୫ ଫୁଟ୍ର ନାଗ ଉଦ୍ଧାର
ଚୌଦ୍ୱାର,୧୦।୫(ଡି.ଏନ.ଏ.)-ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଗୁପ୍ତେଶର ସାହି ସ୍ଥିତ ସନାତନ ଜେନାଙ୍କ ଘରୁ ରବିବାର ଏକ ୫ଫୁଟର ନାଗସାପ ଉଦ୍ଧାର କରାଯାଇଛି। ସାପଟି ସନାତନଙ୍କ ଅଗଣାରେ ବୁଲୁଥିଲା। ଏହାଦେଖି ସନାତନଙ୍କ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ।...
୧୭ଶହ କିମି ସାଇକେଲ ଚଳାଇ ଘରକୁ ଫେରିଲେ ୮ଶ୍ରମିକ
ସୋହେଲା,୧୦ା୫(ଡି.ଏନ.ଏ.): ପେଟପାଟଣା ପାଇଁ ନିଜ ଭଟାମାଟି ଛାଡି ଗୁଜରାଟର ସୁରଟ ଯାଇଥିଲେ। ହେଲେ ଲକ୍ଡାଉନ ପରେ କର୍ମସଂସ୍ଥାନ ହରାଇ ହାହୁତାଶ ମଧ୍ୟରେ ଦିନ କାଟୁଥିବା ୮ପ୍ରବାସୀ ଓଡିଆ ଶ୍ରମିକ ଶେଷରେ ସାଇକେଲରେ ଓଡିଶା ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଗତ...
ଲକ୍ଡାଉନ ପାଇଁ ଚିନ୍ତାରେ ଅଟୋ ଚାଳକ
କେଗାଁ,୧୦ା୫(ଡି.ଏନ.ଏ.): ଲକ୍ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ଚାଳକମାନେ ଲକଡାଉନ ଯୋଗୁଁ ଘରେ ବସି ରହିଛନ୍ତି। ସେମାନଙ୍କ ପରିବାର...
ମହାରାଷ୍ଟ୍ରରୁ ପିକ୍ଅପ ଭ୍ୟାନରେ ଆସିଲେ ୧୭ ଶ୍ରମିକ
କେଗାଁ, ୧୦ା୫(ଡିଏନଏ): କରୋନା ପାଇଁ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି। ରବିବାର କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକକୁ ମହାରାଷ୍ଟ୍ରରୁ ୧୭ ଶ୍ରମିକ ଏକ ପିକଅପ ଭ୍ୟାନ ଯୋଗେ ଆସିଛନ୍ତି। ସେମାନେ ମୁମ୍ବାଇରୁ ଚାଲି ଚାଲି ନାଗପୁର ପର୍ଯ୍ୟନ୍ତ ଆସିବା ପରେ...
ଜିଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ସରପଞ୍ଚ; ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ସଟ୍ଡାଉନ ଘୋଷଣା
ବଇଣ୍ଡା,୧୦।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ରବିବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଲକ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ବଇଣ୍ଡା ସହ ପୁରା ପଞ୍ଚାୟତ ଅଞ୍ଚଳକୁ ସେ ୭୨ ଘଣ୍ଟା ପାଇଁ...
ସୁବାଷ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି, ଶେଷଦର୍ଶନ
ସମ୍ବଲପୁର,୧୦ା୫ (ବ୍ୟୁରୋ)- ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ରବିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ ଘଟଛି। ଏହି ଖବର ଜଣା ପଡ଼ିବା ପରେ ସାରା ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି।...
୨ ସରପଞ୍ଚ ଦେଖାଇଲେ ଜିଲାପାଳଙ୍କ କ୍ଷମତା; ମନ୍ଦାର, ମଧୁପଲ୍ଲୀ ସଟ୍ଡାଉନ ଘୋଷଣା
ପୋଲସରା,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକର ମନ୍ଦାର ଓ ମଧୁପଲ୍ଲୀ ସରପଞ୍ଚ କରୋନା ମୁକାବିଲା ପାଇଁ ରବିବାର ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ମନ୍ଦାର ଓ ମଧୁପଲ୍ଲୀକୁ ଉଭୟ ସରପଞ୍ଚ ୭ ଦିନ ଯାଏଁ ସଟଡାଉନ ଘୋଷଣା କରିଛନ୍ତି।
ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
ଦିଗପହଣ୍ଡି,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦେଓଖାଳି ଗ୍ରାମର ଲଡୁ ନାୟକ ଙ୍କ ଝିଅ ପ୍ରମୋଦିନୀ ଓରଫ ଲତା...
ଏମ୍କେସିଜିରେ ଅଘଟଣ: ଲେବର୍ ରୁମ୍କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ
ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି ଛିଣ୍ଡାଇ ଦେଇଛନ୍ତି। ଏପରିକି ମେଡିକାଲରେ ଥିବା ଅନ୍ୟ କେତେକ ଡାକ୍ତରଙ୍କୁ ଆକ୍ରମଣ କରିବା...
ମେ’ ୨୪ ପର୍ଯ୍ୟନ୍ତ ବଢ଼ିଲା ଅକରପଦା କଣ୍ଟେନମେଣ୍ଟ ଜୋନ ଅବଧି
ଯାଜପୁର ଅଫିସ,୧୦।୫- କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୬୯୦/୯।୫।୨୦୨୦ରେ ଦଶରଥପୁର ବ୍ଲକ ଅକରପଦା କଣ୍ଟେନମେଣ୍ଟ ଜୋନକୁ ଆସନ୍ତା ୨୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ...
କ୍ୱାରାଣ୍ଟାଇନ୍ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା
ଛତ୍ରପୁର,୧୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନଭୋଜନ ଖାଉଥିବାବେଳେ ହଠାତ୍...
କରୋନା ମୁକାବିଲା: ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଚସ୍ପତି, ମନ୍ତ୍ରୀ, ଏମ୍ପି, ବିଧାୟକଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା
ଛତ୍ରପୁର,୧୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କରୋନା ମୁକାବିଲା ନେଇ ରବିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଚସ୍ପତି, ମନ୍ତ୍ରୀ, ଏମ୍ପି, ବିଧାୟକ,...
Archives


