ଆମ ଜିଲା ଖବର

କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ସହରରେ ଚାଞ୍ଚଲ୍ୟ

କେନ୍ଦୁଝର,୧୦।୧୦(ସ୍ବ.ପ୍ର):କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ରବିବାର ବୋମାମାଡ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଉନ ଥାନା ମଣ୍ଡୁଆ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫୋପାଡ଼ି ଫେରାର ହୋଇ…

ପ୍ରେମ କରି ଧରିଥିଲେ ହାତ: ତଣ୍ଟି କାଟି ଜୀବନ ନେଲେ ସ୍ବାମୀ

ଖୋର୍ଦ୍ଧା ଅଫିସ,୧୦।୧୦: ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଗୁରୁଜଙ୍ଗରେ। ମୃତା ମହିଳା ହେଲେ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି(୩୭)। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ହତ୍ୟା…

ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ପ୍ରଥମେଶ

ଖଇରା, ୧୦।୧୦(ଡି.ଏନ.ଏ.): ମାତ୍ର ୧୬ସେକେଣ୍ଡରେ ଓଡ଼ିଶାର ୩୦ଟି ଜିଲାର ନାମ କହି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକେଣା ଗ୍ରାମର ପ୍ରଥମେଶ ମହାପାତ୍ର। ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀର ପଢୁଥିବା…

ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର

କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ ମେଢ ତିଆରେ ଲାଗିପଡନ୍ତି। ବିଶେଷକରି ମା’ଙ୍କ ସୁନାମୁକୁଟ ଓ ଚାନ୍ଦୀମେଢ କରିବା ପାଇଁ କାରିଗରଙ୍କ…

ବଢୁଛି ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ରୋଜଗାର ଆଶା ଦେଖାଇ…

ବଢ଼ିବ ମହିଳାଙ୍କ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ମୋଟ୍‌ ୨୭ ଜିଲା…

ରାତିରେ ଚିଲିକା ବିଧାୟକଙ୍କୁ ଜେଲରେ ଭେଟିଲେ ନେତା, ଏସ୍‌ଓପିକୁ ଭୁଲିଗଲେ

ଖୋର୍ଦ୍ଧା ଅଫିସ,୧୦। ୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ, ଗାଳିଗୁଳଜ ଘଟଣାରେ ଖୋର୍ଦ୍ଧା ଏଡିଜେ ଶୁକ୍ରବାର ଜାମିନ ଆବେଦନ ଖାରଜ କରିବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ ଯିବାକୁ ପଡ଼ିଛି। ତେବେ ସ୍ବାସ୍ଥ୍ୟଗତ ଅସୁସ୍ଥତା…

ସୁନାଚେନ୍‌ ଲୁଟି ଗୁଳି ଫୁଟାଇଲେ

ବାହାନଗା, ୧୦|୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ବଜାରରେ ଖରାସାହପୁର ଗ୍ରାମର କରୁଣାକର ନାୟକ ତାଙ୍କ ସ୍ତ୍ରୀ ସସ୍ମିତା ଉଭୟ ମୋଟରସାଇକେଲ ଯୋଗେ ଜୁଣିଆଁ ବଜାରରୁ ଘରକୁ ଫେରୁଥିଲେ। ୨ଜଣ ଯୁବକ ଆଉ ଏକ ବାଇକ୍‌ରେ ଆସି ବେକରୁ ସୁନାଚେନ…

ଓଏଏସ୍‌: ଭଦ୍ରକରୁ ସୁଚିସ୍ମିତା, କେନ୍ଦୁଝରରୁ ଶର୍ମିଷ୍ଠା

ଚାନ୍ଦବାଲି/ କେନ୍ଦୁଝର,୧୦।୧୦ (ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ଭଦ୍ରକରୁ ସୁଚିସ୍ମିତା ଦାସ ଓ କେନ୍ଦୁଝରରୁ ଶର୍ମିଷ୍ଠା ସାହୁ କୃତିତ୍ୱ ହାସଲ ହାସଲ କରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବାଲିଗଁା ପଞ୍ଚାୟତ କୁହ୍ଲି ଗ୍ରାମର ଶଶିକାନ୍ତ ଦାସଙ୍କ ଝିଅ…

ବିନା ପ୍ରମାଣପତ୍ରରେ ରୋଗୀ ସେବା; ନକଲି ଡାକ୍ତର ଗିରଫ

ବାରଙ୍ଗ,୧୦।୧୦(ଡି.ଏନ୍‌.ଏ.): ବିନା ପ୍ରମାଣପତ୍ରରେ ରୋଗୀ ସେବା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଜଣେ ରୋଗୀଙ୍କ ଦେହ ସୁସ୍ଥ ହେବା ବଦଳରେ ବିଗିଡ଼ିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଚନ୍ଦକା ଥାନା ପୋଲିସ ଉକ୍ତ ନକଲି ଡାକ୍ତରଙ୍କୁ ଶନିବାର…

ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ମହିଳା ଗୁରୁତର

ପାଟଣା,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ପ୍ରତାପ ବେହେରାଙ୍କ ସ୍ତ୍ରୀ ଶୈଳବାଳା(୫୫)। ତାଙ୍କୁ ପ୍ରଥମେ କେନ୍ଦୁଝର…

୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା

ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା। ସ୍ଥାନୀୟ ଅବକାରୀ ବିଭାଗକୁ ନ ଜଣାଇ ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?