ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା କିପରି ଜିଲାରେ କାର୍ଯ୍ୟକାରୀ ହେଉଛି ତାର ବାସ୍ତବଚିତ୍ର ଦେଖିବାକୁ ମିଳିଛି। ରାସଗୋବିନ୍ଦପୁର ବ୍ଲକ ସାରୁମୁଳା ପଞ୍ଚାୟତ ଗୋବରା ଗ୍ରାମର ଦୁଃଖି ମାରାଣ୍ଡି(୪୬)ଙ୍କ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ରାତି ୮ଟାରେ ମୃତ୍ୟୁ ଘଟିଥିଲା। ବୁଧବାର ସକାଳୁ ଦୁଃଖିଙ୍କ ମୃତଦେହକୁ ଧରି ତାଙ୍କ ସ୍ତ୍ରୀ ଏକ ଟ୍ରଲି ଯୋଗେ ଘରକୁ ନେବା ବେଳେ ସ୍ଥାନୀୟ ଲୋକେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

 

ଡାକ୍ତରଖାନା ପକ୍ଷରୁ କୌଣସି ସୁବିଧା କରାଯାଇ ନ ଥିବାରୁ ୮ ଶହ ଟଙ୍କା ଖର୍ଚ୍ଚ କରି ଏକ ଟ୍ରଲି ଯୋଗେ ୫ କି.ମି ଦୂର ଘରକୁ ଆଣିଥିଲେ ବୋଲି ମୃତକଙ୍କ ସମ୍ପର୍କୀୟ ଗଜେନ୍ଦ୍ର ମାରାଣ୍ଡି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଦେବାଶିଷ ପଟ୍ଟନାୟକ କୁହନ୍ତି, ବୁଧବାର ସକାଳେ ଗାଡ଼ି ବ୍ୟବସ୍ଥା କରାଯାଇ ମୃତଦେହକୁ ପଠାଯିବ ବୋଲି ମୃତକଙ୍କ ସ୍ତ୍ରୀଙ୍କୁ କୁହାଯାଇଥିଲା। ମାତ୍ର ତରବରିଆ ଭାବେ ସେ କାହାକୁ ନ ଜଣାଇ ମୃତଦେହକୁ ଧରି ପଳାଇଥିଲେ। ଆବଶ୍ୟକ ପଡ଼ିଲେ ଏ ସମ୍ପର୍କରେ ସେ ପୋଲିସକୁ ଜଣାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି...

ହାତୀ ନେଲା ୩ ଜୀବନ

ବାରିପଦା ଅଫିସ/ ଚିତ୍ରଡା/ ଆଠମଲ୍ଲିକ, ୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଓ ଅନୁଗୋଳ ଜିଲାରେ ମଙ୍ଗଳବାର ହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ମୋରଡା...

ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ

ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ...

ଶିମିଳିପାଳରେ ବନାଗ୍ନି ରୋକିବା ଲାଗି ତତ୍ପରତା

ବାରିପଦା ଅଫିସ,୪।୧: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ...

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ...

ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ

କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼...

ଘରେ କରେଣ୍ଟ ନ ଥିଲା ଚଢ଼ିଗଲେ ବିଦ୍ୟୁତ୍‌ ଖୁଣ୍ଟରେ…

ଉଦଳା,୨୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ରାଇକାଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଆଇନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଏମ୍‌ପି ସରୋଜିନି ହେମ୍ବ୍ରମ

ବାରିପଦା ଅଫିସ,୧୫।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାରିପଦାଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ଆଇନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ...

Advertisement
Archives

Model This Week