ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ ଗୁରୁତ୍ୱ ଦେବା ସହ ପ୍ରତିଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପ୍ରତି ପରିବାରରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚତ୍ ପାରିନାହିଁ। ଫଳରେ ପାନୀୟ ଜଳ ଅଭାବରୁ ଲୋକମାନେ ନଦୀରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଢିପାମାଳ ଓ ଚକାପଥର ଗ୍ରାମରେ ଦେଖିବାକୁ ମିଳିଛି।
ଢିପାମାଳ ଗ୍ରାମରେ ପ୍ରାୟ ଦେଢଶହ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ବ୍ୟବହାର ନିମନ୍ତେ ରହିଛି ଗୋଟିଏ ମାତ୍ର ନଳକୂପ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ନଳକୂପ ପାଣି ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ। ନଳକୂପରୁ ନାଲି ରଙ୍ଗର ପାଣି ବାହାରୁଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଲୋକମାନେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହେଉଛନ୍ତି। ଏପରିକି ସେହି ପାଣିରେ ରୋଷେଇ କଲେ ଭାତ ନାଲି ଦିଶୁଛି। ତେଣୁ ମହିଳାମାନେ ପ୍ରତିଦିନ ନିକଟସ୍ଥ ନଦୀରେ ଚୂଆ ଖୋଳି ସେଥିରୁ ପାଣି ଆଣି ବ୍ୟବହାର କରୁଛନ୍ତି। ବର୍ଷସାରା ନଦୀଚୂଆ ପାଣିକୁ ଭରସା କରି ସେମାନେ ଚଳୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଗାଁରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଟେଣ୍ଡର ମାଧ୍ୟମରେ ଠିକାଦାରକୁ କାମ ଦିଆଗଲା। କିନ୍ତୁ ଠିକାଦାର କୂଅ ଖୋଳିବା ସହ ପମ୍ପ ହାଉସ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅଧାରେ ଛାଡି ଦେଲେ। ଇତିମଧ୍ୟରେ ୨ ବର୍ଷ ବିତି ଥିଲେ ମଧ୍ୟ ଆଉ କାମ କରିବାର ନାଁ ଧରୁ ନାହାନ୍ତି ଠିକାଦାର। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ। ଆମ ଗୁହାରୀ କେହି ଶୁଣୁ ନାହାନ୍ତି। ଦୀର୍ଘଦିନ ହେଲା ନଦୀ ପାଣିକୁ ଆଶ୍ରା କରି ଚଳୁଥିବା କହିଛନ୍ତି ଗ୍ରାମର ସଭାପତି ବିଜୟ ପ୍ରଧାନ।
ସେହିପରି ଚକାପଥର ଗ୍ରାମବାସୀ ଝରଣା ପାଣିକୁ ଭରସା କରି ଚଳୁଛନ୍ତି। ଝରଣାଟି ଗ୍ରାମର ଅନତି ଦୂରରେ ଥିବାରୁ ପୁରୁଷ ଲୋକମାନେ ଭାର କରି ପାଣି ଆଣୁଥିବା କହିଛନ୍ତି ଗ୍ରାମବାସୀ। ପାନୀୟ ଜଳ ସମସ୍ୟା ବିଷୟରେ ମାଳିସାହି ସରପଞ୍ଚ ପର୍ଶୁରାମ ସ୍ବାଇଁଙ୍କୁ ପଚାରିବାରୁ ସେ କହୁନ୍ତି, ଆମେ ଖୁବ୍‌ ଶୀଘ୍ର ମେଗା ଜଳ ପ୍ରକଳ୍ପ ମାଧ୍ୟମରେ ପ୍ରତି ଗାଁକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରୁଛୁ। ଅନ୍ୟପକ୍ଷେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା କହିଛନ୍ତି, ନିର୍ମାଣ ଅଧା ରହିଥିବା ଜଳ ପ୍ରକଳ୍ପ ପଞ୍ଚାୟତ ଅନୁଦାନରେ କରାଯାଉଥିଲା। କିନ୍ତୁ ଅର୍ଥାଭାବ ଯୋଗୁ ତାହା ଅଧାରେ ଅଟକି ରହିଛି। ମେଗା ଜଳ ପ୍ରକଳ୍ପ ହେଉଥିବା ଯୋଗୁ ସେହି ପ୍ରକଳ୍ପର ଆବଶ୍ୟକତା ନ ଥିବା ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳକୁ ୭୭୫୪ ସ୍ଥାନାନ୍ତର

କେନ୍ଦ୍ରାପଡ଼ା ଅଫିସ,୨୫ା୫: ବାତ୍ୟା ୟାସ୍‌ ଅତି ଭୟଙ୍କର ଭାବେ ମାଡ଼ି ଆସୁଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି...

ଜାହିରା ପୂଜାସ୍ଥଳରେ ଉତ୍ତେଜନା, ୧୪୪ ଜାରି

ବାରିପଦା ଅଫିସ,୨୫ା୨: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମ ଆଦିବାସୀ ସମ୍ପ୍ରଦାୟର ପୂଜାସ୍ଥଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।...

ଭୋଟ ଗଣତି: ନୟାଗଡ଼ ବ୍ଲକରେ ବିଜେଡି-ଭାଜପା ମଧ୍ୟରେ କଡ଼ା ଟକ୍କର

ନୟାଗଡ଼ ଅଫିସ,୨୬।୨: ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଇତିମଧ୍ୟରେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଗଣିଆ ବ୍ଲକର ୮ ନମ୍ବନ...

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ, ୨ ଗୁରୁତର

ପାପଡ଼ାହାଣ୍ଡି,୧୯ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ସକାଳୁ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଦୁଇ...

ସମ୍ପାଦକଙ୍କୁ ବହିଷ୍କାର କରିପାରିବ କମିଟି

ଯାଜପୁର ଅଫିସ,୧୪ା୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକ ଅମରେନ୍ଦ୍ର ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ...

ବରଗଡ଼ ଜିଲାରେ କୁଆପଥର ବର୍ଷା: ପରିବା ଫସଲ ନଷ୍ଟ

ବରଗ ଅଫିସ,୭।୪- ବରଗଧ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢେ ୫ଟା ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି(କରାମାଡ) ହୋଇଛି। ଜିଲାର ଗ୍ରୀଣ୍ଡୋଲା,...

ସେପ୍ଟେମ୍ବର ୩ରୁ ସ୍ପେଶାଲ ଓଜେଇଇ, ୪ ଶିଫ୍ଟରେ ପରୀକ୍ଷା ଦେବେ ପିଲା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ସେପ୍ଟେମ୍ବର ୩ରୁ ସ୍ପେଶାଲ ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ରେ ଏହି ପରୀକ୍ଷା କରାଯିବ।...

ସିମନବାଡ଼ିରେ ଭାରତମାତା ପୂଜନ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ନିଆରା ଢ଼ଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସକାଳୁ ଜାତୀୟ...

Advertisement
Archives

Model This Week