ଆମ ଜିଲା ଖବର

ଗୀତ ଗାଇଲେ ଛତ୍ରପୁର ବିଇଓ

ଛତ୍ରପୁର,୧୭।୮(ଡି.ଏନ୍‌.ଏ.): ଭାରତର ବିକାଶକୁ ନେଇ ମୋ ସୁନା ଭାରତ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହୋଇଛି। ଏହି ଗୀତରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ କଣ୍ଠଦାନ କରିଛନ୍ତି। ପୂର୍ବରୁ ବିଭିନ୍ନ ନୂତନ ଚିନ୍ତାଧାରାକୁ ନେଇ ବିଇଓ ଶିକ୍ଷା ବିଭାଗ ଓ…

ଲଗାଣ ବର୍ଷାରେ ବୁଡ଼ିଲା କରୁକୋଣ୍ଡା ପୋଲ

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛିି। ଲଘୁଚାପ ବର୍ଷା ଯୋଗୁ ମାଲକାନଗିରିଠାରୁ ବାଲିମେଳାକୁ ସଂଯୋଗ କରୁଥିବା କରୁକୋଣ୍ଡା ପୋଲ ଉପରେ ୫ ଫୁଟ୍‌ ବର୍ଷା ଜଳ ଚାଲୁଛି। ଫଳରେ ମାଲକାନଗିରିଠୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଯାଇଛି…

ପାଟଣା ରେଞ୍ଜରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ୍‌ ବିଟ୍‌ରେ ୧ ସପ୍ତାହରୁ ଊଦ୍ଧର୍‌ବ ସମୟ ହେବ ୨୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ହାତୀପଲ କୁଚିଆବେଡ଼ା ଓ ପଳାସପଡ଼ା ଗାଁରେ…

ଫରେଷ୍ଟରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ପଦ୍ମପୁର,୧୭।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତାଙ୍କ ପଦ୍ମପୁର ବାସଭବନ ଏବଂ ଝାରବନ୍ଧ ଅଫିସରେ ଚଢାଉ…

ମଧୁର ଜଳ ବିନା ଉଜୁଡ଼ିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୭।୮: କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ବିପଦର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଏହି ଆର୍ଦ୍ରଭୂମିକୁ ଆଗାମୀଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା…

୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୭।୮ (ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି…

ପ୍ରି-ବିଡିଂ ବୈଠକ ହୋଇନି

ଅନୁଗୋଳ ଅଫିସ, ୧୭ା୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ମାନବ ସମ୍ବଳ କାର୍ଯ୍ୟ ପାଇଁ କରାଯାଇଥିବା ପେପର ଟେଣ୍ଡରରେ କୌଣସି ଅନିୟମିତତା ହୋଇ ନ ଥିବା ସଫେଇ ଦିଆଯାଉଛି। ହେଲେ ଏକ ଠିକା ସଂସ୍ଥାକୁ ଏହି…

ରାତି ସାରା ଝୁଲି ରହିଲା ତ୍ରିରଙ୍ଗା

କୋକସରା,୧୬।୮(ଡି.ଏନ୍‌.ଏ.): ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ରାତି ସାରା ଝୁଲି ରହିଛି ପତାକା। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ଲଡୁଗାଁ ପଞ୍ଚାୟତ ସୁପାଡ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।…

ପଥରରେ ଛେଚି ଦେଲେ

ବଡ଼ବିଲ,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ କ୍ୟାମ୍ପ ହଟିଂ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଘନଶ୍ୟାମ ସମାସି(୩୦)। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ…

ଧାନ ରୋଇବାକୁ ଯାଇ ଆଉ ଫେରିଲେନି

ବନ୍ତ,୧୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସେକ୍‌ ସଫିରୁଦ୍ଦିନ(୨୨)। ସୂଚନା ମୁତାବକ, ସଫିରୁଦ୍ଦିନ ଜମିକୁ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା।…

ପୂର୍ବତନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା

ଘଟଗାଁ,୧୬।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୂର୍ବତନ ଯୁବ ବିଜେଡି ସଭାପତି ଦିଲୀପ ମିଶ୍ର ରଶି ଲଗାଇ ନିଜ ବାସଭାବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ଏକ ସୁଇସାଇଡ ନୋଟ ପୋଲିସ…

ବାରମ୍ବାର ସ୍ଥାନ ପରିବର୍ତ୍ତନ: ଏନ୍‌ଏସି କାର୍ଯ୍ୟାଳୟ ଘେରିଲେ ମାଛ ବ୍ୟବସାୟୀ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ମାଛ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ସୋମବାର ଶତାଧିକ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିଥିଲେ । କରୋନା କଟକଣା ସମୟରେ ଏନ୍‌ଏସି ପକ୍ଷରୁ ଏଠାରୁ ହଟାଯାଇ ବହୁବାରସ୍ଥାନ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?