ଆମ ଜିଲା ଖବର

ପୁରୀ ଗସ୍ତରେ ପୋଲିସ ଡିଜି: ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ସମ୍ପର୍କରେ ପଚାରି ବୁଝିଲେ

ପୁରୀ ଅଫିସ, ୨୫।୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୁରୀ ଗସ୍ତରେ ଯାଇ କରୋନା କଟକଣା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ପୁରୀ ଜିଲାରେ କିଭଳି ଭାବେ ପାଳନ କରାଯାଉଛି, କରୋନା ସଚେତନତା...

ଜଙ୍ଗଲରେ କାମ କରୁଥିବା ବେଳେ ଶ୍ରମିକଙ୍କୁ ଆକ୍ରମଣ କଲା ହାତୀ

ନିରାକାରପୁର, ୨୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନରେ ଥିବା ମଳିପ କାଜୁ ଜଙ୍ଗଲରେ ହାତୀ ଆକ୍ରାମଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ମଳିପଡ଼ା ଗ୍ରାମର ଜଗବନ୍ଧୁ ସାହୁ। ଜଗବନ୍ଧୁ ଜଙ୍ଗଲରେ କାମ କରୁଥିବା ବେଳେ...

ଅନୁଗୋଳରେ ପହଞ୍ଚିଲେ ୧୬୫୦ ପ୍ରବାସୀ

ଅନୁଗୋଳ ଅଫିସ,୨୫ା୫: ଗୁଜରାଟ ଭଲସାତରୁ ୧୬୫୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୋମବାର ଅନୁଗୋଳରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌। ଏଥିରେ ୨୪ଟି ଜିଲା ସମେତ ୧୩ଟି ଉପଖଣ୍ଡର ପ୍ରବାସୀ ଆସିଛନ୍ତି। ଯେଉଁଥିରେ ଅନୁଗୋଳ ଜିଲାର ସର୍ବାଧିକ ୬୩୪ ଜଣ ଅଛନ୍ତି...

ଷ୍ଟକ୍‌ ଯାଞ୍ଚ ପରେ ଅନ୍‌ଲାଇନରେ ହେବ ମଦ ବୁକିଂ: ଗସ୍ତ ବାବଦ ୧୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ ପ୍ରାପ୍ୟ

କେନ୍ଦୁଝର, ୨୫।୫(ସ୍ବ.ପ୍ର.): ସରକାର ମଦ ବିକ୍ରି ଉପରେ ଥିବା କରୋନା କଟକଣାକୁ କୋହଳ କରିଛନ୍ତି। କେବଳ ଅନ୍‌ଲାଇନରେ ମଦ ବିକ୍ରି ହେବ ବୋଲି ଘୋଷଣା ହୋଇଛି। ଫଳରେ ସୋମବାର ଅବକାରୀ ବିଭାଗ ପକ୍ଷରୁ କେନ୍ଦୁଝର ଜିଲା ମଦ ଦୋକାନ ଗୁଡ଼ିକରେ...

କୋରାପୁଟ ଜିଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଜୟପୁର,୨୫ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ସୋମବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜୟପୁର ସହରର ହୋଇଥିବା ବେଳେ ଦଶମନ୍ତପୁର ବ୍ଲକର ଜଣେ, ନନ୍ଦପୁରର ୨ ଏବଂ ଲକ୍ଷ୍ମୀପୁର ବ୍ଲକର ୨ ଜଣ ଚିହ୍ନଟ ହୋଇଛନ୍ତି।...

ମଦ ଦୋକାନ ଖୋଲିବା ପରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିଶ୍ଚିନ୍ତକୋଇଲି,୨୫ା୫(ସ୍ବ.ପ୍ର.): ରାଜ୍ୟ ସରକାର ମଦଦୋକାନ ଖୋଲିବା ନେଇ ସୂଚନା ଦେବା ପରେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅବକାରୀ ଇନ୍ସପେକ୍ଟର ସିମାଚଳ ରାୟ ବିଭିନ୍ନ ଅପ୍‌ ଓ ଅନ୍‌ ମଦଦୋକାନକୁ ଯାଇ ଷ୍ଟକ୍‌ ତନଖି କରିଛନ୍ତି।...

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା: କାରଣ ଅସ୍ପଷ୍ଟ

ଖଇରା,୨୫।୫(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଜଳଦା ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ରମାକାନ୍ତ ପାଣିଗ୍ରାହୀଙ୍କର ୨ବଖରା ବାସଗୃହ ପୋଡି ପାଉଁଶ ହୋଇଯାଇଛି। ଏଥିରେ ରମାକାନ୍ତଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ଏକ ଗୋରୁକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ...

୨୦ ପ୍ରବାସୀଙ୍କୁ ପଠାଗଲା ମଧ୍ୟପ୍ରଦେଶ

ଜୁନାଗଡ଼,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରକୁ କିଛିମାସ ତଳେ ପେଟପାଟଣା ପାଇଁ ମଧ୍ୟପ୍ରଦେଶ ରାଜ୍ୟ ଜବଲପୁରରୁ ୨୦ ଜଣ ପ୍ରବାସୀ ଲୁହା(କମାର) କାମ କରିବାକୁ ଆସିଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ ସେମାନେ ନିଜ ଅଞ୍ଚଳକୁ ଯାଇ ନ ପାରି ଏଠାରେ...

ଢେଙ୍କାନାଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଢେଙ୍କାନାଳ ଅଫିସ, ୧୫।୫: ଢେଙ୍କାନାଳ ଜିଲାରେ ସୋମବାର ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କ ଗତ ୧୩ ତାରିଖରେ ଏକ...

କେନ୍ଦ୍ରାପଡ଼ାରେ ୧୫ କରୋନା ପଜିଟିଭ୍‌ ଚିହ୍ନଟ: ୫୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୨୫ା୫: କେନ୍ଦ୍ରାପଡ଼ା ଜିଲାରେ ସୋମବାର ଆଉ ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ଯେ, ସମସ୍ତ ଆକ୍ରାନ୍ତ...

ଖୋର୍ଦ୍ଧା ଜିଲାରେ ୫ ନୂଆ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବାପ-ପୁଅ

ଖୋର୍ଦ୍ଧା ଅଫିସ,୨୫।୫: ଖୋର୍ଦ୍ଧା ଜିଲାରେ ସୋମବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳର ଜଣେ ରହିଥିବା...

କରୋନା କଟକଣାକୁ ଫୁ: ହାଟରେ ରହୁନି ସାମାଜିକ ଦୂରତା

ଆର୍‌.ଉଦୟଗିରି,୨୫ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରିରହିଛି। ଏପଟେ ସରକାର ଚାଷୀ ଓ ସାଧାରଣ ଲୋକଙ୍କ ଅସୁବିଧାକୁ ନଜର ରଖି ସାପ୍ତାହିକ ହାଟରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଦୋକାନୀ ଓ ଗ୍ରାହକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri