ଆମ ଜିଲା ଖବର

ରାଜ୍ୟ ବାହାରର ବସ୍‌କୁ ଦେଖି ଲୋକେ ଆତଙ୍କିତ

ସମ୍ବଲପୁର,୨ା୫(ବ୍ୟୁରୋ)-ରାଜ୍ୟ ବାହାରର ୩ଟି ବସ୍‌ ଶନିବାର ସମ୍ବଲପୁର ସହର ଭିତରକୁ ପ୍ରବେଶ କରିବାରୁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଧନୁପାଲି ଥାନା ଅଧୀନ ଜେଲ୍‌ ଛକରେ ଥିବା ଫଳ ଦୋକାନରୁ ଏମାନେ କିଛି ଫଳ କିଣିଥିଲେ। ଏହି ସମୟରେ କିନ୍ତୁ...

ଗୁମ୍ମାକୁ ଫେରିବେ ୪୫୦୦ ଶ୍ରମିକ

ଗୁମ୍ମା,୨ା୫: ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଶ୍ରମିକମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଗଜପତି ଜିଲା ଗୁମ୍ମା ବ୍ଲକ୍‌ ଅଧୀନ ୨୦ ପଞ୍ଚାୟତର ୪୫୦୦...

କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସଚିବ

ଜୟପୁର,୨ା୫(ନି.ପ୍ର.): ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍‌ ଅଫିସର୍‌ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ସଚିବ ରସିଦ୍‌ ଖାନ୍‌ ଶନିବାର ଜୟପୁରସ୍ଥିତ ଜିଲାସ୍ତରୀୟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ହସ୍ପିଟାଲ୍‌ର ଭିତ୍ତିଭୂମି...

ଗାଁରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ: ତାଲା ପକାଇଲେ ଗ୍ରାମବାସୀ

ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ହାଲୁଆ ପଞ୍ଚାୟତ ଅଧୀନ ପୋଡ଼ାପାଡ଼ି ଗ୍ରାମରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନିକ...

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଲା, ସୁସ୍ଥ ହେଲେ ୫୬

ଭୁବନେଶ୍ୱର,୨ା୫(ବ୍ୟୁରୋ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଶନିବାର ଅପରାହ୍ନରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ଆକ୍ରାନ୍ତ...

ସମ୍ବଲପୁର ରେଳ ମଣ୍ଡଳ ଅଫିସରେ ହାଣ୍ଡ ଫ୍ରି ସାନିଟାଇଜର ମେଶିନ୍‌ ବସିଲା

ସମ୍ବଲପୁର,୨।୫(ବ୍ୟୁରୋ):ମହାମାରୀ କୋଭିଡ- ୧୯ ସଂକ୍ରମଣକୁ ରୋକିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଅଫିସରେ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଶନିବାର ୨ଟି ହାଣ୍ଡ ଫ୍ରି ସାନିଟାଇଜର ଡିସପେନ୍ସର ସ୍ଥାପନ କରାଯାଇଛି । ସମ୍ବଲପୁର ମଣ୍ଡଳ...

ବବନ ସିଂ ଏମ୍‌ସିଏଲ୍‌ର ନୂତନ ବୈଷୟିକ ନିର୍ଦ୍ଦେଶକ

ସମ୍ବଲପୁର, ୨।୫ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମ୍‌ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ...

ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି। ରାଜ୍ୟର ୩ଟି ଜିଲା ବିଶେଷ ଭାବେ କରୋନା ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ...

ବରୀ ବ୍ଲକରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନର ତତ୍ପରତା: ବିଭିନ୍ନ ଛକକୁ କରାଯାଉଛି ସାନିଟାଇଜେଶନ୍‌

ରତ୍ନଗିରି,୨।୫(ଡି.ଏନ୍‌.ଏ.): ଶନିବାର ଯାଜପୁର ଜିଲାରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବରୀ ବ୍ଲକ ଅଞ୍ଚଳର ୩ ଜଣ ରହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ବ୍ଲକ ଅଧିନସ୍ଥ କଳାମାଟିଆ...

ପୋଲିସ ଦୁର୍ବବ୍ୟହାର ଶିକାର ହୋଇଥିବା ଚାଷୀଙ୍କୁ ଭେଟିଲେ କଂଗ୍ରେସ ନେତା

ରତ୍ନଗିରି,୨।୫(ଡି.ଏନ୍‌.ଏ.)- ଯାଜପୁର ଜିଲା ବରୀ ବ୍ଲକ ଅଧୀନସ୍ଥ ମହାକାଳପଡ଼ା ପଞ୍ଚାୟତର ଚାଷୀମାନେ ଲକ୍‌ଡାଉନ୍‌ ସମୟରେ ଜିଲା ସୀମାନ୍ତବର୍ତ୍ତି କେନ୍ଦ୍ରାପଡା ଜିଲାର ଇନ୍ଦୁପୁର ସାପ୍ତାହିକ ହାଟକୁ ପନିପରିବା ବିକ୍ରୀ କରିବାକୁ ଯାଇଥିବା ବେଳେ ନିକିରାଇ ପୋଲିସର ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏନେଇ...

୨୧୧ ଅମାନିଆ ଗଣିଲେ ୪୨,୭୦୦ ଟଙ୍କା

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଥିବାବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର କେତେକ ସ୍ଥଳେ ଲୋକେ ଏହାକୁ ଉଲ୍ଲଂଘନ...

ଗରିବ, ଅସହାୟଙ୍କୁ ମାସ୍କ

ବରଗଡ଼ ଅଫିସ୍‌,୨।୫: ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ ଛକ, ଭଟଲି ରୋଡ୍‌ ଛକ, ରାଣାପ୍ରତାପ ସ୍କୁଲ ସମ୍ମୁଖ ଆଦି ସ୍ଥାନରେ ୨ହଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri