ଶିରୀ ହରାଇଛି ଶିଶୁଉଦ୍ୟାନ

ଢେଙ୍କାନାଳ ଅଫିସ,୪ା୭: ପାଠ୍ୟପୁସ୍ତକରେ ସବୁ ଜ୍ଞାନ ନ ଥାଏ। ବହିବସ୍ତାନି ଚାପରୁ ମୁକ୍ତି ପାଇଁ କୋମଳମତି ଶିଶୁଙ୍କୁ ପରିବେଶ ସହିତ ପରିଚିତ ହେବାକୁ ପଡ଼ିବ। ଆଖପାଖ ଅଞ୍ଚଳରେ ଘଟୁଥିବା ଘଟଣାବଳୀ, ପାରିପାର୍ଶ୍ୱିକସ୍ଥିତି ବିଷୟରେ ଜାଣିବାକୁ ହେବ। ପାଠପଢ଼ା ସାଙ୍ଗକୁ ଶାରୀରିକ ସୁସ୍ଥତା ବଜାୟ ରଖିବା ସେମାନଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଏଭଳି ଏକାଧିକ ମହତ୍‌ ଉଦ୍ଦେଶ୍ୟ ରଖି ୧୯୮୪ରେ ଢେଙ୍କାନାଳ ସହର ନୂଆପୋଖରୀ ନିକଟରେ ପ୍ରତିଷ୍ଠା କରାଯାଇଥିଲା ନେତାଜୀ ଶିଶୁ ଉଦ୍ୟାନ। ତେବେ ପୌରସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଏହା ଏବେ ଶିରୀ ହରାଇଛି। ଏଠାରେ ଥିବା ମୁକ୍ତାକାଶ ବ୍ୟାୟାମଶାଳା ପରିତ୍ୟକ୍ତ ହୋଇପଡ଼ିଥିବାବେଳେ ଶିଶୁଙ୍କ ମନୋରଞ୍ଜନଧର୍ମୀ କ୍ରୀଡ଼ା ଉପକରଣ ଭାଙ୍ଗିରୁଜି ଗଲାଣି। ଏକଦା ଶିଶୁଙ୍କ ଧଁା ଧଉଡ଼, ହସଉଲ୍ଲାସରେ ଫାଟି ପଡୁଥିବା ଏହି ପାର୍କ ପୌରସଂସ୍ଥାର ଅବହେଳା କାରଣରୁ ଶୂନ୍‌ଶାନ୍‌ ହୋଇପଡ଼ିଛି।


ମୁକ୍ତ ପରିବେଶରେ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ୧୯୮୪ ଅଗଷ୍ଟ ୩୧ ସ୍ବାୟତ୍ତଶାସନ ଦିବସରେ ଉଦ୍‌ଘାଟିତ ହୋଇଥିଲା ନେତାଜୀ ଶିଶୁ ଉଦ୍ୟାନ। ହେଲେ ଏବେକାର ସ୍ଥିତି ବଦଳିଯାଇଛି। ଏହାକୁ ଦେଖିଲେ କେହି ବି ଠଉରାଇ ପାରିବେନି ଏହା ଏକ ପାର୍କ ବୋଲି। ଏହାର ପରିବେଶ ଲଟାବୁଦାରେ ପରିପୂର୍ଣ୍ଣ ହୋଇଗଲାଣି। ବିଭିନ୍ନ ସମୟରେ ବିଷଧର ସର୍ପ ବାହାରୁଛନ୍ତି। ଦୀର୍ଘଦିନ ହେଲା ମରାମତି କରାଯାଉ ନ ଥିବାରୁ ସୁରକ୍ଷା ପାଚେରି ନଇଁପଡ଼ିଛି। ଯେକୌଣସି ସମୟରେ ଏହା ଭୁଶୁଡ଼ି ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ୍‌ ଖସଡ଼ା, ଦୋଳି ଭାଙ୍ଗିରୁଜି ଗଲାଣି। ଶିଶୁ ଉଦ୍ୟାନ ସମ୍ମୁଖରେ ସାରା ସହରର ଆବର୍ଜନା ଗଦା ହେଉଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। କେବଳ ଏତିକି ନୁହେଁ, ପାର୍କରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା କଥା ଭୁଲିଯାଇଛି ପୌରସଂସ୍ଥା। ଛାତବିହୀନ ମୁକୁଳା ପ୍ରତିମୂର୍ତ୍ତି ଖରା, ବର୍ଷା, ଶୀତ, କାକର ସହୁଛି। ସେହିପରି ସହରବାସୀଙ୍କୁ ଆକୃଷ୍ଟ କରିବା ଲାଗି ଶିଶୁ ଉଦ୍ୟାନରେ ୨୦୧୯ ଜାନୁୟାରୀ ୨୬ରେ ୭ଲକ୍ଷ ୪୬ହଜାର ୧୯୩ଟଙ୍କା ବ୍ୟୟରେ ଖୋଲିଥିଲା ଓପନ ଜିମ୍‌। ଏବେ ଏହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ। ସହର ସୌନ୍ଦର୍ଯ୍ୟକରଣ ନାମରେ ପୌରସଂସ୍ଥା ପକ୍ଷରୁ ସବୁ ଓ୍ବାର୍ଡରେ ପାର୍କ ଖୋଲିବାକୁ ଯୋଜନା କରାଯାଉଥିବାବେଳେ ୩୮ ବର୍ଷ ପୁରାତନ ଶିଶୁ ଉଦ୍ୟାନକୁ ଅଣଦେଖା କରାଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ରେ ଥିବା ନେହେରୁ ପାର୍କକୁ ବାଦ୍‌ଦେଲେ ଶିଶୁ କିମ୍ବା ବରିଷ୍ଠ ନାଗରିକଙ୍କୁ ଆକର୍ଷଣ କରିବା ଭଳି ବିକଳ୍ପ ଶିଶୁ ଉଦ୍ୟାନ ନାହିଁ। ନେତାଜୀ ପାର୍କ ଅନେକାଂଶରେ ଏହି ଅଭାବ ପୂରଣ କରୁଥିବାବେଳେ ତାହା ଏବେ ଅବହେଳିତ। ଆଦର୍ଶ ସହର ମାନ୍ୟତା ପାଇଥିବା ଢେଙ୍କାନାଳ ସହରରେ ଆମୋଦପ୍ରମୋଦ ପାଇଁ ଗୋଟିଏ ଭଲ ପାର୍କ ନ ଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଶିଶୁଉଦ୍ୟାନ ଉନ୍ନତୀକରଣ ପାଇଁ ଟେଣ୍ଡର କରାଯାଉଛି। ନୂଆ ଖେଳ ଉପକରଣ ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି। ସୋମବାର ପାର୍କ ପରିଦର୍ଶନ କରି ଅନୁଧ୍ୟାନ କରାଯିବ। ଆବଶ୍ୟକ ପଡ଼ିଲେ ପାଚେରି ଭାଙ୍ଗି ନୂଆ ପାଚେରି ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri