ଆମ ଜିଲା ଖବର

ଉତ୍ସବମୁଖର ଛତ୍ରପୁର ସହର, ମା’ ରାମାୟଣାମ୍ମାଙ୍କ ପୀଠରେ ନୃତ୍ୟ ପରିବେଷଣ କଲେ କୁନି ନୃତ୍ୟଶିଳ୍ପୀ

ଛତ୍ରପୁର,୧୮।୧୦(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ସହରର ବିଭିନ୍ନ ମଣ୍ଡପ ଓ ମନ୍ଦିରରେ ମା’ ଦୂର୍ଗାଙ୍କ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି । ନବରାତ୍ରୀକୁ ନେଇ ବିଭିନ୍ନ ଶକ୍ତି ପୀଠ ଉତ୍ସବ ମୁଖର ହୋଇ…

ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ରି ପୂଜା, ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡି,୧୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଥିବା ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ୧୧ରୁ ଆରମ୍ଭ ହୋଇଥିବା ଏହି ନବରାତ୍ରିରେ ପ୍ରଥମ ଦିନରେ ମା’ପାଟଖଣ୍ଡା ଙ୍କୁ ଶୈଳପୁତ୍ରୀ, ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ମା’…

ଖେମୁଣ୍ଡି କଲେଜ ନିର୍ବାଚନ ପରେ ତୁମୁଳକାଣ୍ଡ! ଖଣ୍ଡା-ଭୁଜାଲିରେ ଆକ୍ରମଣ, ପୋଖରୀକୁ ଫିଙ୍ଗିଦେଲେ ବାଇକ୍

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସା ଉଗ୍ର ରୂପ ନେଇଛି । ଶନିବାର ରାତି ପ୍ରାୟ ୨ ଟାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବହୁ ସଂଖ୍ୟକ ଯୁବକ ବିଭିନ୍ନ ମାରଣାସ୍ତ୍ର…

ହାଟଡ଼ିହୀ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବିବାଦ; ଛାତ୍ରୀଛାତ୍ରଙ୍କ ସହ ଧାରଣାରେ ଅଭିମନ୍ୟୁ, ଜୟଦେବ

ହାଟଡିହୀ,୧୮।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ଭୋଟ ଗଣତିରେ ଚଞ୍ଚକତା ଅଭିଯୋଗ କରି ପୂର୍ବରୁ ରାସ୍ତାରୋକୋ କରିଥିବା ବିସିଜେଡି ଓ ଏନ୍‌ଏସ୍‌ୟୁଆଇର ପ୍ରାର୍ଥୀମାନେ ଶନିବାରଠାରୁ…

ବଲାଣିପଶି କ୍ରିକେଟ୍ ଟୁର୍ନାମେଣ୍ଟ: ଡିମ୍ବ ଦଳ ଚାମ୍ପିୟନ

ପାଟଣା,୧୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ବଲାଣିପଶି ଗ୍ରାମ ଖେଳପଡ଼ିଆରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଆୟୋଜିତ ଚାରିଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି । ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ…

ପୁଅଙ୍କୁ ଛୁରି ଭୁସି ହତ୍ୟା ଉଦ୍ୟମ, ବନ୍ଧା ହେଲେ ବାପା

ଭୁବନେଶ୍ୱର, ୧୮ା୧୦: ପୁଅର କାର୍ଯ୍ୟକଳାପ ଅସହ୍ୟ ହେବାରୁ ହତ୍ୟା ଯୋଜନା କରିଥିଲେ ବାପା। ଛୁରାମାଡ଼ ପରେ ପୁଅ ବଞ୍ଚି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଏହି ସ୍ପର୍ଶକାତର ଘଟଣା…

ଦଶହରା ପାଇଁ ଚଳଚଞ୍ଚଳ ସିମନବାଡ଼ି: ମା’ ପାଟ୍ଟଖଣ୍ଡାଙ୍କ ଆଜ୍ଞାମାଳ ସହ ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୧୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି । ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ ହେଉଥିବା ବେଳେ ୩ ଦିନ ଧରି ପୂଜାର୍ଚ୍ଚନା, ହୋମ ଆଦି…

କେବୁଲ କାମ ସାଜିଲା କାଳ: କରେଣ୍ଟ ଲାଗି ଚାଲିଗଲା ୨ ଜୀବନ

ପୁରୀ,୧୮।୧୦(ଅଜିତ କୁମାର ମହାନ୍ତି): ପୁରୀରେ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ବାପି ପ୍ରଧାନ ଓ ସୁବ୍ରତ ସାହୁ । ସେମାନେ ପୁରୀର ରାମମନ୍ଦିର ଜାଲି ସାହି ଓ…

ଉତ୍ସବମୁଖର ପାଟଣା, ସପ୍ତମୀ ପୂଜାରେ ଶ୍ରଦ୍ଧାଳୁଙ୍କ ଗହଳି

ପାଟଣା,୧୮।୧୦(ବୀରକିଶୋର ଦାଶ): ଦୁର୍ଗାପୂଜା ପାଇଁ ପାଟଣା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦୂର୍ଗା ମଣ୍ଡପରେ ଦୁର୍ଗା ପୂଜା କମିଟି ତରଫରୁ ରବିବାର ଦେବୀ ଦୂର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।…

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ଉଗ୍ରତାରା, ନାରାୟଣୀ

ନିରାକାରପୁର,୧୮।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ନବଦିନାତ୍ମକ ପୂଜାର ଆଜି ହେଉଛି ଅଷ୍ଟମ ଦିବସ। ଅଷ୍ଟମ ଦିନରେ ମା’ଉଗ୍ରତାରା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସୂଚନା ଯୋଗ୍ୟ, ଜିଲାର ଅନ୍ୟତମ ପର୍ଯ୍ୟଟନ ପୀଠ ଭାବେ ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ର ଅଧିଷ୍ଠାତ୍ରୀ…

ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ନବରଙ୍ଗପୁର,୧୮।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ମଧୁମିତା ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏସ୍‌ଏନ୍‌ସିୟୁ ପରିଦର୍ଶନ କରି ନବରଙ୍ଗପୁରର ହିର୍ଲି ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖ ବୁଦା ମଧ୍ୟରୁ ଶନିବାର ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ…

MKCGରେ ଦୁଇମୁଣ୍ଡିଆ ଶିଶୁଙ୍କ ମୃତ୍ୟୁ, ୪ ଦିନ ଧରି ଚାଲିଥିଲା ଚିକିତ୍ସା

ବ୍ରହ୍ମପୁର,୧୮।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ ଓ ହସ୍ପିଟାଲରେ ଗତ ୧୩ ତାରିଖରେ ଏକ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ ହୋଇଥିଲା। ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ୪ଦିନି ପରେ ମୃତ୍ୟୁ ହୋଇଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?