ବରଗଡ଼ ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ
ବରଗଡ଼ ଅଫିସ,୧୭ା୯: ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚୋରି, ଲୁଟ୍ କରି ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ...
ମୂଷାଖରୀ ସରପଞ୍ଚ କରୋନା ସଂକ୍ରମିତ
ପାଟଣା,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତର ୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ପରେ ୪ଜଣଙ୍କୁ ଗୁରୁବାର କେନ୍ଦୁଝର ରାଙ୍କିସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ପଞ୍ଚାୟତର ମହିଳା ସରପଞ୍ଚ ତଥା...
ହାଇକୋର୍ଟରେ ଦଶହରା ମାମଲା: ଯେତିକି ଉଚ୍ଚର ମୂର୍ତ୍ତି ହୋଇଛି, ସେତିକି ରହିବ
କଟକ ଅଫିସ,୧୭।୯: ଦଶହରାରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣକୁ ନେଇ ଲାଗିଥିବା ବିବାଦରେ ହାଇକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁ ପୂଜା କମିଟି ଯେତିକି ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଛନ୍ତି, ସେତିକି ଉଚ୍ଚତା ପର୍ଯ୍ୟନ୍ତ ଅନୁମତି ମିଳିବ। ଏ...
ବିନା ଭକ୍ତରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ
ବରଗଡ଼ ଅଫିସ,୧୭ା୯: ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଗୁରୁବାର ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି ପୀଠରେ ମହାଳୟା ତିଥି ପାଳନ କରାଯାଉ ଥିବାବେଳେ ଅନ୍ୟବର୍ଷ ଭଳି ମା’ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ ପାଇଁ...
ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା
ଅନୁଗୋଳ ଅଫିସ୍, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ ଯାଇ କେବଳ ରିନ୍ୟୁଆଲ କରିଦିଆଯାଉଥିବା ନେଇ ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ, ଚିକିତ୍ସାଳୟରେ...
୧୨ ଫୁଟର ଅଜଗର ଉଦ୍ଧାର
ଅନୁଗୋଳ ଅଫିସ, ୧୭।୯: ଅନୁଗୋଳ ଜିଲା ବେନ୍ତପୁର ଗ୍ରାମରୁ ବୁଧବାର ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ମହେନ୍ଦ୍ର ଭୋଇଙ୍କ ଘର ପାଖ ଧାନ ବିଲରେ ଅଜଗରକୁ ଦେଖି ସ୍ଥାନୀୟ ଯୁବକମାନେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ। ଆଦିତ୍ୟଙ୍କ...
ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯିବା ବେଳେ ଦୁର୍ଘଟଣା: ଅଟୋକୁ ପିଟିଲା ଟ୍ରକ୍ - ୩ ମୃତ,୯ଗୁରୁତର
ବାରିପଦା ଅଫିସ/ବାଙ୍ଗିରିପୋଷି,୧୭ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ା ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯାଉଥିବା ଅଟୋକୁ ପଛପଟୁ ଏକ ଟ୍ରକ ଧକ୍କା...
ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି
କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର ଆଦି ଖୋଲିବା ଫଳରେ ଜନଗହଳି ହେଉଛି। ଗ୍ରାମାଞ୍ଚଳର ଚାଷୀ, ମୂଲିଆ ତଥା ଛୋଟଛୋଟ...
ଟ୍ରଲିରେ ବୁହା ହେଲା ମୃତଦେହ
ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା କିପରି ଜିଲାରେ...
କେନ୍ଦ୍ରୀୟ ଟିମ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ
ଭଦ୍ରକ ଅଫିସ, ୧୭ା୯- ବୁଧବାର କେନ୍ଦ୍ର ସରକାରଙ୍କ ଏକ ଚାରି ଜଣିଆ ଟିମ୍ ଭଦ୍ରକ ଜିଲା ଗସ୍ତ କରିଥିଲେ। ଏହି ଟିମ୍ ବନ୍ୟା କ୍ଷୟକ୍ଷତିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଯାଜପୁର ଯାଇଥିଲେ। କେନ୍ଦ୍ର ସରକାରଙ୍କ...
ଅନଲାଇନ୍ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା
ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍ଲାଇନ୍ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍ ଲାଇନ୍ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି।...
କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ
ବଲାଙ୍ଗୀର ଅଫିସ୍,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍ ସେଲ୍ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ତାଙ୍କ...
Archives


