Advertisement

ବାଇକ୍‌ ଆରୋହୀ ଦମ୍ପତିଙ୍କ ଉପରେ ଚଢ଼ିଗଲା କାର୍‌

ପୁରୁଷୋତ୍ତମପୁର,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୂଖ୍ୟ ରାସ୍ତାର ଭାଟକୁମରଡା କଲେଜ ସମ୍ମୁଖରେ ରବିବାର ଏକ କାର ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢିଯିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ପିଟି ହୋଇଯାଇଛି। ଏଥିରେ ବାଇକ୍‌ ଆରୋହୀ ଦମ୍ପତି ଭାଟକୁମରଡା ଗ୍ରାମର ତୋଫାନ ପଲେଇ (୨୭) ଓ ତାଙ୍କ ପତ୍ନୀ ପ୍ରମିଳା ପଲେଇ( ୨୨) ଆହତ ହୋଇଛନ୍ତି। ତୋଫାନଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିଟିକୁ ଜବତ କରିବା ସହ କାର ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଲାଇଛନ୍ତି।

ସୂଚନାନୁଯାୟୀ, ଦମ୍ପତି ମୋଟର ସାଇକେଲ ଯୋଗେ ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରୁଥିବାବେଳେ ଆନ୍ଧ୍ରପ୍ରଦେଶ ପାଦପାଟଣାମର କିଛି ଆଇଆପା ଭକ୍ତ ତାରାତାରିଣୀଠାରୁ ଦର୍ଶନ ସାରି କାର ଯୋଗେ ଅତି ଦ୍ରୁତ ଗତିରେ ଯିବାବେଳେ ଭାରସାମ୍ୟ ହରାଇ ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢାଇ ଟ୍ରାନ୍ସଫର୍ମରକୁ ପିଟି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିଲେ ବିଶ୍ୱରଞ୍ଜନ

ଯାଜପୁର ଅଫିସ/ବରୀ, ୨୦।୧୦: ଯାଜପୁର ଜିଲାରେ ଭାଜପାର ସାଙ୍ଗଠନିକ ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ତୁଷାର...

ଜଙ୍ଗଲ ନିଆଁ: ବାଜିଲାଣି ସତର୍କ ଘଣ୍ଟି

ଅସମାପିକା ସାହୁ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ପ୍ରଭାତ ପାଣିଗ୍ରାହୀ, ଲୋକନାଥ ମିଶ୍ର ଭୁବନେଶ୍ୱର (ବ୍ୟୁରୋ)/ବାରିପଦା ଅଫିସ୍‌/ଖୋର୍ଦ୍ଧା ଅଫିସ୍‌/ନୟାଗଡ଼ ଅଫିସ୍‌୍‌, ୧୬ା୧୧: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ...

ବରିଷ୍ଠ ଓକିଲ ଶିଶିର କୁମାର ଶତପଥୀଙ୍କ ପରଲୋକ: ଓକିଲ ସଂଘର କାର୍ଯ୍ୟବନ୍ଦ

ପୁରୁଷୋତ୍ତମପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ତଥା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ସଭ୍ୟ, ନୋଟାରି ଶିଶିର କୁମାର ଶତପଥୀ (୫୯)ଙ୍କ ସୋମବାର ଭୋର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୧୨।୪- କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲା ରେମୁଣା ସ୍ଥିତ ସିଦ୍ଧେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ...

ମାଗଣା ପରିବା ବାଣ୍ଟିଲେ ଚାଷୀ

ଖପ୍ରାଖୋଲ, ୩୦ା୩(ଡି.ଏନ.ଏ.): ସାରା ଦେଶରେ ଲକ୍‌ ଡାଉନ ଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ଏହି ଅବସରରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡିଆପାଲି...

ଚିକିତ୍ସା ନ କରି ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ଖରମୁଣ୍ଡା ପଞ୍ଚାୟତ ଘନଘଟି ଗ୍ରାମର ଜଣେ ବୃଦ୍ଧାଙ୍କୁ ଚିକିତ୍ସା ନ କରି ପରିବାର ଲୋକେ ଜଙ୍ଗଲରେ...

ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକା:କୋଣାର୍କ, ପୁରୀକୁ ସ୍ଥାନିତ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଆକର୍ଷଣୀୟ ଐତିହ୍ୟସ୍ଥଳ ତାଲିକାରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ଧାମ...

ଜୁଆଡ଼ିଙ୍କ ପାଖରୁ ମିଳିଲା ୨.୨୫ ଲକ୍ଷ ଟଙ୍କା, ୧୨ ଦାମୀ କାର୍‌

ଗୁଣପୁର,୧ା୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୋଲିସ ଏକ ବଡ଼ ଧରଣର ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ ଲକ୍ଷ...

Advertisement
Archives

Model This Week