ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁଶୀଳ ପ୍ରଧାନଙ୍କ ପୁଅ ଯାଦବ। ଦୁର୍ଘଟଣା...
କୋମ୍ବିଂବେଳେ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ
ମାଲକାନଗିରି,୨୬ା୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳରୁ ସୋମବାର ସୁରକ୍ଷା କର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୋଇନ୍ଦା ସୂଚନା ଅଧାରରେ ବିଏସ୍ଏଫ୍(୯ମ ବାଟାଲିଅନ୍) ଏବଂ ଏସ୍ଓଜି ପକ୍ଷରୁ ମିଳିତ ଅପରେଶନ...
ମାର୍କେଟ କମ୍ପ୍ଲେସରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ
ଲୋଇସିଂହା,୨୬।୧୦(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଝରଣୀପାଲି ଗାଁ ମାର୍କେଟ କମ୍ପ୍ଲେସରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକଳି ଗ୍ରାମର ପରେଶ ପଧାନ(୨୧)...
ବ୍ଲାକ୍ରୋଜରେ ପିଟିହୋଇ ବୁଡ଼ିଲା ବୋଟ୍ ୫ ମତ୍ସ୍ୟଜୀବୀ ଉଦ୍ଧାର, ୨ ନିଖୋଜ
ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜରେ ବୁଡିରହିଥିବା ବ୍ଲାକ୍ରୋଜ ଜାହାଜ ଯୋଗୁ ସୋମବାର ଦୁର୍ଘଟଣା ଘଟିଛି। ମା’ ମିନୁ ନାମକ ମାଛଧରା ବୋଟ୍ ମାଛଧରା ବନ୍ଦରକୁ ଫେରିବା ବେଳେ ଜାହାଜରେ ପିଟିହୋଇ ବୁଡିଯାଇଛି। ଫଳରେ ବୋଟ୍ରେ ଥିବା ୭...
ବରଗଡ଼ରୁ ପୁଣି ୪୯ ଜଣଙ୍କୁ କରୋନା: ଆଜିବି ରହିଛନ୍ତି ଜଣେ ଶିଶୁ
ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଜିଲାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୋମବାର ଜିଲାରେ ପୁଣି ୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...
୪୮ କେଜି ଗଞ୍ଜେଇ ଜବତ, ୨ ଗିରଫ
ଦାରିଙ୍ଗବାଡ଼ି,୨୬।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମାଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ରବିବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କ.ନୂଆଗାଁ ଥାନା ଗୁଞ୍ଜିବାଡ଼ିର ମିଥୁନ ଦିଗାଳ ଓ ଜଗତସିଂହପୁର ଜିଲା ଆଳିପିଙ୍ଗଳର ଉଲ୍ଲାସ...
ପରୀ ହତ୍ୟାକାଣ୍ଡ ଘଟଣା: ମା’ ବାପାଙ୍କୁ ଆକ୍ରମଣ କରି ୧୪ ଗିରଫ
ନୟାଗଡ଼ ଅଫିସ,୨୬।୧୦: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗାଁରେ ଘଟିଥିବା ପରୀ ହତ୍ୟାକାଣ୍ଡ ଧୀରେଧୀରେ ବିବାଦୀୟ ହୋଇଚାଲିଛି। ଏଭଳିସ୍ଥଳେ ମୃତ ପରୀଙ୍କ ମା’ ବାପାଙ୍କୁ ଆକ୍ରମଣ କରିଥିବା ୧୪ ଆକ୍ରମଣକାରୀ ଗିରଫ ହୋଇଛନ୍ତି। ନୟାଗଡ଼ ସଦର ଥାନା ପୋଲିସ...
ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା
ଗୁଣୁପୁର, ୨୬।୧୦(ଡି.ଏନ୍.ଏ.): ରାୟଗଡ଼ା-ଗଜପତି ଜିଲା ସୀମାନ୍ତ କତାଗୁଡା ଘାଟିରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି l ପ୍ରକାଶ ଯେ, ଶିରିଝୋଲୀ ଗ୍ରାମରୁ ଏକ ବାଇକ...
ତିନି ମହଲା ଛାତରୁ ପଡ଼ିଗଲେ ପାଇପ୍ କାରିଗର: ଚାଲିଗଲା ଜୀବନ
ବରଗଡ଼ ଅଫିସ,୨୬।୧୦: ବରଗଡ଼ ସହରର ଏକ ଆପାର୍ଟମେଣ୍ଟର ତିନି ମହଲା ଛାତ ଉପରୁ ପଡ଼ି ସୋମବାର ଜଣେ ପାଇପ୍ କାରିଗରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଗଡ଼ ପୌରପରିଷଦ ଅଧୀନ ୱାର୍ଡ ନଂ-୨ର ବିଜୟ ମଲ୍ଲିକ(୩୦)। ପ୍ରକାଶ ଯେ, ବିଜୟ...
୨ଟି କାର୍ ମଧ୍ୟରେ ଧକ୍କା: ଚାଲିଗଲା ୨ ଜୀବନ, ୫ ଆହତ
ଜି. ଉଦୟଗିରି, ୨୬।୧୦(ଡି ଏନ ଏ ) ଜି ଉଦୟଗିରି ରାଇପଦା ନିକଟରେ ରବିବାର ସନ୍ଧ୍ୟା ୭ଟା ସମୟରେ ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି।...
ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ: ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ
ପୁରୀଅଫିସ,୨୬।୧୦:ଶ୍ରୀମନ୍ଦିରରେ ସୋମବାର ପବିତ୍ର ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ। ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ...
ସଡ଼କ ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ପାଟଣା,୨୫।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ...
Archives


