ଆମ ଜିଲା ଖବର

ବିସିସି ବ୍ୟାଙ୍କର ୧୦ଜୋନ୍‌ରେ ନିର୍ଦ୍ଦେଶକ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୫ା୧୦: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିର୍ବାଚନ ପାଇଁ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ, ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଲଢ଼େଇରେ ରହିଥିବା ୧୦ ଜୋନ୍‌ର…

ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି

ବାରିପଦା ଅଫିସ,୧୫ା୧୦: ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି ପକ୍ଷରୁ ଠିକ୍‌ ଭାବେ ଯାଞ୍ଚ କରା ନ ଯାଇ ତ୍ରୁଟିପୂର୍ଣ୍ଣ ତାଲିକା ଦିଆଯାଇଥିବା ବେଳେ…

ସାମୁଦ୍ରିକ ବିରଳ ସବୁଜ ଶାମୁକା ବାହାରକୁ ଚାଲାଣ

ମହାକାଳପଡ଼ା,୧୫ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଲଞ୍ଚଘୋଲା, ମାଦଳୀ, ଚଟକା ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳରୁ ମତ୍ସ୍ୟଜୀବୀ ବହୁ ପରିମାଣର ବିରଳ ସାମୁଦ୍ରିକ ସବୁଜ ଶାମୁକା ସଂଗ୍ରହ କରିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରିବା ନଁାରେ…

ଲକ୍ଷ୍ମୀଙ୍କ ଭସାଣିରେ ମହିଳାଙ୍କ ନାଗିନ୍‌ ଡ୍ୟାନ୍ସ

ପାଟଣା,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୂଷାଖରୀ ପଞ୍ଚାୟତ ଭାଲୁ ଘର ଗ୍ରାମର ଜୁଡ଼ାଟାଙ୍ଗର ସାହିର ଲକ୍ଷ୍ମୀମେଢ଼ ଭାସାଣି ବେଳେ ମହିଳାମାନଙ୍କ ମସ୍ତିଭରା ନୃତ୍ୟ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାମାନେ ଓଡ଼ିଆ ବୀରହ ଗୀତ ମୋନାଲିସା କାହିଁ ଛାଡ଼ି ଚାଲିଗଲୁ…

ଘର ଆଗରେ ୩ ଦିନ ପଡ଼ିରହିଲା ମୃତଦେହ

ମହାକାଳପଡ଼ା,୧୫ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଗଁାରେ ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରିବାରୁ ଗତ ୧୧ ତାରିଖ ରାତିରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ମୃତ ଯୁବକଙ୍କ ବାପା ଏ ନେଇ ଗତ ୧୨ ତାରିଖରେ…

ଶିମିଳିପାଳରୁ ୨ ଶିକାରୀ ଗିରଫ

ଖୁଣ୍ଟା,୧୫ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଗୁରୁବାର ରାତିରେ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୁଳିଭର୍ତ୍ତି ୨ ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସପନଚୁଆ ପଞ୍ଚାୟତ ଅଧୀନ…

ଗ୍ରାମ୍ୟ ଜଙ୍ଗଲ ନଷ୍ଟ ଆଶଙ୍କା କଲେ ପରିବେଶବିତ୍‌

କେନ୍ଦ୍ରାପଡା ଅଫିସ, ୧୫ା୧୦: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ରାଜସ୍ବ ସର୍କଲ ଅନ୍ତର୍ଗତ ପାରି ମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୮ ମାସ ବିତିଲାଣି। ପାନୀୟ ଜଳକଷ୍ଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ…

ସରକାରୀ ନିୟମ ନ ମାନିବାକୁ ଚେତାବନୀ

ଯୋଡ଼ା,୧୫ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି କ୍ଷେତ୍ରରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ମାଧ୍ୟମରେ ସରକାରଙ୍କ ନିୟମକାନୁନ ନ ମାନିବା ପାଇଁ ଖୋଲାଖୋଲି ଆହ୍ବାନ ଦିଆଯାଇଛି। ଏହି ପୋଷ୍ଟର ମିଳିବା ପରେ ଅଞ୍ଚଳରେ ମାଓବାଦୀ ପୁଣି ସେମାନଙ୍କର ଉପସ୍ଥିତି ଜାହିର…

୫୧ ଏସ୍‌ଏସ୍‌ଜିଙ୍କୁ ସଫେଇ ଦାୟିତ୍ୱ ଦେଲେ ସରପଞ୍ଚ

ରଘୁନାଥପୁର,୧୫।୧୦(ଡି.ଏନ୍‌ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ସଫେଇ କାର୍ଯ୍ୟ ପାଇଁ ୫୧ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଦସ୍ୟାଙ୍କୁ ଦାୟିତ୍ୱ ଦେଇଛନ୍ତି ସରପଞ୍ଚ ସାହେଦା ତବସୁମ। ଏ ସବୁ ଏସ୍‌ଏଚ୍‌ଜିରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମହିଳା ରହିଛନ୍ତି। ପ୍ରତି ଓ୍ବାର୍ଡର ସଫେଇ ପାଇଁ…

ଜଙ୍ଗଲ ପରିବେଶ ବିଭାଗ ବିଟ୍‌ହାଉସ ପାଖରେ ଆବର୍ଜନା ଗଦା

ପାରାଦୀପ,୧୫।୧୦(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ଉପକଣ୍ଠ କଂସାରୀପାଟିଆ ନଦୀ ଓ ଅନତି ଦୂରରେ ଥିବା ସମୁଦ୍ର ମଧ୍ୟସ୍ଥଳ ଅଞ୍ଚଳ ହେଉଛି ସଂରକ୍ଷିତ ଜଙ୍ଗଲ। ସେହି ସ୍ଥାନରେ ଜଙ୍ଗଲ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ହାଉସ ରହିଛି। ବିଟ୍‌ହାଉସ ପାଖରେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବା…

୧୨କିମି ରାସ୍ତା ନିର୍ମାଣ ପାଇଁ ବିତିଲାଣି ୩ବର୍ଷ

ବେଗୁନିଆ,୧୫ା୧୦(ଡି.ଏନ୍‌.ଏ.): ଯାତ୍ରୀଙ୍କ ସୁରକ୍ଷିତ ଗମନାଗମନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହେଉଥିବା ନଜିର ରହିଛି। ସେହିପରି ରାସ୍ତାର ମାନ ନିର୍ଦ୍ଧାରଣ…

ଏସି ସଫାରିର ମଜା ନେବେ ପର୍ଯ୍ୟଟକ

ବାରଙ୍ଗ,୧୫।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସଫାରିକୁ ଟେଣ୍ଡରରେ ନେଇଥିବା ଠିକାଦାର ଶୁକ୍ରବାର ଏକ ଏସି ବସ୍‌ ଆଣି ପ୍ରଚଳନ କରିଛି। ପ୍ରଥମ କରି ସଫାରି ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ଏବେ ଏସି ବସ୍‌ରେ ବୁଲିବାର ମଜାନେଇପାରିବେ। ତେବେ ସାଧାରଣ ବସ୍‌ରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?