ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ ହୋଇଛି। ଜିଲାରେ ୫-ଟି ଅଧୀନରେ ରୂପାନ୍ତରିତ ସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ସରକାର ଅତ୍ୟାଧୁନିକ ପରିବେଶ ଏବଂ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିଛନ୍ତି। ଏହି କ୍ରମରେ ଅଁଳାପଦର ସ୍କୁଲରେ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି। ମାସେ ତଳେ ସ୍କୁଲର ପାଚେରି ନିର୍ମାଣ କାମ ହୋଇଥିଲା। ୩୧ ତାରିଖରେ ଜିଲାର ସମସ୍ତ ରୂପାନ୍ତରିତ ସ୍କୁଲ ସହ ଏହି ସ୍କୁଲର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ହେଲେ ଏହାପୂର୍ବରୁ ଅଁଳାପଦର ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri