ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି। ରାଜ୍ୟର ୩ଟି ଜିଲା ବିଶେଷ ଭାବେ କରୋନା ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ ଗ୍ରୀନ୍‌ ଜୋନ୍‌ରେ ରହିଛି। ହେଲେ ବାହାର ରାଜ୍ୟରୁ ପ୍ରବାସୀମାନେ ଫରୁଥିବା ଯୋଗୁ ଆଗାମୀ ସମ୍ଭାବ୍ୟ ସ୍ଥିତି ଉପରେ ଜିଲା ପ୍ରଶାସନ ନଜର ରଖିଛି। ତେବେ ଶନିବାର ଜିଲାରେ କୋଭିଡ଼ – ୧୯ ଲକ୍ଷଣ ଥିବା ୪ଜଣ ସନ୍ଦିଗ୍ଧଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି ) ମେଡିକାଲରେ କୋଭିଡ଼ -୧୯ ୱାର୍ଡରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ କାଶ ଓ ଜ୍ୱର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ଅଞ୍ଚଳର ୨ ଜଣ, ଗଞ୍ଜାମ ଓ ଚିକିଟି କେ .ନୂଆଗାଁ ଅଞ୍ଚଳର ଜଣେ ଲେଖାଏ ସନ୍ଦିଗ୍ଧ ରହିଛନ୍ତି। ମଧ୍ୟାହ୍ନରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ଉଭୟ ଏମ୍‌କେସିଜି ମେଡିକାଲ ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ବୁଧବାର ବିଳମ୍ବିତ ରାତ୍ରରେ ଗୁଜରାଟର ସୁରତରୁ ୪ଟି ବସ୍‌ରେ ୨୧୭ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମ ଜିଲାର ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲେ। ସେମାନଙ୍କୁ ଉଭୟ ବ୍ଲକର ଆଦର୍ଶ ବିଦ୍ୟାଳୟର ସଂଗରୋଧ ଗୃହରେ ରଖାଯାଇଥିଲା । ଗୁରୁବାର ସାରେ ୧୭୬ ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିବା ବେଳେ ଶୁକ୍ରବାର ସକାଳେ ପରୀକ୍ଷା ପାଇଁ ଉଭୟ ଏମ୍‌କେସିଜିର ମାଇକ୍ରୋ ବାୟୋଲୋଜିରେ ଥିବା ପରୀକ୍ଷା କେନ୍ଦ୍ର ଓ ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ସେହିପରି ଶୁକ୍ରବାର ସାରେ ଉଭୟ ବ୍ଲକର ସଂଘରୋଧ ଗୃହରୁ ୪୧ ଜଣ ଓ ଶନିବାର ଆସ୍କା ଅଞ୍ଚଳରୁ ୧୨୧ ଜଣ ଏଭଳି ୧୬୨ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆର୍‌ଏମ୍‌ଆର୍‌ସିକୁ ଶନିବାର ପଠାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମା ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri