ଆମ ଜିଲା ଖବର

୬ ଥାନାଧିକାରୀଙ୍କ ଅଦଳବଦଳ

ଭଦ୍ରକ ଅଫିସ,୪।୭: ଭଦ୍ରକ ଜିଲା ପୋଲିସ ବିଭାଗର ନିର୍ଦ୍ଦେଶ ନଂ.୧୦୦୧/୨୦୨୨ ଅନୁଯାୟୀ ଜିଲାରେ ୬ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଧାମନଗର ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଚୁଡ଼ାମଣି ମେରାଇନ ଥାନାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ତିହିଡ଼ି ଥାନାର ସବ୍‌ ଇନ୍ସପେକ୍ଟର ବନମାଳୀ ବାରିକଙ୍କୁ…

ନବଜାତ ଶିଶୁର ମୃତଦେହ ଜବତ

ଚଢ଼େଇଧରା,୪।୭(ଡି.ଏନ.ଏ.):ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଣ୍ଟିଆ ପଞ୍ଚାୟତ କୁସ୍ତିରା ଗାଁରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଦଳପୂର୍ଣ୍ଣ ଗଡିଆରୁ ଜବତ କରାଯାଇଛି। ଗାଁର ଦଳେଇ ସାହି ନିକଟରେ ଥିବା ଉକ୍ତ ଗଡିଆରୁ ମୃତଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଜେନାପୁର ଥାନାକୁ…

ଯୋଗ ଦେଲେ ନୂତନ ଡିଏଫ୍‌ଓ

ବାଲେଶ୍ୱର ଅଫିସ, ୪।୭: ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଭାବେ ଭାରତୀୟ ବନସେବା ଅଧିକାରୀ ଆୟୁଷ ଜୈନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବନବିଭାଗର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରକୁ ବଦଳି କରାଯାଇଛି।…

ଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ହାଟଡିହୀ,୪।୭(ଡି.ଏନ୍‌.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେବା ସହ ଆକ୍ରମଣ କରାଯାଇଥିଲା। ଏନେଇ ଜଣେ ପୋଲିସ ଏସ୍‌ଆଇଙ୍କୁ ମହଙ୍ଗା ପଡିଛି l…

ସାଇକେଲ କ୍ୟାରିଅରରୁ ମିଳିଲା ଅଖାରେ ଭର୍ତ୍ତି ହୋଇଥିବା ମୃତଦେହ

ଭବାନୀପାଟଣା,୪।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରାମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ଓ୍ବେରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ସୋମବାର ଜବତ କରିଛି। ହେଲେ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ମତାବକ, ସାଇକେଲ କ୍ୟାରିଅରରେ ଏକ ମୃତଦେହ ଥିବା…

୧୧୯ କେଜି ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଡାଇକ ୩, ଟନେଲକ୍ୟାମ୍ପ, ନାକାମାମୁଡୁ, ମନ୍ତ୍ରୀପୁଟ ଅଞ୍ଚଳରେ ଖାନତଲାସୀ ବେଳେ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରବିବାର…

ଫ୍ୟାମିଲି କୋର୍ଟରେ ଅନୁଭବ

କଟକ ଅଫିସ,୪।୭: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ସୋମବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ସେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି। ୫ ଓ ୬ ତାରିଖ ଯାଏ ଏହି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିବ…

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ପୁରୀ ଅଫିସ,୪।୭: ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ। ସୋମବାର ରଥର ଦକ୍ଷିଣମୋଡ଼ ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ ଦେଖାଦେଇଥିବା ବେଳେ ଦର୍ପଦଳନର ବଡ଼ଉଛୁଳା ଚକରେ…

ଟ୍ରକ୍‌ ଧକ୍କାରେ ଚାଲିଗଲା ୪ ଜୀବନ

ନୂଆପଡ଼ା ଅଫିସ, ୪।୭: ନୂଆପଡ଼ା ଜିଲା କୋମନା ବ୍ଲକ୍‌ କ୍ରିଷ୍ଣା ଗାଁ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ…

ଶିରୀ ହରାଇଛି ଶିଶୁଉଦ୍ୟାନ

ଢେଙ୍କାନାଳ ଅଫିସ,୪ା୭: ପାଠ୍ୟପୁସ୍ତକରେ ସବୁ ଜ୍ଞାନ ନ ଥାଏ। ବହିବସ୍ତାନି ଚାପରୁ ମୁକ୍ତି ପାଇଁ କୋମଳମତି ଶିଶୁଙ୍କୁ ପରିବେଶ ସହିତ ପରିଚିତ ହେବାକୁ ପଡ଼ିବ। ଆଖପାଖ ଅଞ୍ଚଳରେ ଘଟୁଥିବା ଘଟଣାବଳୀ, ପାରିପାର୍ଶ୍ୱିକସ୍ଥିତି ବିଷୟରେ ଜାଣିବାକୁ ହେବ। ପାଠପଢ଼ା ସାଙ୍ଗକୁ ଶାରୀରିକ ସୁସ୍ଥତା…

ସୌଭାଗ୍ୟ ସ୍ବାଇଁଙ୍କୁ ଭୁବନ ଥାନା ଦାୟିତ୍ୱ

ଭୁବନ, ୪ା୭(ଡି.ଏନ୍‌.ଏ.): ଭୁବନ ଥାନାର ନୂତନ ଅଧିକାରୀ ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ସୌଭାଗ୍ୟ ସ୍ବାଇଁ। ଏଥିପୂର୍ବରୁ ସେ ପରଜଙ୍ଗ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଅପରାଧ ଦମନ, ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…

ଜାତୀୟ ସ୍କେଟିଂରେ ଦେବାଂଶଙ୍କୁ ସ୍ବର୍ଣ୍ଣ

ଢେଙ୍କାନାଳ ଅଫିସ, ୪ା୭: ଜାତୀୟ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ରୋଲର ସ୍କେଟିଂ ପ୍ରତିଯୋଗିତାର ସବ୍‌ଜୁନିୟର ବର୍ଗ (୧୧ରୁ ୧୪ବର୍ଷ)ରେ ସ୍ବର୍ଣ୍ଣପଦକ ଜିତି ଢେଙ୍କାନାଳର ଗୌରବ ବଢ଼ାଇଛନ୍ତି ଏ.ଆର୍‌. ଦେବାଂଶ। ଗତ ଜୁନ୍‌ ୧୭ରୁ ୧୯ ତାରିଖ ଯାଏ ରାୟପୁର ସାରୋନାସ୍ଥିତ କ୍ରିଷ୍ଣା ପବ୍ଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?