ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍ ଚାଳକଙ୍କ ଦୁଃଖ
ବୈପାରୀଗୁଡ଼ା,୨୯ା୪(ଡି.ଏନ୍.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ପନିପରିବା ଆଣିବାକୁ ଗଲେ ଲୋକେ ବାରଣ କରୁଛନ୍ତି। ଛୋଟ...
ସୁରଟ ଫେରନ୍ତାଙ୍କୁ ଖାଇବାକୁ ଦିଆଗଲା
ସୋହେଲା,୨୯।୪(ଡି.ଏନ.ଏ): ଗୁଜୁରାଟ ରାଜ୍ୟ ସୁରଟରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ବୁଧବାର ବରଗଡ଼ ଜିଲା ସୋହେଲା ନିକଟ ଲୁହୁରାଚଟି ନିକଟରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା। ସେମାନେ ସ୍ବତନ୍ତ୍ର ୪ଟି ବସ୍ ଯୋଗେ ବରଗଡ଼ ଦେଇ ଗଞ୍ଜାମ ଫେରୁଥିବା...
ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ
ବରଗଡ଼ ଅଫିସ୍,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ସେମାନେ ସମସ୍ତେ ଗୋପ ବ୍ଲକ ଅଚ୍ୟୁତପୁରଠାରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ...
ଆନ୍ଧ୍ରରେ ଫସି ରହିଛନ୍ତି ୨୫୦ ଶ୍ରମିକ
ବରଗଡ଼ ଅଫିସ୍,୨୯।୪: ଲକ୍ ଡାଉନ୍ ଯୋଗୁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ଓ ବଲାଙ୍ଗୀର ଜିଲାରୁ ଆନ୍ଧ୍ର ପ୍ରଦେଶ ଯାଇଥିବା ୨୫୦ଜଣ ଶ୍ରମିକ ସେଠାରେ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ...
ମାନବିକତା ଦେଖାଇଲେ ବିଏସ୍ଏସ୍ଓ
ଜୁନାଗଡ଼,୨୯।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ବିଏସ୍ଏସ୍ଓ(ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ) ତୁଷାର ରଞ୍ଜନ ସାହୁ ମାନବିକତା ଦେଖାଇଛନ୍ତି। ରାସ୍ତା କଡ଼ ଗଛ ତଳେ ଅସହାୟ ଭାବେ ବସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଧର୍ମଗଡ଼ ବ୍ଲକ ଗମ୍ଭାରୀଗୁଡାସ୍ଥିତ...
କୋମନା ସହରକୁ ବିଶୋଧନ କରାଗଲା
କୋମନା,୨୯ା୪(ଡି.ଏନ୍.ଏ.): ବୁଧବାର ଭୋରରୁ ଅଗ୍ନିଶମ ବିଭାଗ ତରଫରୁ କୋମନା ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ସହରର ପ୍ରତ୍ୟେକ ଦୋକାନ ବଜାର, ବସଷ୍ଟାଣ୍ଡ ସମେତ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ, କୃଷି ବିଭାଗ, ଭାରତୀୟ ଷ୍ଟେଟବ୍ୟାଙ୍କ, ଅସ୍ଥାୟୀ କରୋନା...
ଶେଷରେ ଅସହାୟ ମହିଳାଙ୍କ ଚିକିତ୍ସା ହେଲା
ଲୋଇସିଂହା, ୨୯।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁ। ସେହି ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ଚଳାନ୍ତି। କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ...
ଲୋକଙ୍କୁ ମାକ୍ସ ପିନ୍ଧାଇ ସଚେତନ କଲା ଗଞ୍ଜାମ ପୋଲିସ
ଗଞ୍ଜାମ,୨୯ା୪(ଡି.ଏନ୍.ଏ.)- ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଏବଂ ମାକ୍ସ ବ୍ୟବହାର ନେଇ...
ଆନ୍ଧ୍ରରୁ ସାଇକେଲରେ ବ୍ରହ୍ମଗିରି ଫେରିଲେ ୭ ଶ୍ରମିକ: ୭୫୦ କି.ମିକୁ ଲାଗିଲା ୭ ଦିନ
ବ୍ରହ୍ମଗିରି,୨୯ା୪(ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ୭ଜଣ ଶ୍ରମିକ ଗାଁ ଛାଡ଼ିି ଆନ୍ଧ୍ରପ୍ରଦେଶକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। କିନ୍ତୁ ସେମାନଙ୍କ ପାଇଁ ଦୁର୍ଦ୍ଦଶା ଆଣିଲା କରୋନା। ମାସେ ହେଲା ସାରା ଦେଶ ଲକ୍ଡାଉନ। ଏଥିଯୋଗୁ ଶିଳ୍ପ, କାରଖାନା...
ଦେଶୀମଦ ସହ ଗାଡ଼ି ଜବତ
ବାଲେଶ୍ୱର ଅଫିସ, ୨୯।୪: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ରସାଳପୁର ରାସ୍ତାରେ ଅବକାରୀ ବିଭାଗର ଜିଲା ଭ୍ରାମ୍ୟମାଣ ଟିମ୍ ଦ୍ୱାରା ବୁଧବାର ଚଢ଼ାଉ କରାଯାଇ ୯ଶହ ଲିଟର ଦେଶୀ ମଦ ସହ ଏକ ଟାଟା ଏସିଇ ଗାଡ଼ି (ନଂ....
ଆବଦ୍ଧାଞ୍ଚଳରେ ଗଠନ ହେଲା ୩ଟି ଟିମ୍
ବନ୍ତ,୨୯।୪(ଡି.ଏନ୍.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯିବା ସହ ସଂକ୍ରମଣ ନବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ...
ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର
ରାଇରଙ୍ଗପୁର,୨୯।୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ (ମାନସିକ ଅନଗ୍ରସର) ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ତାଙ୍କ ଭଉଣୀ ଘରେ ରହୁଥିଲେ। ମଙ୍ଗଳବାର ଭଉଣୀ ଓ...
Archives


