୍ଷତି ହୋଇଛି ା ବ୍ଲକର ଗ୍ରୀନବାଡ଼ି ଏବଂ ପ୍ଲିହେରି ପଞ୍ଚାୟତରେ ସର୍ବାଧିକ ବର୍ଷା ହୋଇଛି ା ବିଜୁଳି ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହୋଇଥିଲା। କିଲାବାଡ଼ି ଗ୍ରାମର...
ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ
ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସହଯୋଗର ହାତ ବଢାଇଛନ୍ତି। ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପାଟଣାଗଡ...
ରୋଜଗାର ଯୋଗାଉଛି ବରିଡା ଶାଗ
ରାଇକିଆ,୨୨ା୪(ଡି.ଏନ୍.ଏ.)- ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ସ୍ଥାନୀୟ ବାସିନ୍ଦା। ଖରା ଦିନେ ଯେଉଁ ବର୍ଷା ହୋଇଥାଏ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୧୫ ଲକ୍ଷ ଟଙ୍କା ପ୍ରଦାନ
ବୁଗୁଡା,୨୨ା୪(ଡି.ଏନ.ଏ.)- ବୁଗୁଡ଼ା ଏନ୍ଏସି ବିଜୁ ଜନତା ଦଳର ଜନ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସହ କିଛି ବଦାନ୍ୟ ବ୍ୟକ୍ତି ମଙ୍ଗଳବାର କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସ୍ଥାନୀୟ...
ଦିଗପହଣ୍ଡିରେ ମିଲ ଯୋଜନାର ଶୁଭାରମ୍ଭ
ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମିଲ’ ଯୋଜନାର ଶୁଭାରମ୍ଭ ହୋଇଛି। ବିଡ଼ିଓ ହଳଧର ଶବର ନିମଖଣ୍ଡି ପେଣ୍ଠ ପଞ୍ଚାୟତ ପନାଡ଼ ଗାଁରେ ପହଞ୍ଚତ୍ ହିତାଧିକାରୀଙ୍କୁ ମିଲ୍ କିଟ ବଣ୍ଟନ କରି ଏହାର ଶୁଭାରମ୍ଭ...
ମିଡିଆ କ୍ଲବ ପକ୍ଷରୁ ମାସ୍କ, ସାବୁନ ବଣ୍ଟନ
ବୁଗୁଡା,୨୨ା୪(ଡି.ଏନ.ଏ.)-ବୁଗୁଡ଼ା ମିଡିଆ କ୍ଲବ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ ସହ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା। କରୋନା ମହାମାରୀରୁ ରକ୍ଷା ନିମନ୍ତେ ସହରରେ ଲକ୍ଡାଉନ ଓ ସଟଡାଉନ ଲାଗୁ ହୋଇଥିବାବେଳେ...
ଆଇସୋଲଶନ ସେଣ୍ଟର ପରିସର ସଫେଇ
ଛତ୍ରପୁର,୨୨ା୪(ଡି.ଏନ୍.ଏ.)-ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ଆଇସୋଲେଶନ ସେଣ୍ଟରରେ କେତେଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ଉକ୍ତ ଆଇସୋଲେଶନ ସେଣ୍ଟରରେ ସେଠାରେ ସ୍ବାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି ପାଇଁ ସରପଞ୍ଚ ଏସ. ଚକ୍ରପଣି ରେଡ୍ଡୀ ଉଦ୍ୟମ କରିଛନ୍ତି। ଭାରତୀୟ...
କାଜୁ ଗଛରେ ପୋକ: ଦୁର୍ଦ୍ଦିନରେ ୬୫୦ ଆଦିବାସୀ ପରିବାର
ଛତ୍ରପୁର,୨୨ା୪(ଡି.ଏନ୍.ଏ.)-ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କାଳିମେଘି, ଚନ୍ଦନପୁର ଓ ଘୋଡାପଡା ପଞ୍ଚାୟତର ୧୯ ଖଣ୍ଡ ଆଦିବାସୀ ଗାଁର ୬୫୦ ପରିବାର ଦୁର୍ଦ୍ଦିନରେ ଗତି କରୁଛନ୍ତି। ଏମାନେ ଜଙ୍ଗଲ ଜମିରେ ବସବାସ କରୁଛନ୍ତି। ଜଙ୍ଗଲ ଜମିରେ କାଜୁ ଚାଷ କରି ସେଥିରୁ...
ମଦ ଦୋକାନ ସିଲ୍ କେବଳ ଲୋକ ଦେଖାଣିଆ
ସମ୍ବଲପୁର,୨୨ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖଠାରୁ ଦୋକାନ ବଜାର ବନ୍ଦ ରହିଛି । ବିଦେଶୀ ମଦ ଦୋକାନ ଓ ବାର, ଦେଶୀ ମଦଭାଟି ଗୁଡିକ ମଧ୍ୟ ସିଲ୍ କରାଯାଇଛି...
ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟ ତଦାରଖ କଲେ ଜିଲାପାଳ
ରାଜକନିକା, ୨୨।୪ (ଡି.ଏନ୍.ଏ.)-କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ରାଜକନିକା ବ୍ଲକ ଗସ୍ତ କରିଛନ୍ତି। ଏହି ସମୟରେ ସେ ସିହୋପଡ଼ା ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଆରମ୍ଭ ହେଇଥିବା କାର୍ଯ୍ୟର ତଦାରଖ କରିଛନ୍ତି। ସେ ପ୍ରଥମେ ମଡେଲ ପୋଖରୀ କାର୍ଯ୍ୟ ଦେଖିବା ସହିତ ସ୍ଥାନୀୟ...
ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ଼ ମାରି ଥାନା ଅଧିକାରୀ ଗଲେ
କଣ୍ଟାବାଞ୍ଜି,୨୨।୪(ଡି.ଏନ.ଏ.) କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟାନନ୍ଦ କରକରା ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ଼ ମାରି ଅନ୍ୟତ୍ର ବଦଳି ହୋଇଛନ୍ତି। ଗତ ୧୬ ତାରିଖ ବିଦ୍ୟୁତ୍ ବିଭାଗର କେତେକ କର୍ମଚାରୀ ବିଭାଗୀୟ ଗାଡିରେ ଡ୍ୟୁଟି କରୁଥିଲେ। ହେଲେ ଇନ୍ଦିରା ଛକ ନିକଟରେ...
ଖବରଦାତାଙ୍କୁ ଆକ୍ରମଣ
କେନ୍ଦୁଝର, ୨୨।୪(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ପୋଲିସ ବୁଧବାର ଲକ ଡାଉନ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଖବରଦାତାଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅସୁସ୍ଥ ଝିଅ ସହିତ କାର୍ରେ...
Archives


