ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ ହୋଇଛି। ଜିଲାରେ ୫-ଟି ଅଧୀନରେ ରୂପାନ୍ତରିତ ସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ସରକାର ଅତ୍ୟାଧୁନିକ ପରିବେଶ ଏବଂ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିଛନ୍ତି। ଏହି କ୍ରମରେ ଅଁଳାପଦର ସ୍କୁଲରେ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି। ମାସେ ତଳେ ସ୍କୁଲର ପାଚେରି ନିର୍ମାଣ କାମ ହୋଇଥିଲା। ୩୧ ତାରିଖରେ ଜିଲାର ସମସ୍ତ ରୂପାନ୍ତରିତ ସ୍କୁଲ ସହ ଏହି ସ୍କୁଲର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ହେଲେ ଏହାପୂର୍ବରୁ ଅଁଳାପଦର ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ, ଜନ୍ତାବାଇରେ ବିଏସ୍‌ଏଫ୍‌ ଏଡିଜି

ଚିତ୍ରକୋଣ୍ଡା,୨୧ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଯୋଡ଼ାମ୍ବ ପଞ୍ଚାୟତକୁ ବିଏସ୍‌ଏଫ୍‌ ଏଡ଼ିଜି ଅନୁରାଗ ଗର୍ଜ ଗସ୍ତ କରି ମାଓବାଦୀ ଦମନ...

ଯବାନଙ୍କ ଗୁଳିରେ ଓ୍ବାଣ୍ଟେଡ୍‌ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାର ଗୁମେଲନାଡ ଜଙ୍ଗଲରେ ମାଓବାଦୀ ଦମନ ଅପରେଶନ ବେଳେ ଯବାନଙ୍କ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ...

୮ କୁଇଣ୍ଟାଲ ଗଞ୍ଜେଇ ଜବତ: ଟ୍ରକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଚିତ୍ରକୋଣ୍ଡା,୧୩।୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ଶନିବାର ରାତିରେ ଇସାର ଛକ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ୍‌(ଆର୍‌ଜେ-୦୫ ଜିଆର୍‌ ୬୦୯୫) ଜବତ କରିଛି। ସେଥିରୁ...

କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ

କୋରୁକୋଣ୍ଡା,୧୧।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ...

କ୍ରୀଡା ପ୍ରତିଯୋଗିତା: ଜାତୀୟ ସ୍ତରରେ ସ୍ବର୍ଣ୍ଣ,ରୋପ୍ୟ ପଦକ ହାସଲ କଲେ କୁନି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାର୍କେଲଗୁଡାସ୍ଥିତ ଶିଶୁଗୃହର ଆଦିବାସୀ ଛାତ୍ରୀ କୁନି ମାଢି ଜାତୀୟ ସ୍ତରରେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ...

ଲୁହା ତରଳଗୁଣ୍ଡ ପାଇପ ଫାଟି ଫସଲ ନଷ୍ଟ

ଚିତ୍ରକୋଣ୍ଡା,୨୪ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ମିତ୍ତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀ ଦେଇ ପାଇପ ମଧ୍ୟରେ ଲୁହା ତରଳ ଗୁଣ୍ଡ ଯାଉଥିବା ସମୟରେ ଚିତ୍ରକୋଣ୍ଡା...

୨ ବର୍ଷ ହେଲା ମୃତଦେହ ସାଇତି ରଖିଛନ୍ତି

ମାଲକାନଗିରି,୪ା୩ (ଡ.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ...

ବିଦ୍ୟୁତ୍‌ ନାହିଁ, କ୍ରୀଡ଼ା ଛାତ୍ରାବାସ ଛାଡ଼ିଲେ ୨୫ ଛାତ୍ର

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପରିସରରେ ଥିବା କ୍ରୀଡ଼ା ଛାତ୍ରାବାସରେ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୨୫ ଜଣ ଅନ୍ତେବାସୀ ବୁଧବାର ଛାତ୍ରାବାସ ଛାଡିଛନ୍ତି।...

Advertisement
Archives

Model This Week