ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ ଗୁରୁତ୍ୱ ଦେବା ସହ ପ୍ରତିଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପ୍ରତି ପରିବାରରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚତ୍ ପାରିନାହିଁ। ଫଳରେ ପାନୀୟ ଜଳ ଅଭାବରୁ ଲୋକମାନେ ନଦୀରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଢିପାମାଳ ଓ ଚକାପଥର ଗ୍ରାମରେ ଦେଖିବାକୁ ମିଳିଛି।
ଢିପାମାଳ ଗ୍ରାମରେ ପ୍ରାୟ ଦେଢଶହ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ବ୍ୟବହାର ନିମନ୍ତେ ରହିଛି ଗୋଟିଏ ମାତ୍ର ନଳକୂପ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ନଳକୂପ ପାଣି ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ। ନଳକୂପରୁ ନାଲି ରଙ୍ଗର ପାଣି ବାହାରୁଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଲୋକମାନେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହେଉଛନ୍ତି। ଏପରିକି ସେହି ପାଣିରେ ରୋଷେଇ କଲେ ଭାତ ନାଲି ଦିଶୁଛି। ତେଣୁ ମହିଳାମାନେ ପ୍ରତିଦିନ ନିକଟସ୍ଥ ନଦୀରେ ଚୂଆ ଖୋଳି ସେଥିରୁ ପାଣି ଆଣି ବ୍ୟବହାର କରୁଛନ୍ତି। ବର୍ଷସାରା ନଦୀଚୂଆ ପାଣିକୁ ଭରସା କରି ସେମାନେ ଚଳୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଗାଁରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଟେଣ୍ଡର ମାଧ୍ୟମରେ ଠିକାଦାରକୁ କାମ ଦିଆଗଲା। କିନ୍ତୁ ଠିକାଦାର କୂଅ ଖୋଳିବା ସହ ପମ୍ପ ହାଉସ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅଧାରେ ଛାଡି ଦେଲେ। ଇତିମଧ୍ୟରେ ୨ ବର୍ଷ ବିତି ଥିଲେ ମଧ୍ୟ ଆଉ କାମ କରିବାର ନାଁ ଧରୁ ନାହାନ୍ତି ଠିକାଦାର। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ। ଆମ ଗୁହାରୀ କେହି ଶୁଣୁ ନାହାନ୍ତି। ଦୀର୍ଘଦିନ ହେଲା ନଦୀ ପାଣିକୁ ଆଶ୍ରା କରି ଚଳୁଥିବା କହିଛନ୍ତି ଗ୍ରାମର ସଭାପତି ବିଜୟ ପ୍ରଧାନ।
ସେହିପରି ଚକାପଥର ଗ୍ରାମବାସୀ ଝରଣା ପାଣିକୁ ଭରସା କରି ଚଳୁଛନ୍ତି। ଝରଣାଟି ଗ୍ରାମର ଅନତି ଦୂରରେ ଥିବାରୁ ପୁରୁଷ ଲୋକମାନେ ଭାର କରି ପାଣି ଆଣୁଥିବା କହିଛନ୍ତି ଗ୍ରାମବାସୀ। ପାନୀୟ ଜଳ ସମସ୍ୟା ବିଷୟରେ ମାଳିସାହି ସରପଞ୍ଚ ପର୍ଶୁରାମ ସ୍ବାଇଁଙ୍କୁ ପଚାରିବାରୁ ସେ କହୁନ୍ତି, ଆମେ ଖୁବ୍‌ ଶୀଘ୍ର ମେଗା ଜଳ ପ୍ରକଳ୍ପ ମାଧ୍ୟମରେ ପ୍ରତି ଗାଁକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରୁଛୁ। ଅନ୍ୟପକ୍ଷେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା କହିଛନ୍ତି, ନିର୍ମାଣ ଅଧା ରହିଥିବା ଜଳ ପ୍ରକଳ୍ପ ପଞ୍ଚାୟତ ଅନୁଦାନରେ କରାଯାଉଥିଲା। କିନ୍ତୁ ଅର୍ଥାଭାବ ଯୋଗୁ ତାହା ଅଧାରେ ଅଟକି ରହିଛି। ମେଗା ଜଳ ପ୍ରକଳ୍ପ ହେଉଥିବା ଯୋଗୁ ସେହି ପ୍ରକଳ୍ପର ଆବଶ୍ୟକତା ନ ଥିବା ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri